ସମୁଦ୍ର ଭିତରେ ଦାନା ଗୋଟାଉଛି ବାତ୍ୟା ଦାନା, କରିବ ତାଣ୍ଡବ ଲିଳା

Published: Oct 22, 2024, 9:23 am IST

ଭୁବନେଶ୍ବର: ସମୁଦ୍ର ଭିତରେ ଦାନା ଗୋଟାଉଛି ବାତ୍ୟା ଦାନା। ସ୍ଥଳଭାଗରେ ତାଣ୍ଡବ ଲିଳା କରିବା ପାଇଁ ବର୍ତ୍ତମାନ ଦାନା ପ୍ରସ୍ତୁତି ଆରମ୍ଭ କରିଦେଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳି ହେବାରେ ଲାଗିଛି। ବର୍ତ୍ତମାନ ଏହା ପାରାଦ୍ବୀପର ପୂର୍ବ ଦକ୍ଷିଣ ଦିଗର 730 କିଲୋମିଟର ଦୂରରେ ରହିଛି।

ସେହିପରି ପଶ୍ଚିମ ବଂଗର ସାଗର ଦ୍ବୀପଠାରୁ ଏହି ଲଘୁଚାପ 770 କିଲୋମିଟର ଦୂରରେ ରହିଛି। ବର୍ତ୍ତମାନ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତିକରିବାରେ ଲାଗିଛି। ଯାହାର ଗତିରୁ ଅନୁମାନ କରାଯାଇଛି ଯେ, ଆସନ୍ତାକାଲି ଏହା ବାତ୍ୟାରେ ପରିଣତ ହେବ। ସେହିପରି 24 ତାରିଖରେ ଏହି ପ୍ରବଳ ବାତ୍ୟାରେ ପରିଣତ ହେବ। ଏହା ପୁରୀ ଓ ସାଗର ଦ୍ବୀପ ମଧ୍ୟ ଦେଇ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ କହିଛି।

Related posts