ଲୋକସଭା ନିର୍ବାଚନ ପରେ କଂଗ୍ରେସରେ ଇସ୍ତଫା ପର୍ବ ଜାରି ରହିଛି। ରାହୁଲ୍ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ବି ଇସ୍ତଫା ଦେବା ପ୍ରକ୍ରିୟା ପୂର୍ବବତ୍ ଜାରି ରହିଛି । ଏହି କ୍ରମରେ ମୁମ୍ବାଇର ଅଧ୍ୟକ୍ଷ ମିଲିନ୍ଦ ଦେଓଡ଼ା ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏକ ତିନି ଜଣିଆ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯିଏ ରାଜ୍ୟ କଂଗ୍ରେସର ନେତୃତ୍ଵ ନେବେ । ଲୋକସଭା ନିର୍ବାଚନ ପୂର୍ବରୁ ମିଲିନ୍ଦ ଦେଓଡାଙ୍କୁ ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷ ପଦ ରୂପେ ଚୟନ କରାଯାଇଥିଲା। ନିର୍ବାଚନ ଏକ ମାସ ପୂର୍ବରୁ ତାଙ୍କୁ ଏହି ଦାୟିତ୍ଵ ମିଳିଥିଲା।
Tags: