Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଂଗବେରଂଗର ଫୁଲର ସମାହାରରେ ପ୍ରଥମ ଥର ପାଇଁ ଝଲସିଲା ଶ୍ରୀମନ୍ଦିର, ପ୍ରାୟ ତିରିଶ ଟ୍ରିପ୍ ଫୁଲରେ ସଜାଗଲା ମନ୍ଦିର
ଆଜିର ଖବର

ରଂଗବେରଂଗର ଫୁଲର ସମାହାରରେ ପ୍ରଥମ ଥର ପାଇଁ ଝଲସିଲା ଶ୍ରୀମନ୍ଦିର, ପ୍ରାୟ ତିରିଶ ଟ୍ରିପ୍ ଫୁଲରେ ସଜାଗଲା ମନ୍ଦିର

July 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ରଂଗବେରଂଗର ଫୁଲରେ ସଜେଇ ହେଲା ଶ୍ରୀମନ୍ଦିର
ରଂଗବେରଂଗର ଫୁଲରେ ସଜେଇ ହେଲା ଶ୍ରୀମନ୍ଦିର

ସମୀକ୍ଷା ବ୍ୟୁରୋ

ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଏକ ନୂଆ ରୂପରେ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସାରା ପ୍ରଥମ ଥର ପାଇଁ ବିଭିନ୍ନ ଫୁଲରେ ସଜାଯାଇଛି।ତେବେ ଏହା ଶ୍ରୀମନ୍ଦିର ପ୍ରଶାସନ କରି ନାହିଁ। ନୂଆଦିଲ୍ଲୀର ପ୍ରତିଷ୍ଠିତ ଫୁଲ ବ୍ୟବସାୟୀ ତଥା ଜଗନ୍ନାଥ ଭକ୍ତ କେକେ ଶର୍ମା ମନ୍ଦିର ପ୍ରଶାସନର ଅନୁମତି ନେଇ ଏହି କାର୍ଯ୍ୟ କରିଛନ୍ତି। ଏଥିପାଇଁ ସଂପୂକ୍ତ ଭକ୍ତ ନୂଆଦିଲ୍ଲୀରୁ ପ୍ରାୟ 200 ଜଣ କାରୀଗର ଆଣି ଦୁଇଦିନ ଧରି କାମରେ ଲଗାଇଛନ୍ତି। ଆଜି ଅର୍ଥାତ ରଥଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ସଂପୁର୍ଣ୍ଣ ହୋଇଛି। ଶ୍ରୀମନ୍ଦିରକୁ ଫୁଲରେ ସଜାଇବା ପାଇଁ ପ୍ରାୟ 30 ଟ୍ରିପ ଫୁଲ ଲାଗିଛି ବୋଲି କୁହାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 20 ଲକ୍ଷ ଟଙ୍କା ହେବ। ଏହି ଫୁଲସଜାରେ ସେ ପ୍ରାୟ 50 ପ୍ରକାରର ଫୁଲ ବ୍ୟବହାର କରିଛନ୍ତି ବୋଲି କହିଛନ୍ତି। କେବଳ ଶ୍ରୀମନ୍ଦିର ନୁହେଁ ଗୁଣ୍ଡିଚା ମନ୍ଦିରକୁ ମଧ୍ୟ ଫୁଲରେ ସଜାଯାଇଛି। ଠାକୁର ଗୁଣ୍ଡିଚା ମନ୍ଦିରରେ ଥିବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ନୂଆନୂଆ ରୂପରେ ଫୁଲ ସଜାଯିବ ବୋଲି ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି। ଏହି କାର୍ଯ୍ୟ ସେହି ଭକ୍ତ କରିବେ। ପ୍ରଥମ ଥର ପାଇଁ ଭକ୍ତଜଣଙ୍କ ଏପରି କାମ କରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି।  ଶ୍ରୀମନ୍ଦିରକୁ ସଜାଇବା ପାଇଁ ଦୁଇ ଶହ କାରୀଗରଙ୍କୁ ପ୍ରାୟ ଦୁଇଦିନ ଲାଗିଗଲା। ବର୍ତ୍ତମାନ ରଥଯାତ୍ରା ପାଇଁ ପୁରୀରେ ଭକ୍ତଙ୍କ ଭିଡ ଥିବାରୁ ଫୁଲର ଶ୍ରୀମନ୍ଦିର ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

Share. Facebook Twitter LinkedIn Email WhatsApp Copy Link

Related Posts

କେବଳ ଟୋଲ୍ ଆଦାୟ କରି ଧନୀ ହେଉଛି ଏହି ଦେଶ

April 14, 2026

ଆଜି ହେଉଛି ପଣା ସଂକ୍ରାନ୍ତି: ଏହିଦିନ ପଣା ପିଇବାର ବିଧି କାହିଁକି ରହିଛି ଜାଣିଛନ୍ତି କି ?

April 14, 2026

ମଳିନ ଚର୍ମ ପାଇଁ କଷ୍ଟ ପାଉଛନ୍ତି କି?: ପ୍ରତିଦିନ ପିଅନ୍ତୁ ଏହି ଜୁସ୍

April 14, 2026

ଆଜି ଦିଲ୍ଲୀ-ଡେରାଡୁନ ଅର୍ଥନୈତିକ କରିଡର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

April 14, 2026
Latest News

କେବଳ ଟୋଲ୍ ଆଦାୟ କରି ଧନୀ ହେଉଛି ଏହି ଦେଶ

April 14, 2026

ଆଜି ହେଉଛି ପଣା ସଂକ୍ରାନ୍ତି: ଏହିଦିନ ପଣା ପିଇବାର ବିଧି କାହିଁକି ରହିଛି ଜାଣିଛନ୍ତି କି ?

April 14, 2026

ମଳିନ ଚର୍ମ ପାଇଁ କଷ୍ଟ ପାଉଛନ୍ତି କି?: ପ୍ରତିଦିନ ପିଅନ୍ତୁ ଏହି ଜୁସ୍

April 14, 2026

ଆଜି ଦିଲ୍ଲୀ-ଡେରାଡୁନ ଅର୍ଥନୈତିକ କରିଡର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

April 14, 2026

ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୂଆ ପକାଇବ: ମୁଖ୍ୟମନ୍ତ୍ରୀ

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.