Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜାତୀୟ ଆଇନ ସେବା ଦିବସ ଅବସରରେ ବାଣପୁରରେ ଏକାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଞ୍ଚଳିକ

ଜାତୀୟ ଆଇନ ସେବା ଦିବସ ଅବସରରେ ବାଣପୁରରେ ଏକାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

November 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଜାତୀୟ ଆଇନ ସେବା ଦିବସ ଅବସରରେ ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ତିନି ଦିନ ବ୍ୟାପି ବାଣପୁର ଓ ବାଲୁଗାଁ ଅଞ୍ଚଳରେ ଏକାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲୁଗାଁ ଗାନ୍ଧୀ ଛକ, ବାଣପୁର ମା’ ଭଗବତୀ ମନ୍ଦିର, ପଲଟନ ପଡିଆ ଏବଂ ତହସିଲ କାର୍ଯ୍ୟାଳୟ ନିକଟରେ ଓଡ଼ିଶାର ଲୋକକଳା ଦାସକାଠିଆ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଜନସାଧାରଣଙ୍କୁ ଆଇନ ସଚେତନତା କରାଯାଇଥିଲା।

ଏହି ଅବସରରେ ବାଣପୁର କୋର୍ଟ ପରିସରରୁ ଏକ ଆଇନ ସଚେତନତା ପଦଯାତ୍ରା ବାହାରି ସହର ପରିକ୍ରମା କରି ପୁନଶ୍ଚ କୋର୍ଟରେ ପହଞ୍ଚିଥିଲା ଯେଉଁଥିରେ ବିଚାରପତି ଶ୍ରୀ ମହାପାତ୍ର, ଅନେକ ଆଇନଜୀବୀ ଏବଂ କୋର୍ଟ କର୍ମଚାରୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ।

ଅନୁରୂପ ଭାବେ ବାଣପୁର ବ୍ଲକ ସଭାଗୃହରେ ବିଚାରପତି ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବ୍ଲକର ଅଙ୍ଗନବାଡି କର୍ମୀଙ୍କ ଉଦେଶ୍ୟରେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ସଭାକୁ ବାଣପୁର ବ୍ଲକ ସିଡ଼ିପିଓ ନର୍ମଦା ବେହେରା ପରିଚାଳନା କରିଥିବାବେଳେ ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା , ବରିଷ୍ଠ ଆଇନଜୀବୀ ବିପ୍ଳବ କୁମାର ମୁଦୁଲି, ଜଗଦୀଶ ପଟ୍ଟନାୟକ, ସନ୍ତୋଷ କୁମାର ମହାପାତ୍ର, ସୀତାରାମ ଅଗ୍ରୱାଲ,ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକଙ୍କ ସମେତ ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀମାନେ ଯୋଗଦେଇଥିଲେ। ବିଚାରପତି ଶ୍ରୀ ମହାପାତ୍ର ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀ ମୁଦୁଲି ନିଃଶୁଳ୍କ ଆଇନ ସେବ ସମେତ ଲୋକ ଅଦାଲତ, ସ୍ଥାୟୀ ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର ଏବଂ ନ୍ୟାୟ ସଂଯୋଗର କାର୍ଯ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।

ସେହିପରି ଅନ୍ୟ ଏକ ଆଇନ ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ବିପ୍ଳବ କୁମାର ମୁଦୁଲି, ଜଗଦିଶ ପଟ୍ଟନାୟକ ଏବଂ ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ ‘ଏଜୁକେୟାର’ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉପରୋକ୍ତ ଆଇନ ବିଷୟରେ ସଚେତନ କରାଇଥିଲେ।

ତେବେ ଆଇନ ସେବା ଦିବସ ପାଳନ ସହିତ ନିଃଶୁଳ୍କ ଆଇନ ସେବା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ, ବିଭିନ୍ନ ଆଇନସେବା ପ୍ରାଧିକରଣ, ଏହାର କର୍ମକର୍ତ୍ତା, ଆଇନସେବା ପ୍ରାଧିକରଣଗୁଡିକର କାର୍ଯ୍ୟ, ପାରା ଲିଗାଲ ସ୍ବେଛାସେବୀଙ୍କ କାର୍ଯ୍ୟ, ପ୍ୟାନେଲ ଆଇନଜୀବୀଙ୍କ କାର୍ଯ୍ୟ, ଆଇନ ସହାୟତା, ମଧ୍ୟସ୍ଥତା କେନ୍ଦ୍ର ମାଧ୍ୟମରେ ଦୀର୍ଘଦିନର ବିବାଦର ସ୍ଥାୟୀ ସମାଧାନ ଓ ସର୍ବୋପରି ଲୋକ ଅଦାଲତ ଓ ନ୍ୟାୟ ସଂଯୋଗର ଉପକାରିତା ବିଷୟରେ ସାଧାରଣ ଜନତାଙ୍କ ଭିତରେ ଏକ ବ୍ୟାପକ ସଚେତନତା ସୃଷ୍ଟି କରିବା ଦୀର୍ଘ ତିନି ଦିନର ଉକ୍ତ ଆଇନ ସଚେତନତା କାର୍ଯ୍ୟକ୍ରମଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଆଇନ ସଚେତନତା କାର୍ଯ୍ୟକ୍ରମ ଜାତୀୟ ଆଇନ ସେବା ଦିବସ ବାଣପୁର ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ

September 8, 2025

ଚିଲିକା: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି

September 8, 2025

ବାଣପୁରରେ ନକଲି ଘିଅ ବିକ୍ରି ଅଭିଯୋଗରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଚଢ଼ାଉ

September 8, 2025

ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ତୃତୀୟ ମାସିକ ବୈଠକ

September 6, 2025
Latest News

କିଡନୀ ଖରାପ ହେଲେ ଦେଖାଯାଏ ଏହି ଲକ୍ଷଣ, ଆଦୌ କରନ୍ତୁ ନାହିଁ ଅଣଦେଖା

September 9, 2025

ଲିକ୍ ହେଲା ଏସିଆ କପ୍ ପାଇଁ ଭାରତର ପ୍ଲେଇଂ-୧୧: ଜାଣନ୍ତୁ କାହାକୁ ମିଳିବ ସୁଯୋଗ

September 9, 2025

‘ଫଳାଫଳ ଚକିତ କରିବ’: ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସଞ୍ଜୟ ସିଂହଙ୍କ ବଡ ଦାବି

September 9, 2025

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025

Asia Cup 2025: ଏହି ପ୍ଲେଇଂ ୧୧ ସହିତ ଏସିଆ କପ୍ ରେ ପ୍ରବେଶ କରିପାରେ ଟିମ୍ ଇଣ୍ଡିଆ

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.