Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ, କହିଲେ ଆରମ୍ଭ ହେଲା ନୂଆ ଇନିଂସ୍
ଆଜିର ଖବର

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ, କହିଲେ ଆରମ୍ଭ ହେଲା ନୂଆ ଇନିଂସ୍

July 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ
ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ

ଆଜି ବିଜେଡିର ଦୁଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ ଶପଥ ନେଇଛନ୍ତି। ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ ନିଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସସ୍ମିତ ବିଜେଡିର ମୁଖପାତ୍ର ଥିବା ବେଳେ ଅମର ଦଳର ଆଇଟି ସେଲର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଚଳିତ ଥର ରାଜ୍ୟସଭାର ତିନୋଟି ଆସନ ଖାଲି ହୋଇଥିଲା। ଏହି ତିନୋଟି ଆସନରେ ବିଜେଡି ଦୁଇ ଜଣ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ଜଣେ ପ୍ରାର୍ଥୀ ଦେଇଥିଲା। ବିଜେପି ତରଫରୁ ପୂର୍ବତନ ଆଇଏଏସ ଅଫିସର ତଥା ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜେପେୟୀଙ୍କ ବ୍ୟକ୍ତିଗତ ସଚିବ ଅଶ୍ବନୀ ବୈଷ୍ଣବ ପ୍ରାର୍ଥୀ କରିଥିଲା। ଅଶ୍ବନୀଙ୍କୁ ବିଜେଡି ସମର୍ଥନ କରିଥିଲା। ଫଳରେ ସେ ମଧ୍ୟ ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେ ପୂର୍ବରୁ ସାଂସଦ ଭାବେ ଶପଥ ନେଇ ସାରିଥିଲେ। ଶପଥ ନେବା ପରେ ସସ୍ମିତ କହିଛନ୍ତି ଯେ, ବର୍ତ୍ତମାନ ରାଜନୈତିକ କ୍ୟାରିୟରରେ ଏକ ନୂଆ ଇନିଂସ ଆରମ୍ଭ ହେଲା। ଓଡିଶାର ସମସ୍ୟା ରାଜ୍ୟସଭାରେ ଉପସ୍ଥାପନା କରି ଉନ୍ନତି କରିବା କାର୍ଯ୍ୟରେ ଲାଗିବି ବୋଲି ସସ୍ମିତ କହିଛନ୍ତି।

ବିଜେଡି ବିଜେପି ରାଜ୍ୟସଭା ସସ୍ମିତପାତ୍ର ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ଚଳିତ ଆଇପିଏଲରେ କିଏ ରହିଲେ ଦମଦାର ଆଉ କିଏ ହେଲେ ଫ୍ଲପ?

June 2, 2026

ରାଜ୍ୟର ୧୮ ଜିଲ୍ଲାରେ ଚାଲିଛି ମ୍ୟାଙ୍ଗୋ ଫେଷ୍ଟିଭାଲ: ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ମେଳା

June 2, 2026

ରାଜଧାନୀ ଦିଲ୍ଲୀରେ ଗୁଳିକାଣ୍ଡ : ନାବାଳକ ଆହତ

June 1, 2026

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ଵ ଦୁଗ୍ଧ ଦିବସ ପାଳିତ

June 1, 2026
Latest News

ଚଳିତ ଆଇପିଏଲରେ କିଏ ରହିଲେ ଦମଦାର ଆଉ କିଏ ହେଲେ ଫ୍ଲପ?

June 2, 2026

ରାଜ୍ୟର ୧୮ ଜିଲ୍ଲାରେ ଚାଲିଛି ମ୍ୟାଙ୍ଗୋ ଫେଷ୍ଟିଭାଲ: ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ମେଳା

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026

ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.