ଡିଏମ୍‌କେ ଯୁବଶାଖାର ସମ୍ପାଦକ ହେଲେ ଷ୍ଟାଲିନଙ୍କ ପୁଅ ଉଦୟନିଧି       

Published: Jul 4, 2019, 7:45 pm IST

ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନଙ୍କ ପୁଅ ତଥା ଅଭିନେତା ଉଦୟନିଧି ଡିଏମ୍‌କେର ଯୁବ ଶାଖା ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ତାମିଲ୍‌ ଫିଲ୍ମ ଅଭିନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ପୂର୍ବରୁ ତାଙ୍କ ପିତା ଏମ୍‌କେ ଷ୍ଟାଲିନ୍‌ ଏହି ପଦବୀରେ ମଧ୍ୟ ରହିଥିଲେ । କରୁଣାନିଧି ଷ୍ଟାଲିନ୍‌ଙ୍କୁ କୋଷାଧ୍ୟକ୍ଷ ରୂପେ ନିଯୁକ୍ତ କରିଥିବାବେଳେ ୟୁଥ ଓ୍ବିଙ୍ଗ୍‌ର ସଚିବ ରୂପେ ସ୍ବାମୀନାଥନ୍‌ଙ୍କୁ ନିଯୁକ୍ତ କରିଥିଲେ । କିଛିଦିନ ପୂର୍ବେ ସ୍ବାମୀନାଥନ୍‌ ଇସ୍ତଫା ଦେବା ପରେ ଉଦୟନିଧି ଏହି ପଦବୀରେ ଅବସ୍ଥାପିତ ହୋଇଛନ୍ତି । ପିତା କରୁଣାନିଧିଙ୍କ ମୃତ୍ୟୁ ପରେ ଷ୍ଟାଲିନ୍‌ ଡିଏମ୍‌ଏକେର ଅଧ୍ୟକ୍ଷ ରୂପେ ଅବସ୍ଥାପିତ । ଚଳିତ ଲୋକସଭା ନିର୍ବାଚନରେ ଉଦୟନିଧି ଡିଏମ୍‌କେ ପାଇଁ ପ୍ରଚାର କରିଥିଲେ । ୪୨ ବର୍ଷୀୟ ଉଦୟନିଧି ହେଉଛନ୍ତି କରୁଣାନିଧିଙ୍କ ପରିବାରର ୪ର୍ଥ ସଦସ୍ୟ ଯେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦଖଲ କରିଛନ୍ତି। ଷ୍ଟାଲିନଙ୍କ ଭଉଣୀ କାନିମୋଜି ଜଣେ ଲୋକ ସଭା ସଦସ୍ୟ ହୋଇଥିବା ବେଳେ ପୁତୁରା ଦୟାନିଧି ମାରନ ମଧ୍ୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି।

Related posts