ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସର୍ବକନିଷ୍ଠ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓଡ଼ିଶାର ଅଧିକାର ପାଇଁ ସଂସଦରେ ଦାବି ଉପସ୍ଥାପନ କରିଛନ୍ତି। ଦୁଇଜଣଙ୍କୁ ବାଚସ୍ପତି ବିତର୍କରେ ଭାଗ ନେବାକୁ ସୁଯୋଗ ଦେବା ସହିତ ପ୍ରମିଳାଙ୍କୁ ଭୂରିଭୂରି ପ୍ରଂଶସା କରିଛନ୍ତି। ୨୬ ବର୍ଷିୟା ଚନ୍ଦ୍ରାଣୀ ମୁର୍ମୁ ପ୍ରଥମ ଥର ଗୃହରେ ବିତର୍କରେ ଭାଗ ନେଇ ତାଙ୍କ ନିର୍ବାଚନମଣ୍ଡଳୀରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଗୃହରେ ଦାବି କରିଛନ୍ତି। ସେହିପରି ପ୍ରଥମ ଥର ଲାଗି ବିତର୍କରେ ଭାଗ ନେଇ ସାଂସଦ ପ୍ରମିଳା ବିଷୋୟୀ ପୁଣି ଥରେ ମହିଳାଙ୍କ ଅଧିକାରୀ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ମିଳୁଥିବା ଦରମା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧୫ ହଜାର ଟଙ୍କାକୁ ବୃଦ୍ଧି ଓ ସହାୟିକାଙ୍କ ମାସିକ ଦରମା ୧୨ ହଜାର ଟଙ୍କା ପାଇଁ ଦାବି କରିଛନ୍ତି। ପ୍ରମିଳାଙ୍କୁ ବାଚସ୍ପିତ ମହୋଦୟ କହିବାକୁ ସୁଯୋଗ ଦେବା ସହିତ ତାଙ୍କ ପ୍ରଶଂସା କରିଛନ୍ତି। ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ସେ ଯେଉଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ତାକୁ ପ୍ରଶଂସା କରିଛନ୍ତି ବାଚସ୍ପତି।
ସଂସଦରେ ବିତର୍କରେ ଭାଗ ନେଲେ ପ୍ରମିଳା, ଚନ୍ଦ୍ରିକା
Published:
Jul 4, 2019, 3:35 pm IST
Tags: