ମୋଦି ସରକାର ଭାରତୀୟ ଦଣ୍ଡ ସଂହିତା(ଆଇପିସି)ଅନ୍ତର୍ଗତ ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏନେଇ ରାଜ୍ୟସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲିଖିତ ଭାବେ ଉତ୍ତର ଉପସ୍ଥାପନ କରାଯାଇଛି। ଦେଶଦ୍ରୋହୀ, ଆତଙ୍କବାଦୀ ତଥା ବିଚ୍ଛିନ୍ନତାବାଦୀଙ୍କଠାରୁ ଦେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଆଇନ ଅପରିହାର୍ଯ୍ୟ। କଂଗ୍ରେସ ପକ୍ଷରୁ ୨୦୧୯ ଲୋକସଭା ନିର୍ବାଚନରେ ଏହାର ଘୋଷଣା ପତ୍ରରେ ଦେଶଦ୍ରୋହ ଆଇନ ଉଚ୍ଛେଦ କରିବା ଲାଗ ପ୍ରତିଶ୍ରୁତି ଦିଆଯାଇଥିଲା। ଆଇପିସି ଧାରା ୧୨୪-କ ଅନ୍ତର୍ଗତ ବ୍ରିଟିଶ୍ ସମୟରୁ ପ୍ରଚଳିତ ଏହି ଆଇନର ଉଚ୍ଛେଦ କରାଯିବାର ଯୋଜନା ରହିଛି କି ନାହିଁ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ଦେଇଛନ୍ତି। ଭାରତୀୟ କାନୁନ ସଂହିତା (ଆଇପିସି)ର ଧାରା ୧୨୪ଏରେ ଦେଶଦ୍ରୋହର ପରିଭାଷା ହେଉଛି, ଯଦି କୌଣସି ବ୍ୟକ୍ତି ସରକାର ବିରୋଧୀ ସାମଗ୍ରୀ ବିଷୟକୁ ଲେଖୁଛି ଅବା କହୁଛି କିମ୍ବା ଏହାକୁ ସମର୍ଥନ କରୁଛି, ସମ୍ପୃକ୍ତ ବ୍ୟକ୍ତି ଜଣକ ରାଷ୍ଟ୍ରୀୟ ଚିହ୍ନକୁ ଅପମାନ କରିବା ସହିତ ସମ୍ବିଧାନକୁ ମଧ୍ୟ ଅସମ୍ମାନ କରୁଛି ବୋଲି ବିଚାର କରାଯିବ। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଜୀବନ କାରାବାସ ବା ତିନି ବର୍ଷ ପାଇଁ କାରାଦଣ୍ଡ ଦିଆଯିବାର ପ୍ରାବଧନ ରହିଛି।
ଦେଶଦ୍ରୋହ କାନୁନ ଉଚ୍ଛେଦ ହେବ ନାହିଁ : ଗୃହ ମନ୍ତ୍ରଣାଳୟ
Published:
Jul 3, 2019, 7:22 pm IST
Tags: