ଅନ୍ତର୍ଜାତୀୟ ବଜାର ପ୍ରଭାବରେ ସେନ୍‌ସେକ୍ସରେ 400 ପଏଣ୍ଟ ହ୍ରାସ

Published: Jul 8, 2019, 11:18 am IST
Markets in panic: Sensex plunges 700 points, Fear index jumps 16%

ଅନ୍ତର୍ଜାତୀୟ ବଜାରର ପ୍ରଭାବରେ 400 ପଏଣ୍ଟ ହ୍ରାସ ପାଇଛି ଭାରତୀୟ ସେୟାର ବଜାର। ସେନ୍‌ସେକ୍ସ 400 ପଏଣ୍ଟ ତଳକୁ ଖସିବା ସହିତ ନିଫ୍‌ଟୀ ଏହି ସମୟରେ 128 ପଏଣ୍ଟ ତଳକୁ ଖସିଛି। 128 ପଏଣ୍ଟ ହ୍ରାସ ସହିତ ନିଫ୍‌ଟୀ 11683.15 ପଏଣ୍ଟରେ ରହିଥିବା ବେଳେ 405.67 ପଏଣ୍ଟ ହ୍ରାସ ସହିତ 39107.72 ପଏଣ୍ଟରେ ରହିଛି। ଏହି ସମୟରେ ହିରୋ ମୋଟୋକର୍ପ, ଏଲ୍‌ଆଣ୍ଡଟି, ମାରୁତି, ବଜାଜ ଅଟୋ, ଏମ୍‌ ଆଣ୍ଡ ଏମ୍‌, ଟାଟା ମୋଟର୍ସ ଏବଂ ଏଚ୍‌ୟୁଏଲ୍‌ର ଅଂଶଧନ ମୂଲ୍ୟରେ 3.44 ପ୍ରତିଶତ ହ୍ରାସ ଘଟିଛି। ଏହି ସମୟରେ ୟେସ୍‌ ବ୍ୟାଙ୍କ, ଏଚ୍‌ସିଏଲ୍‌ ଟେକ୍‌, ସନ୍‌ ଫାର୍ମା, ଇନ୍‌ଫୋସିସ୍‌, ଆଇଟିସି, ବେଦାନ୍ତ ଏବଂ ପାଓ୍ବାର ଗ୍ରୀଡ୍‌ର ଅଂଶଧନ ବିପରୀତ ଗତିରେ 6 ପ୍ରତିଶତର ଲାଭ ହାସଲ କରିଛି। ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ବିଭିନ୍ନ ସେୟାର ବଜାର ତଳୁଆ ରହିଛି। ସାଂଘାଇ କମ୍ପୋଜିଟ୍‌ 2.465 ପ୍ରତିଶତ ତଳୁଆ ରହିଥିବା ବେଳେ ହାଙ୍ଗସେଙ୍ଗ 1.64 ପ୍ରତିଶତ, ନିକ୍କି 0.99 ପ୍ରତିଶତ ଏବଂ କୋସ୍ପି 1.85 ପ୍ରତିଶତ ତଳୁଆ ରହିଛି।

Related posts