ଲୋକପ୍ରିୟ ଅଭିନେତ୍ରୀ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଶାବନା ଆଜ୍ମୀ ସରକାରଙ୍କୁ ପୁଣି ଥରେ ଟାର୍ଗେଟ୍ କରିଛନ୍ତି । ଇନ୍ଦୋରରେ ଆୟୋଜିତ ଏକସଭାରେ ଯୋଗଦେଇ କହିଛନ୍ତି ଯେ, ସମ୍ପ୍ରତି ସରକାରଙ୍କ ସମାଲୋଚନା କରୁଥିବା ଲୋକଙ୍କୁ ରାଷ୍ଟ୍ର ବିରୋଧୀ କୁହାଯାଉଛି। ଗଣତାନ୍ତ୍ରିକ ଦେଶରେ ଶାସକ ଏବଂ ବିରୋଧୀ ରହିବା ନିଶ୍ଚିତ। ବିରୋଧୀ ସରକାରଙ୍କ ଦୋଷ ଦୁର୍ବଳତା ପ୍ରକାଶ କରିବା ସାଧାରଣ କଥା। ମାତ୍ର ଏବେ ଏଭଳି ହେଉନାହିଁ। ସରକାରଙ୍କ ସମାଲୋଚନା କରିବା ପୂର୍ବରୁ ଏବେ ଚିନ୍ତା କରିବାକୁ ପଡୁଛି। ଏହା ଦେଶର ହିତ ପାଇଁ କେବେ ମଧ୍ୟ ଅନୁକୁଳ ନୁହେଁ ବୋଲି ଶାବନା କହିଛନ୍ତି। ସେହିପରି ସାମ୍ପ୍ରଦାୟିକ ଦଙ୍ଗାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ମହିଳାମାନେ ହେଉଛନ୍ତି ବୋଲି କହିଛନ୍ତି ଶାବନା । ଆନନ୍ଦମୋହନ ମାଥୁର ଚାରିଟେବଲ୍ ଟ୍ରଷ୍ଟ ତରଫରୁ ‘କୁନ୍ତୀ ମାଥୁର୍’ ସମ୍ମାନ ହୋଇଛନ୍ତି ଶାବନା । ଏହି ସମ୍ମାନ ପାଇବା ପରେ ସମାରୋହକୁ ସମ୍ବୋଧିତ କରି ନିଜର ଅଭିଭାଷଣ ରଖିଥିଲେ ଶାବନା । ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ ।
ସରକାରଙ୍କୁ ସମାଲୋଚନା କରୁଥିବା ଲୋକଙ୍କୁ ରାଷ୍ଟ୍ର ବିରୋଧୀ କୁହାଯାଉଛି : ଶାବନା ଆଜ୍ମୀ
Published:
Jul 7, 2019, 12:30 pm IST
Tags: