ଚଳିତ ବିଶ୍ବକପ୍ର ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଥିବା ଭାରତ ଆଜି ନିଜର ଅନ୍ତିମ ଲିଗ୍ ମ୍ୟାଚ୍ରେ ଶ୍ରୀଲଙ୍କାର। ଶ୍ରୀଲଙ୍କା ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିସାରିଛି। ଏହି ମ୍ୟାଚ୍ରେ ବିଜୟୀ ହୋଇ ଭାରତ ସେମି ଫାଇନାଲ୍ ପୂର୍ବରୁ ଭାରତ ନିଜର ଆତ୍ମବିଶ୍ବାସ ବଜାୟ ରଖିବାର ଚେଷ୍ଟା କରିବ। ସେମିଫାଇନାଲ ଖେଳିବା ପୂର୍ବରୁ ଭାରତ ତା’ର ବିଜୟଧାରା ବଜାୟରଖି ଦୃଢ଼ ମନୋବଳ ହାସଲ କରିବାକୁ ଚାହିଁବ। ଏହି ମ୍ୟାଚ୍ରେ କିଛି ପରୀକ୍ଷାନିରୀକ୍ଷା କରିପାରେ। ଭାରତ ଏହି ମ୍ୟାଚ୍ରେ ଯଶ୍ପ୍ରୀତ୍ ବୁମ୍ରାଙ୍କୁ ବିଶ୍ରାମ ପ୍ରଦାନ କରିପାରେ। ବାମହାତି ସ୍ପିନର ରବୀନ୍ଦ୍ର ଜାଡ଼େଜା ଖେଳିବାର ସୁଯୋଗ ପାଇବେ। ଜାଡ଼େଜା ଅଦ୍ୟାବଧି ଗୋଟିଏ ମଧ୍ୟ ମ୍ୟାଚ୍ ଖେଳିନାହାନ୍ତି। ପାଞ୍ଚ ନମ୍ବର ସ୍ଥାନରେ ଦିନେଶ କାର୍ତ୍ତିକ ଓ କେଦାର ଯାଦବଙ୍କ ମଧ୍ୟରୁ ଜଣେ ଖେଳିବାର ସୁଯୋଗ ପାଇବେ। ସେମିଫାଇନାଲ ପୂର୍ବରୁ ଭାରତ ହାର୍ଦିକ ପାଣ୍ଡ୍ୟା ଓ ଧୋନିଙ୍କୁ ଉପର ଅର୍ଡରରେ ବ୍ୟାଟିଂଦେବାକୁ ଚାହିଁବ। ଶ୍ରୀଲଙ୍କା ପକ୍ଷରୁ ଲସିଥ୍ ମାଲିଙ୍ଗା 12ଟି ୱିକେଟ ନେଇ ସାରିଲେଣି। ତାଙ୍କର ଅନ୍ତିମ ବିଶ୍ବକପ୍ ଖେଳୁଥିବା ମାଲିଙ୍ଗା ଏହି ମ୍ୟାଚ୍ରେ ନିଶ୍ଚୟ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ।
ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା : ସେମିଫାଇନାଲ୍ ପୂର୍ବରୁ ଆତ୍ମବିଶ୍ବାସ ହାସଲ ଲକ୍ଷ୍ୟରେ ଭାରତ
Published:
Jul 6, 2019, 10:12 am IST
Tags: