Categories
ଆଜିର ଖବର ରାଜ୍ୟ ଖବର

କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ନଭେମ୍ବର ୨୦, ୨୦୨୩ରେ) ମୟୂରଭଞ୍ଜ ଜିଲ୍ଲା କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପିଲାଦିନେ ତାଙ୍କ ଘର ନିକଟରେ କୌଣସି ବିଦ୍ୟାଳୟ ନଥିଲା; ତେଣୁ ପାଠ ପଢ଼ିବା ପାଇଁ ତାଙ୍କୁ ଘରୁ ଦୂରକୁ ଯିବାକୁ ପଡ଼ିଥିଲା। ସେ ଆହୁରି କହିଥିଲେ ଯେ, ଘର ପାଖରେ ବିଦ୍ୟାଳୟ ନଥିବାରୁ ସେହି ସମୟରେ ଅନେକ ପିଲା ପାଠପଢ଼ାରୁ ବଞ୍ଚିତ ହୋଇଥିଲେ, ଏହି ସମସ୍ୟା ଆଜି ଦେଖିବାକୁ ମିଳୁନାହିଁ। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖୋଲିବା ଦ୍ୱାରା ସ୍ଥାନୀୟ ପିଲାମାନେ ଏବେ ଶିକ୍ଷାର ଅଧିକ ସୁଯୋଗ ପାଇବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ଶିକ୍ଷା ହେଉଛି ଆର୍ଥିକ ଏବଂ ସାମାଜିକ କଲ୍ୟାଣର ଚାବିକାଠି। ସେ ଅଭିଭାବକମାନଙ୍କୁ ନିଜ ପିଲାମାନଙ୍କୁ ପାଠ ପଢ଼ାଇବାକୁ ପରାମର୍ଶ ଦେଇଥିଲେ।

ପିଲାମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ସେମାନଙ୍କ ଭଳି ସେ ମଧ୍ୟ ଏକ ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି। ପାଠପଢ଼ା ଯୋଗୁଁ ସେ ନାଗରିକଙ୍କ ସେବା କରିବାର ସୁଯୋଗ ପାଇଥିଲେ। ଶିକ୍ଷା ସେମାନଙ୍କୁ ସଫଳ କରିପାରିବ ବୋଲି ରାଷ୍ଟ୍ରପତି କହିଥିଲେ। ଜଣେ ଶିକ୍ଷିତ ବ୍ୟକ୍ତି ଭାବେ ସେମାନେ ନିଜ ବିକାଶ ସହିତ ଦେଶ ଓ ସମାଜର ପ୍ରଗତିରେ ଯୋଗଦାନ ଦେଇପାରିବେ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରେଳ, ଜାତୀୟ ରାଜପଥ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଭାରତ ସରକାର ବିଭିନ୍ନ ମନ୍ତ୍ରଣାଳୟ ଜରିଆରେ ବହୁମୁଖୀ ଯୋଜନା ଆରମ୍ଭ କରିଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ । ଆଦିବାସୀ ପିଲାଙ୍କ ଶିକ୍ଷା ପାଇଁ ସମଗ୍ର ଦେଶରେ ୭୦୦ରୁ ଅଧିକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଥିବାରୁ ସେ ଆନନ୍ଦିତ ହୋଇଥିଲେ। ସେ କହିଥିଲେ ଯେ ଏହି ବିଦ୍ୟାଳୟଗୁଡ଼ିକରେ ସମଗ୍ର ଭାରତରେ ୩.୫ ଲକ୍ଷରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବା ସହିତ ସମାଜ ଏବଂ ରାଷ୍ଟ୍ରର ବିକାଶରେ ଯୋଗଦାନ କରିବାକୁ ସକ୍ଷମ ହେବେ ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ମୟୂରଭଞ୍ଜ କୁଳିଅଣାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିବେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଅର୍ଥାତ୍‌ ୨୦ ନଭେମ୍ବର, ୨୦୨୩ ସୋମବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର କୁଳିଅଣା ଠାରେ ଏକ ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିବେ। ଏହି ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ।

ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ (ଇଏମଆରଏସ୍‌) ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା । ୨୦୧୯ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୪୫୨ଟି ନୂତନ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁର କରାଯାଇଥିଲା। ୫୦% କିମ୍ବା ତା’ଠାରୁ ଅଧିକ ଏବଂ ୨୦,୦୦୦ରୁ ଅଧିକ ଅନୁସୂଚିତ ଜନଜାତି ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ଆଦିବାସୀ ବହୁଳ ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ୧୨ ସେପ୍ଟେମ୍ବର ୨୦୧୯ରେ ଝାଡ଼ଖଣ୍ଡ ରାଞ୍ଚିରୁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରତ୍ୟେକ ବିଦ୍ୟାର୍ଥୀ ପିଛା ନିୟମିତ ଖର୍ଚ୍ଚ ୬୧,୦୦୦ ଟଙ୍କାରୁ ୧,୦୯,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପରେ ୨୦୨୨ରେ, ଇଏମଆରଏସର ନିର୍ମାଣ ଖର୍ଚ୍ଚ ଯଥାକ୍ରମେ ୨୦ କୋଟି ଟଙ୍କା ଏବଂ ୨୪ କୋଟି ଟଙ୍କାରୁ ୩୮ କୋଟି ଟଙ୍କା ଏବଂ ୪୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା।

ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ (ଇଏମଆରଏସ୍‌) ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା । ୨୦୧୯ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୪୫୨ଟି ନୂତନ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁର କରାଯାଇଥିଲା। ୫୦% କିମ୍ବା ତା’ଠାରୁ ଅଧିକ ଏବଂ ୨୦,୦୦୦ରୁ ଅଧିକ ଅନୁସୂଚିତ ଜନଜାତି ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ଆଦିବାସୀ ବହୁଳ ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୧୨ ସେପ୍ଟେମ୍ବର ୨୦୧୯ରେ ରାଞ୍ଚି ଝାଡ଼ଖଣ୍ଡରୁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହାବ୍ୟତୀତ ପ୍ରତ୍ୟେକ ବିଦ୍ୟାର୍ଥୀ ପିଛା ନିୟମିତ ଖର୍ଚ୍ଚ ୬୧,୦୦୦ ଟଙ୍କାରୁ ୧,୦୯,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପରେ ୨୦୨୨ରେ, ଇଏମଆରଏସର ନିର୍ମାଣ ଖର୍ଚ୍ଚ ଯଥାକ୍ରମେ ୨୦ କୋଟି ଟଙ୍କା ଏବଂ ୨୪ କୋଟି ଟଙ୍କାରୁ ୩୮ କୋଟି ଟଙ୍କା ଏବଂ ୪୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପୁରୁଣା ଯୋଜନାରେ ୨୦୧୯ ପୂର୍ବରୁ ୨୮୮ଟି ବିଦ୍ୟାଳୟ ମଞ୍ଜୁର ହୋଇଥିବା ବେଳେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ୨୦୨୬ ମାର୍ଚ୍ଚ ସୁଦ୍ଧା ସମୁଦାୟ ୭୪୦ଟି ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି, ଏଥିରେ ୨୦୧୯ରେ ମଞ୍ଜୁର ହୋଇଥିବା ୪୫୨ଟି ବିଦ୍ୟାଳୟ ସାମିଲ ରହିଛି।

ନବୋଦୟ ବିଦ୍ୟାଳୟ ଅନୁରୂପ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ଶିକ୍ଷା ସମିତି (ଏନଇଟିଏସ୍) ଜରିଆରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏହି ଯୋଜନା କାର୍ଯ୍ୟକାରୀ କରୁଛି। ଏନଇଟିଏସ ଏହି ବିଦ୍ୟାଳୟଗୁଡ଼ିକ ପାଇଁ ୩୮,୦୦୦ରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦେଉଛି।

ଏହି ବିଦ୍ୟାଳୟ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଗୋଟିଏ ବିଦ୍ୟାଳୟ ପିଛା ପ୍ରାୟ ୧୫୦ ଏକର ଜମି ମାଗଣାରେ ଯୋଗାଇ ଦେବାକୁ ପଡ଼ିବ। ଓଡ଼ିଶାରେ ମୋଟ ୧୧୪ଟି ବିଦ୍ୟାଳୟ ନିର୍ମାଣ ହେବାକୁ ଥିବା ବେଳେ ସେଥି ମଧ୍ୟରୁ ୧୦୬ଟି ମଞ୍ଜୁର ହୋଇଛି। ଏହି ୧୧୪ଟି ବିଦ୍ୟାଳୟ ମଧ୍ୟରୁ ୨୭ଟି ବିଦ୍ୟାଳୟ ପୁରୁଣା ଯୋଜନାରେ ଏବଂ ୮୭ଟି ବିଦ୍ୟାଳୟ ନୂଆ ଯୋଜନାରେ ରହିଛି। ୮ଟି ସ୍ଥାନରେ ଜମି ଯୋଗାଡ଼ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୩୨ଟି ସ୍ଥାନରେ ସ୍କୁଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୩୧ଟି ସ୍କୁଲର କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ୪ଟିର ନିର୍ମାଣ କାମ ନୂଆ ଯୋଜନାରେ ଜାରି ରହିଛି।

ମାନ୍ୟବର ରାଷ୍ଟ୍ରପତି ମୟୂରଭଞ୍ଜର କୁଳିଅଣାରେ ନିର୍ମିତ ଏକଲବ୍ୟ ବିଦ୍ୟାଳୟକୁ ଉଦ୍‌ଘାଟନ କରିବେ। ଏଥିପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ୩୮ କୋଟି ଟଙ୍କାର ବଜେଟ୍ ମଞ୍ଜୁର କରାଯାଇଛି। ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା  ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଷ୍ଟିଲ କନଷ୍ଟ୍ରକସନ୍ ଲିମିଟେଡ୍ (ଏଚଏସସିଏଲ) ଦ୍ୱାରା ଏହାର ନିର୍ମାଣ କରାଯାଉଛି।

ଓଡ଼ିଶାରେ ମଞ୍ଜୁର ହୋଇଥିବା ୮୭ଟି ନୂଆ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଧ୍ୟରୁ କେବଳ ମୟୂରଭଞ୍ଜ ଜିଲ୍ଲାର ପ୍ରତି ବ୍ଲକ୍‌ରେ ଗୋଟିଏ ଲେଖାଏଁ ମିଶାଇ ୧୯ଟି ବିଦ୍ୟାଳୟ ରହିଛି, ଯାହା ଭାରତର ଯେକୌଣସି ଜିଲ୍ଲା ପାଇଁ ସର୍ବାଧିକ । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ସ୍ଥାପନ କରାଯାଇ ଓଡ଼ିଶାର ୪୮ଟି ସ୍ଥାନରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜରୁ ସାଂସଦ ଅଛନ୍ତି ଏବଂ ଏଥିପାଇଁ ସହଯୋଗ ଯୋଗାଇ ଦେଉଛନ୍ତି। କୁଳିଅଣା  ଇଏମଆରଏସ କ୍ୟାମ୍ପସ ପ୍ରାୟ ୧୨ ଏକର ଜମିରେ ନିର୍ମିତ ହୋଇଛି। ଏଥିରେ ୨୪୦ ଜଣ ଛାତ୍ରୀ ଓ ୨୪୦ ଜଣ ଛାତ୍ରଙ୍କୁ ମିଶାଇ ୪୮୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୧୬ଟି ଶ୍ରେଣୀଗୃହ ରହିଛି। ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ହଷ୍ଟେଲ, ମେସ୍, ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଆବାସିକ ଗୃହ, ପ୍ରଶାସନିକ କାର୍ଯ୍ୟାଳୟ, ଖେଳ ପଡ଼ିଆ, କମ୍ପ୍ୟୁଟର ଓ ବିଜ୍ଞାନ ପରୀକ୍ଷାଗାର ରହିଛି। ଏହି ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଏହି ବିଦ୍ୟାଳୟଗୁଡ଼ିକ  ମାଇଲଖୁଣ୍ଟ ସାବ୍ୟସ୍ତ ହେବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରିବେ ଓଡ଼ିଶା ସମେତ ୬ ଟି ରାଜ୍ୟର ଛାତ୍ରଛାତ୍ରୀ

ଭୁବନେଶ୍ଵର: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ର ଛାତ୍ରଛାତ୍ରୀମାନେ ଆଜି ରାଷ୍ଟ୍ରପତି ଭବନକୁ ପରିଦର୍ଶନ କରିବେ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରିବେ। ଏହିସବୁ ଛାତ୍ରମାନେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆଦିବାସୀ ଛାତ୍ରଙ୍କ ପାଇଁ ରାଷ୍ଟ୍ରୀୟ ଶିକ୍ଷା ସମିତି (ଏନଇଏସଟିଏସ୍) ଦ୍ବାରା ଆୟୋଜିତ ଶିକ୍ଷଣ ଯାତ୍ରାର ଅଂଶ ଭାବରେ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବେ।

ଏହାପରେ ଦିନରେ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆଦିବାସୀ ଛାତ୍ରଙ୍କ ପାଇଁ ରାଷ୍ଟ୍ରୀୟ ଶିକ୍ଷା ସମିତି (ଏନଇଏସଟିଏସ୍) ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ର ବିଦ୍ୟାର୍ଥୀଙ୍କ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଏବଂ ରେଣୁକା ସିଂଙ୍କ ସହିତ ଆଲୋଚନା ପାଇଁ ଏକ ସମ୍ମିଳନୀର ଆୟୋଜନ କରୁଛି। କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ୬ ଟି ରାଜ୍ୟ ଯଥା ରାଜସ୍ଥାନ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ର ପ୍ରାୟ ୫୦୦ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ର ବିଦ୍ୟାର୍ଥୀମାନେ ଆଜି ନୂଆଦିଲ୍ଲୀରେ ଡା. ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରର ମଧ୍ୟ ପରିଦର୍ଶନ କରିବେ।

ଏହି ପ୍ରକାର ସମ୍ମିଳନୀର ଆୟୋଜନର ଉଦ୍ଦେଶ୍ୟ ଛାତ୍ରମାନଙ୍କୁ ଶିକ୍ଷା, କ୍ୟାରିୟର ଏବଂ ଛାତ୍ରବୃତ୍ତି ଯୋଜନା ସହିତ ସମ୍ବନ୍ଧିତ ବିଷୟରେ ବିଚାର, ଅନ୍ତର୍ଦୁଷ୍ଟି ଏବଂ ଅନୁଭବକୁ ଆଦାନ ପ୍ରଦାନ କରିବା ପାଇଁ ସାର୍ଥକ ଆଲୋଚନା ନିମନ୍ତେ ପ୍ଲାଟଫର୍ମ ପ୍ରଦାନ କରିବା ଅଟେ।

ଛାତ୍ରମାନେ ଆସନ୍ତାକାଲି ସକାଳ ସମୟରେ ସଂସଦ ଭବନକୁ ପରିଦର୍ଶନ କରିବେ। ଏହି ପ୍ରତିଷ୍ଠିତ ସଂସ୍ଥାର ଯାତ୍ରା ଦ୍ବାରା ଛାତ୍ରମାନେ ସଂସଦ ଭବନର କାର୍ଯ୍ୟ ସହିତ ପରିଚିତ ହେବା ଏବଂ ସଂସଦ ସହିତ ସାମିଲ୍ ଭୂମିକା ଓ ଦାୟୀତ୍ବକୁ ବୁଝିବାରେ ଏକ ସ୍ବତନ୍ତ୍ର ସୁଯୋଗ ମିଳିବ।

ସମଗ୍ର କାର୍ଯ୍ୟକ୍ରମ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ଛାତ୍ରମାନଙ୍କକୁ ଏକ ବ୍ୟାପକ ଅଭିଜ୍ଞତା ପ୍ରଦାନ କରିବ। ଏହି ଶିକ୍ଷଣ ଯାତ୍ରାର ଉଦ୍ଦେଶ୍ୟ ଛାତ୍ରମାନଙ୍କର ସମଗ୍ର ବିକାଶରେ ଯୋଗଦାନ ଦେବା ଅଟେ ଯେଉଁଥିରେ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଏକ ମଞ୍ଚ ମିଳିବ ଏବଂ ଏହା ସହିତ ସେମାନଙ୍କ ଜୀବନ ଉପରେ ଏକ ଅବିସ୍ମରଣୀୟ ପ୍ରଭାବ ସୃଷ୍ଟି ହେବ।

Categories
ଆଜିର ଖବର ରାଜ୍ୟ ଖବର

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିକ୍ଷକ ଅଧ୍ୟକ୍ଷଙ୍କ ଦକ୍ଷତା ବିକାଶ କର୍ମଶାଳା

ଭୁବନେଶ୍ୱର: ଜନଜାତି ବ୍ୟାପାର ମନ୍ତ୍ରାଳୟର ଏକ ସ୍ୱୟଂଶାସିତ ଅନୁଷ୍ଠାନ, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ଶିକ୍ଷା ସିମିତି (NESTS) ଏବଂ ଭାରତୀୟ ଜନସ୍ୱାସ୍ଥ୍ୟ ଫାଉଣ୍ଡେସନ (PHFI) ମିଳିତ ଭାବରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟକ୍ଷମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଆଗେଇ ଆସିଛନ୍ତି।

ଜାନୁୟାରୀ ୩ ରୁ ୬ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଏହି ପ୍ରଶିକ୍ଷଣର ପ୍ରଥମ ବ୍ୟାଚ ଅନୁଷ୍ଠିତ ହେଉଛି। ଏହି ଚାରିଦିନିଆ ପ୍ରଶିକ୍ଷଣ ଶିବିର ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯଥା ପୁଷ୍ଟିସାଧନ, ମାନସିକ ସ୍ୱାସ୍ଥ୍ୟ ଏବଂ ସାଧାରଣ ସ୍ୱାସ୍ଥ୍ୟ ବିକାଶ ଉପରେ ଦୃଷ୍ଟି ଦେଇଛି। ଏହି ପ୍ରଶିକ୍ଷଣ ଜନଜାତି ଅଞ୍ଚଳରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ପ୍ରାସଂଗିକତା ଉପରେ ଅଧ୍ୟକ୍ଷ ତଥା ଶିକ୍ଷକମାନଙ୍କୁ ମାର୍ଗଦର୍ଶନ ଦେବ ଏବଂ ସେମାନଙ୍କ ନିଜର ବିଦ୍ୟାଳୟରେ ଏହାର ନିଷ୍କର୍ଷକୁ ପ୍ରୟୋଗ କରିବାକୁ ସହାୟକ ହେବ । ସାରା ଓଡ଼ିଶାର ୨୭ ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଊMRଗ) ରୁ ୫୪ ଜଣ ପ୍ରଥମ ବ୍ୟାଚରେ ଯୋଗଦାନ କରିଛନ୍ତି। ସେମାନଙ୍କୁ ପୁଷ୍ଟିସାଧନ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ତାଲିମ ଦିଆଯିବ।

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପ୍ରତିଷ୍ଠା, ପରିଚାଳନା, ଭରଣପୋଷଣ, ନିୟନ୍ତ୍ରଣ ଏବଂ ସମୃଦ୍ଧିକରଣ ତଥା ଏହି ବିଦ୍ୟାଳୟ ସମୂହର ଉପଯୁକ୍ତ ବିକାଶ ନିମନ୍ତେ ଯାହାସବୁ ନିୟମ ତଥା ଆବଶ୍ୟକ ବିଷୟାଦି ସମ୍ପାଦନ କରିବା ପାଇଁ ଜନଜାତି ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଏକ ସ୍ୱୟଂଶାସିତ ଅନୁଷ୍ଠାନ ହିସାବରେ ଜାତୀୟ ଶିକ୍ଷା ସମିତି ଗଠିତ ହୋଇଛି। ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ବିଦ୍ୟାଳୟରେ ୪୮୦ ଜନଜାତି ଛାତ୍ରଛାତ୍ରୀଙ୍କୁ ନାମଲେଖାଇ ଦେୟମୁକ୍ତ ଆବାସିକ ଶିକ୍ଷା, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଯୋଗାଇ ଦେଇଆସୁଛି । ଏହାର ଅଂଶୀଦାର ଅନୁଷ୍ଠାନ ହିସାବରେ ଭାରତୀୟ ଜନସ୍ୱାସ୍ଥ୍ୟ ଫାଉଣ୍ଡେସନ ସୁସ୍ଥ ଭାରତ ନିମନ୍ତେ କାର୍ଯ୍ୟ କରିବାକୁ ସମର୍ପିତ।

ଏହି କର୍ମଶାଳାକୁ ଭାରତ ସରକାରଙ୍କ ଜନଜାତି ବ୍ୟାପାର ରାଜ୍ୟ ମନ୍ତ୍ରୀ ଶ୍ରୀମତୀ ରେଣୁକା ସିଂ ସାରୁତା ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଭାରତ ସରକାରଙ୍କ ଜନଜାତି ବ୍ୟାପାର ରାଜ୍ୟ ମନ୍ତ୍ରୀ ଶ୍ରୀମତୀ ସାରୁତା ତାଙ୍କ ଅଭିଭାଷଣରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଶିକ୍ଷକମାନେ ପ୍ରତିଦିନ ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନପ୍ରଦାନ କରୁଥିବାରୁ ସେମାନେ ସ୍ୱାସ୍ଥ୍ୟ ସମସ୍ୟାର ବିଭିନ୍ନ ଦିଗ ପ୍ରତି ସଚେତନ ହେବା ସହ ତାକୁ ସମ୍ପାଦନ କରିବା ପାଇଁ ଅନୁପ୍ରେରିତ ହେବାର ଆବଶ୍ୟକତା ରହିଛି ବୋଲି ଆଲୋãନା କରିଥିଲେ ।

ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀମତୀ ଇନ୍ଦିରା ମୁଦଗଲ, ଉପ ଆୟୁକ୍ତ, ଜାତୀୟ ଶିକ୍ଷା ସିମିତି ଏବଂ ଡ. ପୁଷ୍କର କୁମାର, ନିର୍ଦ୍ଦେଶକ, ପ୍ରଶିକ୍ଷଣ, ଭାରତୀୟ ଜନସ୍ୱାସ୍ଥ୍ୟ ଫାଉଣ୍ଡେସନ, ଶ୍ରୀ ବିଶ୍ୱରଞ୍ଜନ ସାସମଲ, ସ୍ୱତନ୍ତ୍ର ସଚିବ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ବିଭାଗୀୟ ନିର୍ଦ୍ଦେଶକ (ଅନୁସୂଚିତ ଜନଜାତି ) ଶ୍ରୀକାନ୍ତ ତରାଇ, ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ, ଆସିଷ୍ଟାଣ୍ଟ ସେକ୍ରେଟାରୀ, ଓଏମ୍‌ଟିଇଏସ୍‌ ଡ. ଗୀତାଂଶୁ ମୋହନ ଦାଶ ଯୋଗଦାନ କରିଥିଲେ ।

ଏହି ପ୍ରଶିକ୍ଷଣ କର୍ମଶାଳା ଜନଜାତି ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ ପାଇଁ ସକ୍ଷମ ହେବା ସହ ଦେଶର ସମସ୍ତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପହଞ୍ଚିପାରିବ । ଅଧ୍ୟକ୍ଷ ଏବଂ ଶିକ୍ଷକମାନଙ୍କୁ ଦିଆଯାଇଥିବା ଏହି ପ୍ରଶିକ୍ଷଣ ପିଲାମାନଙ୍କ ବିକାଶ ଦିଗରେ ସହାୟକ ହେବ । ଏହା ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକର ଦକ୍ଷତା ବୃଦ୍ଧି ସହିତ ବିଭିନ୍ନ ବିଭାଗର ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କିତ ଶିକ୍ଷାକୁ ଯୋଡ଼ିବାରେ ସହାୟକ ହେବ ।