ଜୁଲାଇ ୧୫ରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ ଚନ୍ଦ୍ରାୟନ ୨ ଲଂଚ୍ କରିବାକୁ ଯାଉଛି । ଆଜି ଏହାର ଫଟୋ ଇସ୍ରୋ ୱେବସାଇଟ୍ ପକ୍ଷରୁ ଜାରି କରାଯାଇଛି । ପାଖାପାଖି ୧ହଜାର କୋଟି ଟଙ୍କା ବିନିଯୋଗ କରାଯାଇଥିବା ଏହି ମିଶନକୁ ଜିଏସଏଲବି ଏମକେ-୩ ରକେଟ୍ ଲଂଚ୍ କରାଯିବ । ଏହାର ଓଜନ ୩୮୦୦ କିଲୋ । ଏଥିରେ ୩ ମଡ୍ୟୁଲ ଆର୍ବିଟର, ଲେଣ୍ଡର ଏବଂ ରୋବର ରହିବ । ଏହାକୁ ରବିବାର ଦିନ ଲଂଚ୍ ପ୍ୟାଡକୁ ନିଆଯିବ । ମିଶନର ସଫଳତା ପରୀକ୍ଷଣ କରିବା ପାଇଁ ଅପରେଶନାଲ ପ୍ରସ୍ତୁତି ଗୁଡିକ ଜୁଲାଇ ୧୩ରେ ଯାଂଚ୍ କରାଯିବ । ବିଗତ ୧୦ ବର୍ଷ ମଧ୍ୟରେ ଭାରତ ଦ୍ୱିତୀୟ ଥର ପାଇଁ ମିଶନ ପ୍ରସ୍ତୁତ କରିଛି । ଏହା ପୂର୍ବରୁ ଚନ୍ଦ୍ରାୟନ-୧ ଭାରତ ୨୦୦୯ରେ ପଠାଇଥିଲା ।
Tags: