Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା: ଏକ କୋଟି ଯୁବକଙ୍କୁ ଇଣ୍ଟର୍ଣ୍ଣସିପ୍ ସୁବିଧା ପ୍ରଦାନ ଲକ୍ଷ୍ୟ
ଆଜିର ଖବର

ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା: ଏକ କୋଟି ଯୁବକଙ୍କୁ ଇଣ୍ଟର୍ଣ୍ଣସିପ୍ ସୁବିଧା ପ୍ରଦାନ ଲକ୍ଷ୍ୟ

October 4, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୪-୨୫ ବଜେଟରେ ପ୍ରଧାନମନ୍ତ୍ରୀଙ୍କ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଇନ୍ ଟପ୍ କମ୍ପାନୀ(ସ୍କିମ୍) ଘୋଷଣା କରାଯାଇଛି। ଏହା ମାଧ୍ୟମରେ ପାଞ୍ଚ ବର୍ଷ ମଧ୍ୟରେ ଶ୍ରେଷ୍ଠ ୫୦୦ କମ୍ପାନୀରେ ଏକ କୋଟି ଯୁବକଙ୍କୁ ଇଣ୍ଟର୍ଣ୍ଣସିପ୍ ସୁବିଧା ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ମାଧ୍ୟମରେ ଯୁବକମାନେ ବିଭିନ୍ନ ପେସା ଓ ନିଯୁକ୍ତି ସୁଯୋଗ ସହିତ ପ୍ରକୃତ ବ୍ୟବସାୟିକ ପରିବେଶ ସହ ପରିଚିତ ହେବେ।

ଏହି ମହତ୍ୱାକାଂକ୍ଷୀ ଯୋଜନାର ଶୁଭାରମ୍ଭ ନିମନ୍ତେ ୨୦୨୪-୨୫ ଆର୍ଥିକ ବର୍ଷରେ ୧.୨୫ ଲକ୍ଷ ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇ ଏକ ପାଇଲଟ୍ ପ୍ରକଳ୍ପ ୨୦୨୪ ଅକ୍ଟୋବର ୩ ତାରିଖରେ ଆରମ୍ଭ ହୋଇଛି। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ (ଏମସିଏ) ଦ୍ୱାରା ବିକଶିତ ଏକ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେବ, ଯାହା www.pminternship.mca.gov.in ଉପଲବ୍ଧ ହେବ। ଏହି ପୋର୍ଟାଲ ସମଗ୍ର ଇଣ୍ଟର୍ଣ୍ଣସିପ୍ ପ୍ରକ୍ରିୟାର ପରିଚାଳନା ପାଇଁ ଏକ କେନ୍ଦ୍ରୀଭୂତ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରିବା ପାଇଁ ସହଭାଗୀ କମ୍ପାନୀମାନଙ୍କ ପାଇଁ ଏହି ପୋର୍ଟାଲ ଖୋଲାଯାଇଛି ଏବଂ ୨୦୨୪ ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ପ୍ରାର୍ଥୀଙ୍କ ପଞ୍ଜୀକରଣ ଆରମ୍ଭ ହେବ।

ସହଯୋଗୀ କମ୍ପାନୀ

ଗତ ତିନି ବର୍ଷର ହାରାହାରି ସିଏସଆର ଖର୍ଚ୍ଚ ଆଧାରରେ ଏହି ପାଇଲଟ୍ ପ୍ରକଳ୍ପ ପାଇଁ ଶୀର୍ଷ କମ୍ପାନୀଗୁଡ଼ିକୁ ଚିହ୍ନଟ କରାଯାଇଛି। ଏହି ଯୋଜନାରେ କମ୍ପାନୀଗୁଡ଼ିକର ଅଂଶଗ୍ରହଣ ସ୍ୱେଚ୍ଛାକୃତ। ଏତଦ୍ ବ୍ୟତୀତ ଏହି ଯୋଜନାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଅନ୍ୟ କୌଣସି କମ୍ପାନୀ/ ବ୍ୟାଙ୍କ/ ଆର୍ଥିକ ଅନୁଷ୍ଠାନ ଏମସିଏର ଅନୁମୋଦନ କ୍ରମେ ଏଥିରେ ସାମିଲ ହୋଇପାରିବେ, ଯେଉଁଥିରେ ଉପରୋକ୍ତ ୫୦୦ କମ୍ପାନୀ ଦ୍ୱାରା ପ୍ରତିନିଧିତ୍ୱ କରୁଥିବା କ୍ଷେତ୍ର ଏବଂ ପରିସରକୁ ବିଚାରକୁ ନିଆଯାଇପାରିବ।

ଯଦି ସହଭାଗୀ କମ୍ପାନୀ ନିଜ କମ୍ପାନୀରେ ଏଭଳି ଇଣ୍ଟର୍ଣ୍ଣସିପ୍ ପ୍ରଦାନ କରିପାରିବ ନାହିଁ, ତା’ହେଲେ ସମ୍ପୃକ୍ତି କମ୍ପାନୀ ନିଜର ଫରୱାର୍ଡ ଓ ବ୍ୟାକୱାର୍ଡ ମୂଲ୍ୟ ଶୃଙ୍ଖଳା (ଉଦାହରଣ ସ୍ୱରୂପ ଯୋଗାଣକାରୀ / ଗ୍ରାହକ / ବିକ୍ରେତା) କିମ୍ବା ଏହାର ଗୋଷ୍ଠୀର ଅନ୍ୟ କମ୍ପାନୀ / ଅନୁଷ୍ଠାନ ଗୁଡିକ କିମ୍ବା ଅନ୍ୟ କୌଣସି ସଂସ୍ଥା ସହିତ ଚୁକ୍ତି କରିପାରେ। ଏହାବ୍ୟତୀତ, ଯଦିଓ ଇଣ୍ଟର୍ଣ୍ଣସିପ୍ ସମ୍ପୃକ୍ତ ସଂସ୍ଥା, ଯେପରିକି ସହଯୋଗୀ କମ୍ପାନୀ, ଯୋଗାଣକାରୀ କିମ୍ବା ପ୍ରମୁଖ ନିଗମର ବିକ୍ରେତାମାନଙ୍କ ନିକଟରେ କରାଯାଇପାରେ, ତଥାପି ଏହା ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଂଶୀଦାର କମ୍ପାନୀଗୁଡିକର ତତ୍ତ୍ୱାବଧାନରେ ହେବ, ଯାହା ଗୁଣାତ୍ମକ ଶିକ୍ଷଣ ଅଭିଜ୍ଞତାକୁ ସୁନିଶ୍ଚିତ କରିବ।

ଇଣ୍ଟର୍ଣ୍ଣସିପ୍‌ ଅବଧି: ଇଣ୍ଟର୍ଣ୍ଣସିପର ଅବଧି ୧୨ ମାସ ହେବ । ଇଣ୍ଟର୍ନସିପ୍ ଅବଧିର ଅତିକମରେ ଅଧା ଭାଗ ସମୟ ଶ୍ରେଣୀଗୃହରେ ନୁହେଁ, ପ୍ରକୃତ କାର୍ଯ୍ୟ ଅଭିଜ୍ଞତା / ଚାକିରି ପରିବେଶରେ ବିତାଇବା ଆବଶ୍ୟକ।

ପ୍ରାର୍ଥୀଙ୍କ ପାଇଁ ଯୋଗ୍ୟତା ମାପଦଣ୍ଡ

ବୟସ: ୨୧ରୁ ୨୪ ବର୍ଷ ବୟସ୍କ (ଆବେଦନ ଦାଖଲ କରିବାର ଶେଷ ତାରିଖ ସୁଦ୍ଧା) ଯୁବକଯୁବତୀ ଯେଉଁମାନେ ଭାରତୀୟ ନାଗରିକ ହୋଇଥିବେ ଏବଂ ପୂର୍ଣ୍ଣକାଳୀନ ନିଯୁକ୍ତି ପାଇନଥିବେ କିମ୍ବା ପୂର୍ଣ୍ଣକାଳୀନ ଶିକ୍ଷା ଲାଭ କରୁନଥିବେ। ଅନଲାଇନ/ଦୂରନିରନ୍ତର ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ପ୍ରାର୍ଥୀମାନେ ଆବେଦନ କରିବା ଲାଗି ଯୋଗ୍ୟ ଅଟନ୍ତି।

ଶିକ୍ଷାଗତ ଯୋଗ୍ୟତା: ହାଇସ୍କୁଲ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାସ୍ କରିଥିବା, ଆଇଟିଆଇରୁ ସାର୍ଟିଫିକେଟ୍ ହାସଲ କରିଥିବା, ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନରୁ ଡିପ୍ଲୋମା କରିଥିବା କିମ୍ବା ବିଏ, ବିଏସସି, ବିକମ୍‌, ବିସିଏ, ବିବିଏ, ବି ଫାର୍ମା ଇତ୍ୟାଦି ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଯୋଗ୍ୟ ବିବେଚିତ ହେବେ।

ନିମ୍ନୋକ୍ତ ପ୍ରାର୍ଥୀମାନେ ଆବେଦନ କରିବାକୁ ଯୋଗ୍ୟ ନୁହନ୍ତି:

ଆଇଆଇଟି, ଆଇଆଇଏମ୍, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଆଇଆଇଏସଇଆର୍, ଏନଆଇଡି ଓ ଆଇଆଇଆଇଟିରୁ ସ୍ନାତକ ଡିଗ୍ରୀ ହାସଲକାରୀ

ଯେଉଁମାନଙ୍କର ସିଏ, ସିଏମଏ, ସିଏସ୍, ଏମ୍ ବିବିଏସ୍, ବିଡିଏସ୍, ଏମବିଏ, କୌଣସି ସ୍ନାତକୋତ୍ତର କିମ୍ବା ତା’ଠାରୁ ଅଧିକ ଡିଗ୍ରୀ ରହିଛି।

ଯେଉଁମାନେ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଯୋଜନା ଅଧୀନରେ କୌଣସି ଦକ୍ଷତା, ଆପ୍ରେଣ୍ଟିସିପ୍, ଇଣ୍ଟର୍ନସିପ୍ କିମ୍ବା ବିଦ୍ୟାର୍ଥୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରୁଛନ୍ତି।

ଯେଉଁମାନେ ଯେକୌଣସି ସମୟରେ ଆପ୍ରେଣ୍ଟିସିପ୍, ନେସନାଲ ଆପ୍ରେଣ୍ଟିସିପ୍ ଟ୍ରେନିଂ ସ୍କିମ୍ (ଏନ୍ଏଟିଏସ୍) କିମ୍ବା ନେସନାଲ ଆପ୍ରେଣ୍ଟିସିପ୍ ପ୍ରମୋସନ୍ ସ୍କିମ୍ (ଏନ୍ ଏପିଏସ୍) ଅଧୀନରେ ପ୍ରଶିକ୍ଷଣ ଶେଷ କରିଛନ୍ତି।

ଯଦି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପ୍ରାର୍ଥୀଙ୍କ ପରିବାରର କୌଣସି ସଦସ୍ୟଙ୍କ ଆୟ ୮ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବ

ଯଦି ପରିବାରର କୌଣସି ସଦସ୍ୟ ସ୍ଥାୟୀ/ନିୟମିତ ସରକାରୀ କର୍ମଚାରୀ ଅଟନ୍ତି।

ଦ୍ରଷ୍ଟବ୍ୟ: ପାଇଲଟ ପ୍ରକଳ୍ପ ଉଦ୍ଦେଶ୍ୟ ଲାଗି:

‘‘ପରିବାର’’ ଅର୍ଥ ନିଜେ, ମାତାପିତା ଏବଂ ଜୀବନସାଥୀ

‘‘ସରକାର’’ ଅର୍ଥ କେନ୍ଦ୍ର ଓ ରାଜ୍ୟ ସରକାର, କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନ, କେନ୍ଦ୍ର ଓ ରାଜ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ବୈଧାନିକ ସଂଗଠନ, ସ୍ଥାନୀୟ ସଂସ୍ଥା ଆଦି

‘‘କର୍ମଚାରୀ’’ ଅର୍ଥ ନିୟମିତ/ସ୍ଥାୟୀ କର୍ମଚାରୀ କିନ୍ତୁ ଚୁକ୍ତିଭିତ୍ତିକ କର୍ମଚାରୀ ସାମିଲ ନୁହନ୍ତି।

ଏହି ଯୋଜନାର ଲାଭ:

ଶିଳ୍ପ ସୁଯୋଗ:  ଏହି ଯୋଜନା ଇଣ୍ଟର୍ଣ୍ଣ ବା ବୃତ୍ତିଗତ ତାଲିମ ନେଉଥିବା ପ୍ରାର୍ଥୀମାନଙ୍କୁ ବାସ୍ତବ ଦୁନିଆର ବ୍ୟବସାୟିକ ପରିବେଶ ଅନୁଭବ କରିବାର ସୁଯୋଗ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି, ଯଦ୍ଦ୍ୱାରା ସେମାନଙ୍କୁ ବ୍ୟବହାରିକ ଅଭିଜ୍ଞତା ପ୍ରଦାନ କରାଯାଇପାରିବ ଯାହା ସେମାନଙ୍କ ନିଯୁକ୍ତି କ୍ଷମତାକୁ ବଢ଼ାଇବ। ଇଣ୍ଟର୍ଣ୍ଣସିପ୍ ସମାପ୍ତ ହେବା ପରେ କମ୍ପାନୀଗୁଡ଼ିକ ଦ୍ୱାରା ଇଣ୍ଟର୍ଣ୍ଣସିପର ସାର୍ଟିଫିକେଟ୍ ପ୍ରଦାନ କରାଯିବ, ଯାହା ଇଣ୍ଟର୍ଣ୍ଣମାନଙ୍କୁ ସେମାନଙ୍କ ରିଜୟୁମେ ବା ବାୟୋଡାଟାରେ ପ୍ରତିଷ୍ଠିତ କମ୍ପାନୀଗୁଡ଼ିକର ମାନ୍ୟତା ସହିତ ଏକ ଲାଭଦାୟକ ସହଯୋଗ ପ୍ରଦାନ କରିବ, ଯାହା ସେମାନଙ୍କ କ୍ୟାରିୟର ସମ୍ଭାବନାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେବାର ସମ୍ଭାବନା ରହିଛି।

ଆର୍ଥିକ ସହାୟତା: ଇଣ୍ଟର୍ଣ୍ଣମାନଙ୍କୁ ମାସିକ ୫,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ, ସେଥିମଧ୍ୟରୁ ୪୫୦୦ ଟଙ୍କା ସରକାର ପ୍ରଦାନ କରିବେ ଏବଂ ୫୦୦ ଟଙ୍କା କମ୍ପାନୀ ଏହାର ସିଏସଆର ପାଣ୍ଠିରୁ ପ୍ରଦାନ କରିବେ। ଏହାବ୍ୟତୀତ ଇଣ୍ଟରନସିପ୍ ସ୍ଥାନରେ ଯୋଗଦେବା ପରେ ପ୍ରତ୍ୟେକ ଇଣ୍ଟର୍ଣ୍ଣଙ୍କୁ ଏମସିଏ ତରଫରୁ ଆନୁସଙ୍ଗିକ କାର୍ଯ୍ୟ ପାଇଁ ଏକକାଳୀନ ୬,୦୦୦ ଟଙ୍କା ଅନୁଦାନ ପ୍ରଦାନ କରାଯିବ। ପ୍ରଚଳିତ ନିୟମ ଅନୁଯାୟୀ, ଏହି ଯୋଜନା ଅଧୀନରେ କମ୍ପାନୀ ଏହାର ସିଏସଆର ପାଣ୍ଠିରୁ ଇଣ୍ଟର୍ଣ୍ଣମାନଙ୍କ ପ୍ରଶିକ୍ଷଣ ସହିତ ଜଡିତ ଖର୍ଚ୍ଚ ବହନ କରିବ । ଯଦି କୌଣସି କମ୍ପାନୀ ମାସିକ ୫୦୦ ଟଙ୍କାରୁ ଅଧିକ ସହାୟତା ଦେବାକୁ ଚାହୁଁଛନ୍ତି, ତେବେ ତାହା ନିଜ ପାଣ୍ଠିରୁ କରିପାରିବେ।

ବୀମା ସୁରକ୍ଷା: ଭାରତ ସରକାରଙ୍କ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୀମା ସୁରକ୍ଷା ପ୍ରଦାନ କରାଯିବ। ଏଥିପାଇଁ ସରକାର ପ୍ରିମିୟମ ରାଶି ପ୍ରଦାନ କରିବେ। ଏହାବ୍ୟତୀତ, କମ୍ପାନୀ ଇଣ୍ଟର୍ଣ୍ଣମାନଙ୍କୁ ଅତିରିକ୍ତ ଦୁର୍ଘଟଣା ବୀମା ସୁରକ୍ଷା ମଧ୍ୟ ପ୍ରଦାନ କରିପାରେ।

ଏହି ଯୋଜନାର କାର୍ଯ୍ୟକାରିତା: ସହଯୋଗୀ କମ୍ପାନୀଗୁଡିକ ପୋର୍ଟାଲରେ ଏକ ଉତ୍ସର୍ଗୀକୃତ ଡ୍ୟାସବୋର୍ଡ ରଖିବେ ଯେଉଁଠାରେ ସେମାନେ ଇଣ୍ଟର୍ଣ୍ଣସିପ୍ ସୁଯୋଗ, ଅବସ୍ଥାନ, ପ୍ରକୃତି, ଆବଶ୍ୟକ ଯୋଗ୍ୟତା ଏବଂ ପ୍ରଦାନ କରାଯାଇଥିବା କୌଣସି ସୁବିଧାର ବିବରଣୀ ପୋଷ୍ଟ କରିପାରିବେ। ଯୋଗ୍ୟ ପ୍ରାର୍ଥୀମାନେ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ, ଯେଉଁଠାରେ ସେମାନଙ୍କର ବିବରଣୀ ଏକ ରିଜୟୁମେ ସୃଷ୍ଟି କରିବାକୁ ବ୍ୟବହାର କରାଯିବ। ପ୍ରାର୍ଥୀମାନେ ସେମାନଙ୍କ ପସନ୍ଦର କ୍ଷେତ୍ର, ଭୂମିକା ଏବଂ ସ୍ଥାନ ଆଧାରରେ ଇଣ୍ଟର୍ଣ୍ଣସିପ୍ ବ୍ରାଉଜ୍ କରିପାରିବେ ଏବଂ ପାଞ୍ଚଟି ସୁଯୋଗ ପାଇଁ ଆବେଦନ କରିପାରିବେ।

ସୁବିଧା ଏବଂ ସହାୟତା: ଏହି ଯୋଜନାରେ ଏକ ଉତ୍ସର୍ଗୀକୃତ ଅଭିଯୋଗ ସମାଧାନ ବ୍ୟବସ୍ଥାର ପରିକଳ୍ପନା କରାଯାଇଛି ଯାହା ସମସ୍ୟାଗୁଡିକର ଠିକ୍ ସମୟରେ ସମାଧାନ ସୁନିଶ୍ଚିତ କରିବ ଏବଂ ଉପଭୋକ୍ତାଙ୍କ ସନ୍ତୋଷ ବୃଦ୍ଧି କରିବ। ଏହାବ୍ୟତୀତ ୧୮୦୦-୧୧୬-୦୯୦ରେ ପହଞ୍ଚିବା ପାଇଁ ଏକ ବହୁଭାଷୀ ଟେଲି ହେଲ୍ପଲାଇନ୍ ପ୍ରତିଷ୍ଠା କରାଯାଇଛି, ଯାହା ବିଭିନ୍ନ ଭାଷାରେ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ସହାୟତା ସୁନିଶ୍ଚିତ କରିବ।

ପାଇଲଟ୍ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025
Latest News

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.