ବିଦେଶରେ ଚାକିରୀ ଦେବାକୁ କହି ଠକେଇ ଅଭିଯୋଗ: ଅଭିଯୁକ୍ତକୁ ବାନ୍ଧିଲା ବାଣପୁର ପୋଲିସ

Published: Nov 15, 2024, 8:41 pm IST

ବାଣପୁର: ବାଣପୁର ଥାନା ଅଞ୍ଚଳର ରାଜୀବ ଲୋଚନ ଲେଙ୍କା ବିଦେଶରେ ଚାକିରୀ ଦେବାକୁ କହି ଲୋକଙ୍କୁ ଠକିବା ଅଭିଯୋଗରେ ଗିରଫ ହୋଇଛି। ଖବର ମୁତାବକ ଅଭିଯୁକ୍ତ ରାଜୀବ ବାଣପୁର ବିଷ୍ଣୁଡ଼ିହ ଗ୍ରାମର ବଳରାମ ସୁବୁଦ୍ଧିଙ୍କୁ ବିଦେଶରେ ଭଲ ଦରମା ସୁବିଧା ଥିବା କହି ୭୦ ହଜାର ଟଙ୍କା ଅଗ୍ରିମ ନେଇଥିଲେ। ପରେ କିଛିଦିନ ପରେ ମିଥ୍ୟା ଭିଶା, ବିମାନ ଟିକେଟ ଏବଂ ଅଫର ଲେଟର ମଧ୍ୟ ପ୍ରଦାନ କରିଥିଲା। ଅଭିଯୁକ୍ତ ପୁଣି ୧୫୦୦୦ ଟଙ୍କା ମେଡିକାଲ ଫିଟନେସ ପାଇଁ ଦାବି କରିଥିଲେ। ଵଳରାମ ଏହା ମିଥ୍ୟା କାଗଜପତ୍ର ବୋଲି ଜାଣି ରାଜୀବଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ବାରମ୍ବାର ମାଗିବା ପରେ ରାଜୀବ ଟଙ୍କା ନ ଫେରାଇବାରୁ ବଳରାମ ଥାନାର ଦ୍ୱାରସ୍ତ ହୋଇଥିଲେ।

ଅନୁରୂପ ଭାବେ ବାଣପୁର ଭୀମପୁର ଅଞ୍ଚଳର ମାନସ ଚୌଧୁରୀ, ମାଧବ ମାର୍ଥା ଏବଂ କୈଳାଶ ପ୍ରଧାନଙ୍କୁ ମଧ୍ୟ ଠକିଥିବା ଅଭିଯୋଗ ହେବା ପରେ ରାଜୀବକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ବାଣପୁର ବିଚାର ବିଭାଗୀୟ କାରାଗାରକୁ ପଠାଇଦିଆଯାଇଛି।

ପ୍ରକାଶ ଥାଉକି ବାଣପୁର ଅଞ୍ଚଳର ବହୁ ଯୁବକ ନିଜର ପରିବାର ପ୍ରତିପୋଷଣ ପାଇଁ ବାହାର ଦେଶକୁ ଯାଉଥିବା ବେଳେ ବହୁବାର ଠକେଇର ଶିକାର ହେଉଥିବା ନଜରକୁ ଆସୁଛି। ତେଣୁ ସେମାନଙ୍କ ଠାରୁ ଦୁରେଇ ରହିବାକୁ ବାଣପୁର ପୋଲିସ ଜନସାଧାରଣଙ୍କୁ ନିବେଦନ କରିଛି।

Related posts