ଏନସାଇକ୍ଲୋପିଡିଆ ଭଳି ଆସିବ ‘ଗାନ୍ଧୀପିଡିଆ’। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶ, ଚିନ୍ତାଧାରା ଏବଂ ଦର୍ଶନଶାସ୍ତ୍ର ବିଷୟରେ ଯୁବପିଢ଼ିଙ୍କୁ ସଚେତନ କରାଇବା ଲାଗି ଗାନ୍ଧୀପିଡିଆ ପ୍ରସ୍ତୁତ କରାଯିବ। ନ୍ୟାଶନାଲ କାଉନ୍ସିଲ ଫର ସାଇନ୍ସ ମ୍ୟୁଜିୟମ ଦ୍ବାରା ଏହା ପ୍ରସ୍ତୁତ କରାଯିବ ବୋଲି ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ସମୟରେ ଘୋଷଣା କରିଛନ୍ତି। ଗାନ୍ଧିଜୀଙ୍କ 150 ତମ ଜୟନ୍ତୀ ପାଳନକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗାନ୍ଧିଜୀଙ୍କ 150 ତମ ଜୟନ୍ତୀ ଉତ୍ସବ ଲାଗି ନରେନ୍ଦ୍ର ମୋଦୀ ସରକାର ବିଶ୍ଵବ୍ୟାପୀ କାର୍ଯ୍ୟକ୍ରମ କରିବା ଲାଗି ଯୋଜନା କରିଛନ୍ତି। ବିଭିନ୍ନ ଦେଶରେ ବଡ଼ ବଡ଼ ଅଟ୍ଟାଳିକାରେ ଗାନ୍ଧିଜୀଙ୍କ ଫଟୋଚିତ୍ର ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ହୋଇଛି।