ଶନିବାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏକ ବଡ ଠକେଇର ସୂଚନା ମିଳିଛି । ଭୂଷଣ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍ର ଆକାଉଣ୍ଟରେ 3805 କୋଟି ଟଙ୍କାର ଠକେଇ ହୋଇଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଏବଂ ସେୟାର ବଜାର ଜରିଆରେ ଏହି ଠକେଇ କରାଯାଇଛି । ଏହି ଅଡିଟ୍ ପରେ ପୋଲିସ୍ ପକ୍ଷରୁ ଏକ ଅପରାଧିକ ମାମଲା ରୁଜୁ କରାଯାଇଛି । ଭୂଷଣ ପାଓ୍ବାର ପକ୍ଷରୁ 1932 କୋଟିର ଋଣ ନିଆଯାଇଛି । ଏହା ସହିତ ଆରବିଆଇ ପକ୍ଷରୁ ଅନ୍ୟ 12ଟି କମ୍ପାନୀର ନାମ ମଧ୍ୟ ଘୋଷଣା କରାଯାଇଛି । ଏହି ମାମଲାରେ ଭୂଷଣ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ସୂଚନାଯୋଗ୍ୟ ଯେ, ଗତବର୍ଷ ପିଏନ୍ବିରୁ ନୀରବ ମୋଦି 13 ହଜାର କୋଟିର ଋଣ ନେଇ ପଳାୟନ କରିଥିଲେ ।