Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶାରେ ପ୍ରଥମ ଥର ଆୟୋଜିତ ହେବ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କଳା ଉତ୍ସବ ‘ଉଦ୍ଭବ’
ଜାତୀୟ ଖବର

ଓଡ଼ିଶାରେ ପ୍ରଥମ ଥର ଆୟୋଜିତ ହେବ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କଳା ଉତ୍ସବ ‘ଉଦ୍ଭବ’

November 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
tribalstudents
ଓଡ଼ିଶାରେ ପ୍ରଥମ ଥର ଆୟୋଜିତ ହେବ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କଳା ଉତ୍ସବ ‘ଉଦ୍ଭବ’

ଭୁବନେଶ୍ବର: ପ୍ରଥମ ଥର ଓଡ଼ିଶା ଆୟୋଜିତ କରିବାକୁ ଯାଉଛି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’। ନଭେମ୍ବର ୧୨ ରୁ ୧୫ ତାରିଖ ଯାଏଁ ଏହି ଜାତୀୟସ୍ତରୀୟ ଉତ୍ସବ ହେବାକୁ ଥିବା ବେଳେ ନ୍ୟାସନାଲ୍ ଏଜୁକେସନ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ (NESTS) ସହାୟତାରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛି।

ଏଥିସହ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରାଳୟ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ୍, ରାଜ୍ୟମନ୍ତ୍ରୀ ଶ୍ରୀ ଦୁର୍ଗାଦାସ ଉଇକେ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦଘାଟନୀ ସମାରୋହରେ ସାମିଲ ହେବେ । ତେବେ, ୨୨ ଟି ରାଜ୍ୟରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) ର ୧୩୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ, ୨୫୦ ଶିକ୍ଷକ-ଶିକ୍ଷୟିତ୍ରୀ ଏହି ସମାରୋହରେ ସାମିଲ ହେବେ। ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ସୋଆ ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ପାଳିତ ହେବ।

ନୃତ୍ୟ, ସଙ୍ଗୀତ, ଡ୍ରାମା, ଥିଏଟର, ଚିତ୍ରାଙ୍କନ, ଭିଜୁଆଲ୍ ଆର୍ଟ, ବକ୍ତୃତା ଭଳି ୪୭ ପ୍ରକାର ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଏହାଫଳରେ ପିଲାମାନେ ପରସ୍ପରର ସଂସ୍କୃତି, ଐତିହ୍ୟ, ଭାଷା, ସାହିତ୍ୟ, ଇତିହାସ ସମ୍ପର୍କରେ ଅବଗତ ହୋଇପାରିବେ। ଅଭିନବ ଏବଂ ସୃଜନଶୀଳ କର୍ମଶାଳାରେ ଯୋଗ ଦେଇ ପିଲାମାନେ ନୂତନ କୌଶଳବିଦ୍ୟା ଶିଖିପାରିବେ। ଏଥିସହିତ ବିଜେତାମାନଙ୍କୁ ପୁରସ୍କୃତ କରାଯିବ ଏବଂ ପ୍ରତ୍ୟେକ ଛାତ୍ରଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ଛାତ୍ରମାନଙ୍କୁ ପ୍ରତିଦିନ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ଦିଆଯିବ। ଖାଦ୍ୟର ମେନୁରେ ଭାରତବର୍ଷର ବିଭିନ୍ନ ଖାଦ୍ୟକୁ ଏଠାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଚାରି ଦିନିଆ ଉତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀମାନେ ମିଳିତ ଭାବେ ଭାରତବର୍ଷର ବିଭିନ୍ନ ସଂସ୍କୃତିକୁ ପାଳନ କରିବା ପାଇଁ ସୁଯୋଗ ପାଇବେ ଫଳରେ ସେମାନଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗୀ ମନୋଭାବ ସୃଷ୍ଟି ହୋଇପାରିବ। ସୂଚନାଯୋଗ୍ୟ, ୨୦୧୮ ମସିହାରୁ ଏହି ଉତ୍ସବ ଭାରତର ବିଭିନ୍ନ ରାଜ୍ୟରେ ପାଳନ କରାଯାଉଛି। ପ୍ରଥମେ ଜାମସେଦପୁରରେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ପରେ ପରେ ଉଦୟପୁର (୨୦୧୯), ବେଙ୍ଗାଲୁରୁ(୨୦୨୨), ଡେରାଡୁନ(୨୦୨୩)ରେ ଆୟୋଜିତ କରାଯାଇଥିଲା।

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିବେଦନ

October 5, 2025

୫ଜଣ ପ୍ରତିଭାଙ୍କୁ ପ୍ରଦାନ କରାଗଲା ‘ପ୍ରାଣନାଥ ସମ୍ମାନ’

October 5, 2025

କଟକରେ ଜାରୀ ହେଲା 36 ଘଣ୍ଟିଆ କର୍ଫ୍ୟୁ, ଇଣ୍ଟରନେଟ ବନ୍ଦ, ଜାଣନ୍ତୁ କେଉଁ କେଉଁ ଅଞ୍ଚଳ

October 5, 2025

ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ଠିକ୍ ଥିଲା କି?: ଜାଣନ୍ତୁ ବିସିସିଆଇ ର ଯୋଜନା

October 5, 2025
Latest News

କଟକ ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିବେଦନ

October 5, 2025

୫ଜଣ ପ୍ରତିଭାଙ୍କୁ ପ୍ରଦାନ କରାଗଲା ‘ପ୍ରାଣନାଥ ସମ୍ମାନ’

October 5, 2025

କଟକରେ ଜାରୀ ହେଲା 36 ଘଣ୍ଟିଆ କର୍ଫ୍ୟୁ, ଇଣ୍ଟରନେଟ ବନ୍ଦ, ଜାଣନ୍ତୁ କେଉଁ କେଉଁ ଅଞ୍ଚଳ

October 5, 2025

ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ଠିକ୍ ଥିଲା କି?: ଜାଣନ୍ତୁ ବିସିସିଆଇ ର ଯୋଜନା

October 5, 2025

ଦୁଇ ଓଡ଼ିଆ ଆଇ.ଟି.ଆଇ. ଟପରଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.