ବୃଦ୍ଧ ପିତାମାତାଙ୍କୁ ସାଥିରେ ଧରି ମୁଖ୍ୟମନ୍ତ୍ରୀ ବାସଭବନ ଛାଡିଲେ ଅରବିନ୍ଦ କେଜ୍ରିୱାଲ, ଘରେ ଚାବି ପକାଇଲେ ପତ୍ନୀ

Published: Oct 4, 2024, 5:07 pm IST

ଭୁବନେଶ୍ବର: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଫ୍ଲାଗଷ୍ଟାଫ ରୋଡରେ ଥିବା ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିଛନ୍ତି। ସେ ତାଙ୍କର ବୃଦ୍ଧ ପିତାମାତା, ପତ୍ନୀ ସୁନୀତା, ଏବଂ ପୁଅଝିଅଙ୍କ ସହିତ ଘର ଛାଡିଛନ୍ତି। ସେ ସେହି ବାସଭବନରେ ନଅ ବର୍ଷ ଧରି ରହି ଆସୁଥିଲେ।

ବର୍ତ୍ତମାନ କେଜ୍ରିୱାଲ ମଣ୍ଡି ହାଉସ ନିକଟସ୍ଥ ୫ ଫିରୋଜସାହା ରୋଡରେ ଥିବା ଏକ ବଙ୍ଗଳାକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏହି ବଙ୍ଗଳାଟି ପଞ୍ଜାବର ଆପ ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କୁ ବଣ୍ଟନ କରାଯାଇଛି।

କେଜ୍ରିୱାଲ ପରିବାରଙ୍କୁ ସେମାନଙ୍କ ପୁରୁଣା ଘରର କର୍ମଚାରୀମାନେ ଲୋତକପୂର୍ଣ୍ଣ ଆଖିରେ ବିଦାୟ ଦେଇଥିଲେ। ସେମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ବେଶ ପ୍ରଶଂସା କରିଥିଲେ। ସୁନୀତା କେଜ୍ରିୱାଲ ଫ୍ଲାଗଷ୍ଟାଫ ବାସଭବନରେ ଚାବି ପକାଇ ସେଠାରେ ଅପେକ୍ଷାରେ ଥିବା ଜଣେ ସରକାରୀ ଅଧିକାରୀଙ୍କୁ ଚାବି ପ୍ରଦାନ କରିଥିଲେ।

Related posts