Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥରେ ତିନିମାସ ଦୀର୍ଘ ସତର୍କତା ସଚେତନତା ଅଭିଯାନ
ଆଜିର ଖବର

ପୂର୍ବତଟ ରେଳପଥରେ ତିନିମାସ ଦୀର୍ଘ ସତର୍କତା ସଚେତନତା ଅଭିଯାନ

October 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୂର୍ବତଟ ରେଳପଥ ଗତ ଅଗଷ୍ଟ ମାସ 24 ତାରିଖ ଠାରୁ ତିନି ମାସ ପର୍ଯ୍ୟନ୍ତ ସତର୍କତା ସଚେତନତା ଅଭିଯାନ ଆରମ୍ଭ କରିଛି। କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଙ୍କ ନିର୍ଦ୍ଦେଶନାମା ଅନୁଯାୟୀ “ସଂସ୍କୃତିର ଅଖଣ୍ଡତା ପାଇଁ ରାଷ୍ଟ୍ରର ସମୃଦ୍ଧତା” ବିଷୟବସ୍ତୁ ଆଧାରରେ ଏହି ଅଭିଯାନ ଆରମ୍ଭ କରାଯାଇଅଛି।

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ପୂର୍ବତଟ ରେଳପଥ ଜୋନ ମଧ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ଆୟୋଜନ କରି ରେଳ କର୍ମଚାରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ଅଖଣ୍ଡତାର ସଂସ୍କୃତି ବୃଦ୍ଧି କରାଇବା।

ମୁଖ୍ୟ ଆକର୍ଷଣ:

1. ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା:

ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ତଥା ରେଳ କର୍ମଚାରୀଙ୍କ ପିଲାମାନଙ୍କ ମଧ୍ୟରେ ପ୍ରବନ୍ଧ ଲେଖା, କଳା ଏବଂ ପେଣ୍ଟିଂ ଏବଂ ସ୍ଲୋଗାନ ଲେଖା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଅଛି।  ପିଲା ଓ ଯୁବ ସମାଜ ମଧ୍ୟରେ ଅଳ୍ପ ବୟସରୁ ଅଖଣ୍ଡତା ମୂଲ୍ୟବୋଧକୁ ଗୁରୁତ୍ୱ ଦିଆଯାଇ ଭୁବନେଶ୍ୱର, କଟକ ଏବଂ ପୁରୀ ସମେତ ପ୍ରମୁଖ ସ୍ଥାନ ମାନଙ୍କରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେମାନଙ୍କୁ ପ୍ରୋତ୍ସାହିତ କରିବା।

2. ସତର୍କତା ଆଲୋଚନା ଚକ୍ର ଏବଂ କର୍ମଶାଳା:

ରେଳ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସଜାଗତା ଏବଂ ସ୍ୱଚ୍ଛତାର ଗୁରୁତ୍ୱ ସମ୍ବନ୍ଧରେ ଶିକ୍ଷା ଦେବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥର ସତର୍କତା ବିଭାଗ ବିଭିନ୍ନ ସ୍ଥାନରେ ଆଲୋଚନା ଚକ୍ର ଏବଂ କର୍ମଶାଳା ଆୟୋଜନ କରି ସତର୍କତା ଅଭିଯାନ ଜାରି ରଖିଛି। ଏହି ପଦକ୍ଷେପଗୁଡିକ ସଚେତନତା ସୃଷ୍ଟି କରିବା ଏବଂ କର୍ମକ୍ଷେତ୍ରରେ ନୈତିକ ଅଭ୍ୟାସକୁ ଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ |

3. ସମୁଦାୟର ଯୋଗଦାନ:

ଏହି ଅଭିଯାନର ଉଦ୍ଦେଶ୍ୟକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ, ବଲ୍କ ଏସଏମଏସର ବ୍ୟବହାର କରାଯାଇଅଛି। ଭୁକନେଶ୍ୱର, କଟକ, କୋରାପୁଟ, ବାଲୁଗାଁ, ଭଦ୍ରକ, ଅନୁଗୁଳ, ବଲାଙ୍ଗୀର, ଟିଟିଲାଗଡ଼, ବିଜୟନଗରମ ଏବଂ ବିଶାଖାପାଟନମ୍ ଭଳି ପ୍ରମୁଖ ରେଳ ଷ୍ଟେସନ ମାନଙ୍କରେ ସ୍ୱଚ୍ଛତା ଓ ଅଖଣ୍ଡତାର ମହତ୍ଵକୁ ଦର୍ଶାଇ ପଥପ୍ରାନ୍ତ ନାଟକ (ନୁକ୍କଡ ନାଟକ) ପ୍ରଦର୍ଶନ କରାଯାଉଛି, ଯାହା ତୃଣମୂଳ ସ୍ତରରେ ଏହାର ବାର୍ତ୍ତା ପ୍ରସାର କରିବାରେ ସାହାଯ୍ୟ କରିବ।

4. ଭବିଷ୍ୟତ କାର୍ଯ୍ୟକ୍ରମ :

୨୦୧୪ ଅକ୍ଟୋବର 23 ତାରିଖରେ ଭୁବନେଶ୍ୱର ଏବଂ କଟକ ଠାରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବିତର୍କ ପ୍ରତିଯୋଗିତା ଧାର୍ଯ୍ୟ କରାଯାଇଛି, ଯେଉଁଠାରେ ଯୁବ ମାନସିକତା ଜାତୀୟ ବିକାଶରେ ଅଖଣ୍ଡତାର ଗୁରୁତ୍ୱ ବିଷୟରେ ଆଲୋଚନା କରିବେ।

ଅତିରିକ୍ତ କାର୍ଯ୍ୟକଳାପରେ ଅଖଣ୍ଡତା ପ୍ରତିଶ୍ରୁତି ପରିଚାଳନା, ବିକ୍ରେତା (ଭେଣ୍ଡର) ଏବଂ ସହଭାଗୀ ମାନଙ୍କ ମଧ୍ୟରେ ବୈଠକ ଏବଂ ରେଳ ଷ୍ଟେସନ ଏବଂ କାର୍ଯ୍ୟାଳୟରେ ବ୍ୟାନର ଏବଂ ପୋଷ୍ଟର ପ୍ରଦର୍ଶନ କରାଯାଇ ସଚେତନତା ସୃଷ୍ଟି କରିବା ଅନ୍ତର୍ଭୁକ୍ତ।

5. ସତର୍କତା ସଚେତନତା ସପ୍ତାହ:

2024 ଅକ୍ଟୋବର ମାସ 28 ତାରିଖରୁ ନଭେମ୍ବର ମାସ 3 ତାରିଖ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ସତର୍କତା ସଚେତନତା ସପ୍ତାହ ପାଳନ କରିବ। ଏହି ସପ୍ତାହରେ ଯୋଜନା କରାଯାଇଥିବା କାର୍ଯ୍ୟକଳାପରେ ୱାକାଥନ୍ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ରେଳ କର୍ମଚାରୀ ଏବଂ ସାଧାରଣ ଜନତାଙ୍କୁ ସ୍ୱଚ୍ଛତା ଓ ଅଖଣ୍ଡତା ନିର୍ମାଣ କାର୍ଯ୍ୟରେ ଜଡିତ କରିବା ପାଇଁ ପରିକଳ୍ପିତ ବିଭିନ୍ନ ପ୍ରୟାସ ଅନ୍ତର୍ଭୁକ୍ତ ଅଟେ।

ପୂର୍ବତଟ ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ବିଜୟ କୁମାର ମିଶ୍ରଙ୍କ ମାର୍ଗଦର୍ଶନରେ ପୂର୍ବତଟ ରେଳପଥ ଏକ ନୈତିକ ମୂଲ୍ୟବୋଧ ସହିତ ସ୍ୱଚ୍ଛ ଓ ଅଖଣ୍ଡତାକୁ ଆଧାର କରି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଜାତିର ସମୃଦ୍ଧତା ପ୍ରତିପାଦନ କରିବାକୁ ପ୍ରତିଶ୍ରୁତିବଦ୍ଧ।

ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ନମ୍ବର ୧ ହେଲେ ବୈଭବ ସୂର୍ଯ୍ୟବଂଶୀ: ଅରେଞ୍ଜ କ୍ୟାପ୍ ପାଇଁ ବିରାଟ କୋହଲିଙ୍କ ସମ୍ଭାବନା କେତେ?

May 28, 2026

ବିଜେପି ସଂଗଠନରେ ବଡ଼ ଧରଣର ଅଦଳବଦଳ: ନିଯୁକ୍ତ ହେଲେ ଚାରୋଟି ରାଜ୍ୟରେ ରାଜ୍ୟ ସଭାପତି

May 28, 2026

BSNL ର ବଡ଼ ଘୋଷଣା: ମାତ୍ର ୫୧ ଟଙ୍କାରେ ମିଳିବ ୨୮ ଦିନ ପାଇଁ ୨ ଜିବି ଡାଟା ଏବଂ ମାଗଣା କଲିଂ

May 28, 2026

କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

May 28, 2026
Latest News

ନମ୍ବର ୧ ହେଲେ ବୈଭବ ସୂର୍ଯ୍ୟବଂଶୀ: ଅରେଞ୍ଜ କ୍ୟାପ୍ ପାଇଁ ବିରାଟ କୋହଲିଙ୍କ ସମ୍ଭାବନା କେତେ?

May 28, 2026

ବିଜେପି ସଂଗଠନରେ ବଡ଼ ଧରଣର ଅଦଳବଦଳ: ନିଯୁକ୍ତ ହେଲେ ଚାରୋଟି ରାଜ୍ୟରେ ରାଜ୍ୟ ସଭାପତି

May 28, 2026

BSNL ର ବଡ଼ ଘୋଷଣା: ମାତ୍ର ୫୧ ଟଙ୍କାରେ ମିଳିବ ୨୮ ଦିନ ପାଇଁ ୨ ଜିବି ଡାଟା ଏବଂ ମାଗଣା କଲିଂ

May 28, 2026

ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

May 28, 2026

କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.