Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରମ୍ଭ ହେଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା : ଇଣ୍ଟିମେସନ୍‌ ଲେଟର୍‌ ଡାଉନ୍‌ଲୋଡ୍‌ ନ ହେବା ନେଇ ଅସନ୍ତୋଷ
ଆଜିର ଖବର

ଆରମ୍ଭ ହେଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା : ଇଣ୍ଟିମେସନ୍‌ ଲେଟର୍‌ ଡାଉନ୍‌ଲୋଡ୍‌ ନ ହେବା ନେଇ ଅସନ୍ତୋଷ

July 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
+2 cut off declared

ଆଜିଠାରୁ ରାଜ୍ୟରେ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ ମାର୍କର ଆଡ଼୍‌ମିଶନ୍‌ ହେବ। ଏହା ଆସନ୍ତା ୬ ତାରିଖ ଯାଏ ଚାଲିବ। ପ୍ରଥମ ବର୍ଷ ଲାଗି ୩ଲକ୍ଷ ୭୫ ହଜାର ୯୫୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ  ୩୩ହଜାର ୫୭୩ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଗତକାଲି ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଥିଲା। ଜୁଲାଇ ୧୨ ରେ ଦ୍ୱିତୀୟ କଟ୍ ଅଫ୍ ପ୍ରକାଶ ପାଇବ। ସିଟ୍ ବଳକା ପଡ଼ିଲେ ସ୍ପଟ୍ ଆଡମିଶନ୍ କରାଯିବ। ଜୁଲାଇ ୨୯ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠ ପଢା ଆରମ୍ଭ ହେବ। ତେବେ ଆଡମିଶନ୍‌ରେ କିଛି ବ୍ୟତିକ୍ରମ ଦେଖାଦେଇଛି। ଇଣ୍ଟିମସନ୍‌ ଲେଟର୍‌ ଠିକ୍‌ ରୂପେ ଡାଉନ୍‌ଲୋଡ୍‌ ହୋଇପାରିନଥିବାରୁ ପିଲାମାନେ ଆଡମିସନ୍‌ କରିପାରୁନାହାନ୍ତି। ସେହିପରି ମାଇଗ୍ରେସନ୍‌ ସାର୍ଟିଫିକେଟ୍‌କୁ ନେଇ ମଧ୍ୟ କିଛି ଅସୁବିଧା ଦେଖାେଦଇଛି। ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ଗତକାଲି ପ୍ରକାଶ ପାଇଥିବା ପ୍ରଥମ କଟ୍‌ଅଫ୍‌ ମାର୍କରେ କଳାରେ ବିଜେବି ଜୁନିଅରର କଟ୍‌ ଅଫ୍‌ ମାର୍କ ୭୧.୧୭ପ୍ରତିଶତ ରହିଛି। ଦ୍ୱିତୀୟରେ ରେଭେନ୍ସା ଜୁନିଅର୍‌ କଲେଜର ୭୦.୧୭ ପ୍ରତିଶତ ଓ ଘସିପୁରା ପତିତପାବନ କଲେଜର ୬୮.୫ ପ୍ରତିଶତ କଟ୍‌ ଅଫ୍‌  ମାର୍କ ରହିଛି। ସେହିପରି ବିଜ୍ଞାନରେ ରେଭେନ୍ସା ଜୁନିୟର କଲେଜର ୯୦ ପ୍ରତିଶତ କଟ୍‌ ଅଫ୍‌ ମାର୍କ ରହିଥିବାବେଳେ ଦ୍ୱିତୀୟରେ ବିଜେବି ଜୁନିୟର୍‌ କଲେଜ ରହିଛି। ବିଜେବିର ବିଜ୍ଞାନରେ ୮୮.୬୭ ପ୍ରତିଶତ କଟ୍‌ ଅଫ୍‌ ରହିଛି। ସେହିପରି ବ୍ରହ୍ମପୁର ସରସ୍ୱତୀ ବିଦ୍ୟାମନ୍ଦିର ୮୭.୬୭ ପ୍ରତିଶତ ସହିତ ତୃତୀୟରେ ରହିଛି। ବାଣିଜ୍ୟରେ ଗଞ୍ଜାମର ଗୋପାଳପୁର ହାଇଅର ସେକେଣ୍ଡାରୀ ସ୍କୁଲ ୮୦.୬ ପ୍ରତିଶତ ସହିତ ପ୍ରଥମ ସ୍ଥାନରେ ରହିଛି। ସେହିପରି ଦ୍ୱିତୀୟ ସର୍ବାଧିକ ରହିଛି ଢେଙ୍କାନାଳ ଇଭିନଂ କଲେଜ ୭୬.୧୭ ପ୍ରତିଶତ ଓ ତୃତୀୟରେ ରେଭେନ୍ସା ଜୁନିଅର କଲେଜର ୭୬ ପ୍ରତିଶତ କଟ୍‌ ଅଫ୍‌ ମାର୍କ ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026
Latest News

ଧର୍ମ ପରିବର୍ତ୍ତନ କଲେ ହରାଇବେ SC/ST ମାନ୍ୟତା: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

March 24, 2026

ଏମିତି କାହାଣି କେବେ ଶୁଣିନି

March 24, 2026

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.