Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ୫୧୦ଟି କାର୍ଯ୍ୟକ୍ରମ ଆୟୋଜନ କଲା ଖଣି ମନ୍ତ୍ରଣାଳୟ
ଆଜିର ଖବର

ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ୫୧୦ଟି କାର୍ଯ୍ୟକ୍ରମ ଆୟୋଜନ କଲା ଖଣି ମନ୍ତ୍ରଣାଳୟ

October 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଖଣି ମନ୍ତ୍ରଣାଳୟ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟ ଗୁଡ଼ିକ ସହାୟତାରେ ସ୍ୱଚ୍ଛତା ହିଁ ସେବା (ଏସଏଚଏସ) ୨୦୨୪ ଅଭିଯାନରେ ସକ୍ରିୟତାର ସହ ଅଂଶ ଗ୍ରହଣ କରିଛନ୍ତି। ସେମାନେ ସରକାରଙ୍କ ସମସ୍ତ ଆଭିମୁଖ୍ୟକୁ ଗ୍ରହଣ କରିବା ସହ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା, କ୍ଲିନଲିନେସ୍ ଟାର୍ଗେଟ ୟୁନିଟସ(ସିଟିୟୁ) ଗୁଡ଼ିକୁ ରୂପାନ୍ତର କରିବା ଏବଂ ସଫେଇ ମିତ୍ରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଚିହ୍ନଟ କରିବା ଆଦିରେ ବେଶ୍ ସଫଳ ହୋଇଛନ୍ତି। ମୋଟ ୫୧୦ଟି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇପାରିଛି। ୫୧ଟି ସିଟିୟୁର ରୂପାନ୍ତର କରାଯାଇପାରିଛି ଯେଉଁଠାରେ କି ଅବହେଳିତ ଗାର୍ବେଜ ପଏଣ୍ଟ ଗୁଡ଼ିକୁ ସ୍ୱଚ୍ଛ କରି ରୂପାନ୍ତର କରାଯାଇଛି। ମନ୍ତ୍ରଣାଳୟର ସମସ୍ତ କାର୍ଯ୍ୟାଳୟରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ଦିଗରେ ଥିବା ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି।

ଉତ୍ସର୍ଗୀକୃତ ମନୋଭାବରେ ଏସଏଚଏସ ୨୦୨୪ ଅଭିଯାନରେ ସାମିଲ ହେବା ଉଦ୍ଦେଶ୍ୟରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ, ସଚିବ (ଖଣି) ଏବଂ ଅନ୍ୟ ଅଧିକାରୀମାନେ ଦେଶବ୍ୟାପୀ ଭୂ-ଐତିହ୍ୟ ଓ ଭୂ-ପର୍ଯ୍ୟଟନ ସ୍ଥଳକୁ ଗସ୍ତ କରିଛନ୍ତି।

‘ସ୍ୱଚ୍ଛତା ର ଭାଗିଦାରୀ’ ଅଭିଯାନରେ ରଚନାତ୍ମକ ଅପଶିଷ୍ଟକୁ ନେଇ କଳାକ୍ଷେତ୍ରର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହାଦ୍ୱାରା ଅନେକ ସୁନ୍ଦର ମୂର୍ତ୍ତି ତିଆରି ହୋଇପାରିଛି, ଯେଉଁଥିରେ କି ଜେଏନଏଆରଡିଡିସି ଦ୍ୱାରା ଆଲୁମିନିୟମ ସ୍କ୍ରାପରେ ନିର୍ମିତ ଉତ୍କୃଷ୍ଟ କଳାକୃତି ମଧ୍ୟ ରହିଛି। ସଫେଇ ମିତ୍ରମାନଙ୍କୁ ଅଧିକ ସହାୟତା କରିବା ପାଇଁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ସେମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ପିପିଇ କିଟ୍ ଏବଂ ଅନ୍ୟାନ୍ୟ ସୁରକ୍ଷର ସରଞ୍ଜାମ ବିତରଣ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ମିଶି ଖଣି ମନ୍ତ୍ରଣାଳୟ ୨୬ ସେପ୍ଟେମ୍ବର ୨୦୨୪ରେ ଶାସ୍ତ୍ରୀ ଭବନରେ ଏବଂ ନାଗପୁରରେ ଆଇବିଏମ୍ ଓ ଜେଏନଆରଡିଡିସି କାର୍ଯ୍ୟାଳୟରେ ସଫେଇ ମିତ୍ର ଏବଂ ଅନ୍ୟ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟିବି ଚିହ୍ନଟ ଶିବିର ଆୟୋଜନ କରାଯାଇଥିଲା।

ସ୍ଥାୟିତ୍ୱ ପ୍ରତି ନିଜର ପ୍ରତିବଦ୍ଧତା ଦର୍ଶାଇ ମନ୍ତ୍ରଣାଳୟ ‘ମା’ଙ୍କ ନାମରେ ଏକ ଗଛ’ ମିଶନରେ ବୃକ୍ଷରୋପଣ ଅଭିଯାନ କରିଛି। ସ୍ୱଚ୍ଛତା ପ୍ରତିଜ୍ଞା, ଆଦର୍ଶ ବାକ୍ୟ ଲିଖନ ଏବଂ ପ୍ରବନ୍ଧ ପ୍ରତିଯୋଗିତା ମାଧ୍ୟମରେ ଅଭିଯାନ ସହ ଜନଭାଗିଦାରୀକୁ ବୃଦ୍ଧି କରାଯାଇଛି। ଏଥିସହ ପର୍ଯ୍ୟାବରଣ ସଂରକ୍ଷଣକୁ ତ୍ୱରାନ୍ୱିତ କରିବା ପାଇଁ ୬ଟି ପୁନଃପ୍ରାପ୍ତ ଖଣି ଅଞ୍ଚଳର ସୌନ୍ଦର୍ଯ୍ୟକରଣ କରାଯାଇଛି।

ମନ୍ତ୍ରଣାଳୟର ସମସ୍ତ କାର୍ଯ୍ୟକ୍ରମରେ ୨ ଅକ୍ଟୋବରରେ ସ୍ୱଚ୍ଛ ଭାରତ ଦିବସ ପାଳନ କରାଯିବା ସହ ଅଭିଯାନ ଉଦଯାପିତ ହୋଇଥିଲା। ଏହି ଅବସରରେ ଶାସ୍ତ୍ରୀ ଭବନରେ ଖଣି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସଞ୍ଜୟ ଲୋହିଆଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନେ ଶ୍ରମଦାନ କାର୍ଯ୍ୟକ୍ରମରେ ଭାଗ ନେବା, ସ୍ୱଚ୍ଛତା ଓ ଜନସେବା ଦିଗରେ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି।

ଖଣି ମନ୍ତ୍ରଣାଳୟର ତାର ପ୍ରଭାବଶାଳୀ ପ୍ରଚେଷ୍ଟା ମାଧ୍ୟମରେ ସ୍ୱଚ୍ଛତା ହିଁ ସେବା ୨୦୨୪ ଅଭିଯାନର ଉଦ୍ଦେଶ୍ୟ ପୂରଣ କରିବା ଦିଗରେ ଅବଦାନ ରଖିଛି, ଯଦ୍ୱାରାକି ସମସ୍ତଙ୍କୁ ସ୍ୱଚ୍ଛ ଓ ସବୁଜ ବାତାବରଣର ସୁଯୋଗ ମିଳିପାରିବ।

ଖଣି ମନ୍ତ୍ରଣାଳୟ ସ୍ୱଚ୍ଛତା ହିଁ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.