ମଧ୍ୟରାତ୍ରରେ ସ୍ଥଳଭାଗ ସ୍ପର୍ଷ କଲା ବାତ୍ୟା ଦାନା, ଘଣ୍ଟାକୁ ପବନ ୧୨୦ କିଲୋମିଟର ପ୍ରବାହିତ

Published: Oct 25, 2024, 8:46 am IST

ଭୁବନେଶ୍ବର: ମଧ୍ୟରାତ୍ରରେ ଭୀଷଣ ବାତ୍ୟା ଦାନା ସ୍ଥଳଭାଗ ସ୍ପର୍ଶ କରିଛି। ଏହାର ଲ୍ୟାଣ୍ଡଫଲ ପକ୍ରିୟା ରାତି ପ୍ରାୟ ୧୨ଟା ୫ରୁ ଆରମ୍ଭ ହୋଇଥିଲା। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା। ଏହି ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ।

ବର୍ତ୍ତମାନ ସ୍ଥଳଭାଗ ଅତିକ୍ରମ କରୁଛି ଦାନା। ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟାର ପଶ୍ଚାତ ଭାଗ ସ୍ଥଳଭାଗରେ ପହଚିଛି। ଏହି ପକ୍ରିୟା ଶେଷ ହେବାକୁ ଆହୁରି ଦୁଇଘଣ୍ଟା ସମୟ ଲାଗିବ ବୋଲି ଅନୁମାନ କରାଯାଇଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଆଜି ପୂର୍ବାହ୍ନରେ ଦାନା ଦୁର୍ବଳ ହେବ।

ଏହାର ପ୍ରଭାବରେ ଭିତରକନିକା, ଧାମରା, କେନ୍ଦ୍ରାପଡ଼ାର ପେଣ୍ଠ ସମେତ ବିଭିନ୍ନ ଅଞ୍ଚଳରେ ଚାଳଛପର ଘର ସହ ଅନେକ ଆଜବେଷ୍ଟସ ଘର ନଷ୍ଟ ହୋଇଛି। ସେହିପରି ରାସ୍ତା ଉପରେ ଗଛଡାଳ ଭାଙ୍ଗିପଡିଛି। ଏହି ସମୟରେ ଅଗ୍ନିଶମ ଏବଂ ଓଡ୍ରାଫ ଟିମ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ଲାଗିରହିଛି।

Related posts