ମଦ୍ୟପାନ ଓ ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ବ୍ୟବହାର ହେଉଛି ଅଧିକାଂଶ ଦୁର୍ଘଟଣାର କାରଣ : ପରିବହନ ସଚିବ

Published: Jul 8, 2019, 6:04 pm IST

ରାଜ୍ୟରେ ଏ ବର୍ଷ ସଡ଼କ ଦୁର୍ଘଟଣାର ପରିମାଣ ବୃଦ୍ଧି ପାଇଛି । ଚଳିତ ବର୍ଷରେ ୧୦ ପ୍ରତିଶତ ସଡ଼କ ଦୁର୍ଘଟଣା ବଢ଼ିଛି । ମଦ୍ୟପାନ ଓ ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ବ୍ୟବହାର କରିବା ଦ୍ବାରା ଅଧିକାଂଶ ଦୁର୍ଘଟଣାର କାରଣ ବୋଲି କହିଛନ୍ତି ପରିବହନ ସଚିବ । ଆଜି ସଡକ ପରିଷଦ ବୈଠକରେ ଏନେଇ ସୂଚନା ଦେଇଛନ୍ତି ପରିବହନ ସଚିବ । ରାଜଧାନୀ ଭୁବନେଶ୍ୱର ଏହା ସବୁଠାରୁ ଅଧିକ ବୋଲି ସଚିବ କହିଛନ୍ତି । ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ସଚିବ ।

Related posts