କୃଷକଙ୍କ ପାଇଁ ‘ଜିରୋ ବଜେଟ୍‌ କୃଷି ପ୍ରଣାଳୀ’ ଉପରେ ବଜେଟ୍‌ରେ ଗୁରୁତ୍ବ

Published: Jul 5, 2019, 1:06 pm IST

ଚଳିତ ସରକାରର ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଲୋକସଭାରେ ଉପସ୍ଥାପିତ ହୋଇଛି। ଜୁଲାଇ 5 ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ କୃଷି ଏବଂ କୃଷକଙ୍କୁ ଗୁରୁତ୍ବ ପ୍ରଦାନ କରିଛନ୍ତି ସୀତାରମଣ। ଏହି ବଜେଟ୍‌ରେ ସୀତାରମଣ ଜିରୋ ବଜେଟ୍‌ କୃଷି ପ୍ରଣାଳୀ ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି। ଏହି ପ୍ରଣାଳୀ ଭାରତର କିଛି ରାଜ୍ୟରେ ଲାଗୁ ହୋଇ ସାରିଥିବା ବେଳେ ସମଗ୍ର ଦେଶରେ ଏହା ଲାଗୁ କରିବାକୁ ଚାହୁଁଛନ୍ତି ସୀତାରମଣ। ଏହିତ ପ୍ରକ୍ରିୟା ନେଇ ସମଗ୍ର ଦେଶରେ କୃଷକଙ୍କୁ ପ୍ରଶିକ୍ଷିତ କରାଯିବ ଏବଂ 2022 ସୁଦ୍ଧା ଦେଶରେ କୃଷକଙ୍କ ଆୟ ଦୁଇ ଗୁଣା କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ବଜେଟ୍‌ ଅବସରରେ ପ୍ରକାଶ କରିଛନ୍ତି ସୀତାରମଣ। ଉଲ୍ଲେଖଯୋଗ୍ୟ ଯେ, ଏହି ପ୍ରକ୍ରିୟା 25 ବର୍ଷ ପୂର୍ବରୁ ସୁଭାଷ ପାଲେକରଙ୍କ ଦ୍ବାରା ପ୍ରଚଳନ କରାଯାଇଥିଲା। ଏହି ପ୍ରକ୍ରିୟାରେ କୌଣସି ରାସାୟନିକ ସାର ଏବଂ ରାସାୟନିକ ପଦାର୍ଥ ବ୍ୟବହାରର କରାଯାଇନଥାଏ।

Related posts