କିଛି ଦେଶ ନିଜର ଅଜବ ନିୟମ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି । ଚୀନ୍ ମଧ୍ୟ ଏପରି ଏକ ଦେଶ, ଯେଉଁଠି ବିଭିନ୍ନ ଅଜବ ନିୟମ ରହିଛି । ଚୀନ୍ର ଏକ ପ୍ରାନ୍ତରେ ସାର୍ବଜନିକ ସ୍ଥଳରେ ସାର୍ଟ ଖୋଲିଲେ ଜରିମାନା ଦେବାକୁ ପଡୁଥିଲା । କିନ୍ତୁ ଚୀନ୍ର ସେନ୍ଡୋଙ୍ଗ୍ ପ୍ରାନ୍ତରେ ମଧ୍ୟ ଏହି ନିୟମକୁ ଲାଗୁ କରାଯାଇଛି । ନୂଆ ନିୟମ ଅନୁସାରେ ସାର୍ବଜନିକ ସ୍ଥଳରେ ପୋଷାକ କାଢିଲେ ଜରିମନା ଦେବାକୁ ପଡିବ । ସୁଇମିଂ ପୁଲ୍ରେ ପ୍ରାୟତଃ ଶାର୍ଟଲେସ୍ ହୋଇ ସୁଇମିଂର ଆନନ୍ଦ ନେଇଥା’ନ୍ତି କିନ୍ତୁ ଚୀନ୍ର ଏହି ନିୟମ ଅନୁସାରେ ପୋଷାକ କାଢି ପାରିବେ ନାହିଁ । ନହେଲେ ଜରିମାନା ଦେବାକୁ ପଡ଼ିବ । ସେହିପରି ଯଦି ଝରଣା ପାଖରେ ବୁଲୁଛନ୍ତି ଏବଂ ମସ୍ତି କରୁଛନ୍ତି ସେଥିପାଇଁ ମଧ୍ୟ ଜରିମନା ଦେବାକୁ ପଡ଼ିବ । ସ୍ଥାନୀୟ ଝରଣାରେ ପାଦ କିମ୍ବା ପୋଷାକ ଧୋଇଲେ ଏଥିପାଇ ଜରିମାନା ଦେବାକୁ ପଡ଼ିବ । ସେହିପରି ରାସ୍ତାରେ ଛେପ କାଢିଲେ ବି ଜରିମାନା ଦେବାକୁ ପଡ଼ିବ । ସେହିପରି ଜେବ୍ରା କ୍ରସିଂ ଓ ଭିଡ଼ ଭିତରେ ରାସ୍ତା ପାର୍ କଲେ ମଧ୍ୟ ଜରିମାନା ଦେବାକୁ ପଡ଼ିବ ।
ସାର୍ବଜନିକ ସ୍ଥାନରେ ପୋଷାକ କାଢିଲେ ଭରିବାକୁ ପଡ଼ିବ ଜରିମାନା
Published:
Jul 7, 2019, 12:54 pm IST
Tags: