ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ବିଶେଷକରି ପୁରୀ ଜିଲ୍ଲା, ଅସ୍ତରଙ୍ଗ ବ୍ଲକର ଉଦୟକଣି, ତଣ୍ଡାହାର ତଥା କେନ୍ଦ୍ରାପଡ଼ାର ବଗପାଟିଆ କଲୋନିରେ ରହୁଥିବା ଜଳବାୟୁ ପରିବର୍ତ୍ତନ ଜନିତ ବିସ୍ଥାପିତ ଲୋକମାନଙ୍କ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଓ୍ବାଟର ଇନିସିଏଟିଭ୍ ଓଡ଼ିଶାର ଆବାହକ ରଞ୍ଜନ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଜନିତ ବିସ୍ଥାପିତ ମାନଙ୍କ ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ ହେବା ନେଇ ଏକ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି ରଞ୍ଜନ କୁମାର ପଣ୍ଡା । ଏହି ଚିଠିରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ସିସୁଅ ପଞ୍ଚାୟତର ଉଦୟକଣି ଗ୍ରାମବାସୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଉଲ୍ଲେଖ ଅଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ବଗପାଟିଆ ଥଇଥାନ କଲୋନିର ବର୍ତ୍ତମାନ ପରିସ୍ଥିତି ବିଷୟରେ ମଧ୍ୟ ଏହି ଚିଠି ଜରିଆରେ ଉଲ୍ଲେଖ କରିଛନ୍ତି ପଣ୍ଡା। ସେହିପରି ବିସ୍ଥାପିତମାନଙ୍କର ସମସ୍ୟାକୁ ମଧ୍ୟ ଏହି ଚିଠିରେ ବର୍ଣ୍ଣନା କରିବା ସହିତ ଏହା ଉପରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।
ଜଳବାୟୁ ପରିବର୍ତ୍ତନ ଜନିତ ବିସ୍ଥାପିତମାନଙ୍କ ନିମେନ୍ତ ସ୍ବତନ୍ତ୍ର ଥଇଥାନ ନୀତି ପ୍ରଣୟନ ପାଇଁ ରଞ୍ଜନ ପଣ୍ଡାଙ୍କ ଦାବି
Published:
Jul 8, 2019, 4:40 pm IST
Tags: