Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରରେ ବିଶ୍ବ ମାନବ ଅଧିକାର ଦିବସ ପାଳିତ
ଜାତୀୟ ଖବର

ଭୁବନେଶ୍ବରରେ ବିଶ୍ବ ମାନବ ଅଧିକାର ଦିବସ ପାଳିତ

December 11, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ବିଶ୍ବ ମାନବ ଅଧିକାର ଦିବସ ପାଳିତ

ଭୁବନେଶ୍ବର: ପ୍ରତିବର୍ଷ ୧୦ ଡିସେମ୍ବରରେ ପାଳିତ ହେଉଥିବା ବିଶ୍ବ ମାନବ ଅଧିକାର ଦିବସ ସମସ୍ତ ମାନବ ସମ୍ପ୍ରଦାୟଙ୍କ ମୂଳଭୂତ ଅଧିକାର ସୁରକ୍ଷା, ସମାନତା, ସ୍ବାଧୀନତା ଏବଂ ମର୍ଯ୍ୟାଦା ପ୍ରତି ସଚେତନତା ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ। ମାନବାଧିକାର ଆଇନ, ୧୯୯୩ର ସଠିକ ରୂପାୟନ ଓ କାର୍ଯ୍ୟକାରିତା ପୂର୍ବରୁ ସମଗ୍ର ଭାରତ ବର୍ଷ ମାନବ ଅଧିକାରର ପ୍ରାସଙ୍ଗିକତାକୁ ଉପଲବ୍ଧି କରିଛି ବୋଲି କହିଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚକ୍ରଧାରୀ ଶରଣ ସିଂ।

ଆଜି ସନ୍ଧ୍ୟାରେ ଜୟଦେବ ଭବନ ପରିସରରେ ଏହି ଉପଲକ୍ଷେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ନ୍ୟାୟାଧିଶ ଶ୍ରୀ ଚକ୍ରଧାରୀ ଶରଣ ସିଁ କହିଲେ ଯେ ଅନେକ ଲୋକ ସେମାନଙ୍କ ଅଧିକାର ବିଷୟରେ ଅଜ୍ଞ। ସେମାନଙ୍କୁ ସଚେତନ କରାଇବା ସହିତ ସମାଜରେ ଯେଉଁମାନେ ଅଧିକାର ଚ୍ୟୁତ ହେଉଛନ୍ତି, ସେମାନଙ୍କ ନିମନ୍ତେ ଏକ ସୁରକ୍ଷିତ ଓ ସମାନ ମଞ୍ଚ ପ୍ରଦାନ କରିବା ଆମର ଦାୟିତ୍ୱ। ମାନବ ଅଧିକାର ଦିବସକୁ ଗୋଟିଏ ଦିନର କାର୍ଯ୍ୟକ୍ରମରେ ସୀମିତ ନରଖି ଏହାକୁ ପରିବ୍ୟାପ୍ତ କରିବା ଦରକାର।

ଏକ ନିୟମିତ ସଚେତନତା କାର୍ଯ୍ୟକ୍ରମ ସହିତ ପ୍ରତ୍ଯେଚ ନାଗରିକ ଯେପରି ଆୟୋଗର କାର୍ଯ୍ୟଧାରାକୁ ହୃଦୟଙ୍ଗମ କରିବେ ସେ ଦିଗରେ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ଏଥିପାଇଁ ଜଷ୍ଟିସ ଶ୍ରୀ ଶରଣ ସିଂ ତାଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।

ସମ୍ମାନିତ ଅତିଥିଭାବେ ମନ୍ତ୍ରୀ ଆଇନ, ପୁର୍ତ୍ତ ଓ ଅବକାରୀ ବିଭାଗ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ ଯେ ବିଶ୍ବ ମାନବ ଅଧିକାର ଦିବସ ଯେଉ ଉଦ୍ଦେଶ୍ୟରେ ପାଳନ କରା ଯାଉଛି ଆମ ସମ୍ବିଧାନ ଆମମାନଙ୍କୁ ସେହି ଅଧିକାର ପ୍ରଦାନ କରିଛି। ଆଜିର ଦିବସର ତାତ୍ସର୍ଯ୍ୟ ହେଲା ସାଧାରଣ ମଣିଷକୁ ତାର ଅଧିକାର ସାଙ୍ଗରେ ପରିଚିତ କରାଇବା। ଆଜିର ଦିବସ ବାର୍ତ୍ତା ଆମକୁ ଏହା ବୁଝାଏ ଯେ, ସମସ୍ତ ମାନବ ସମାନ ଅଧିକାର ସହ ବଞ୍ଚିବା ଜରୁରୀ।

କୌଣସି ଭାଷା, ଧର୍ମ, ଜାତି, ଲିଙ୍ଗ କିମ୍ବା ରଙ୍ଗ ଦ୍ୱାରା ମାନବ ଅଧିକାର ଉଲଂଘନ ନ ହେଉ, ଆମମାନଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ। ଲୋକମାନେ ଧୀରେ ଧୀରେ ହୃଦୟଙ୍ଗମ କରୁଛନ୍ତି ଯେ ମାନବିକ ଅଧିକାରର ଉଲ୍ଲଂଘନ ହେଉଛି ଏକ ବିଷୟ ଯାହା ମାନବ ଅଧିକାର ଆୟୋଗ ଦ୍ୱାରା ସମାଧାନ କରାଯାଇ ପାରିବ।

ମାନ୍ୟବର ଜଷ୍ଟିସ୍ ଶ୍ରୀ ଶତୃଘନ ପୁଜାହାରୀ, ଅଧ୍ୟକ୍ଷ, ଓଡ଼ିଶା ମାନବ ଅଧିକାର ଆୟୋଗ ତାଙ୍କ ବକ୍ତବ୍ୟରେ ବସୁଧୈବ କୁଟୁମ୍ବକମ୍ ନୀତି ପାଇଁ ମାନବ ଅଧିକାର ଜରରୀ ବୋଲି କହିବା ସହ ସ୍ବାଧୀନ ଭାବେ ବଞ୍ଚିବା ଆମ ଜନ୍ମଗତ ଅଧିକାର ବୋଲି କହିଥିଲେ। ଆମେ ମାନବ ଅଧିକାର ରକ୍ଷା ପାଇଁ ସବୁ ଲୋକଙ୍କ ସହ ଏକତାବଦ୍ଧ ହୋଇ କାମ କରିବାର ପ୍ରତିଜ୍ଞା କରିବା ଉଚିତ।

ଆୟୋଗର ହସ୍ତକ୍ଷେପ ଦ୍ବାରା ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଦୃଷ୍ଟାନ୍ତମୂଳକ ଉନ୍ନତି ଘଟିଛି ଯେଉଁଠାରେ ମାନବ ଅଧିକାରର ସୁରକ୍ଷା ତଥା ବ୍ୟକ୍ତିବିଶେଷ କିମ୍ବା ଗୋଷ୍ଠୀର ମୌଳିକ ସ୍ୱାଧୀନତାକୁ ସମାଧାନ କରାଯାଇ ପାରୁଛି। ମାନବ ଅଧିକାର ଆୟୋଗ ଶାସନକୁ ସୁଗମ କରିବା ପାଇଁ ଉଦ୍ଦିଷ୍ଟ।

ସମ୍ମାନିତ ଅତିଥିଭାବେ ଓଡ଼ିଶା ମାନବ ଅଧିକାର ଆୟୋଗର ସଦସ୍ୟ ଶ୍ରୀ ଅସୀମ ଅମିତାଭ ଦାଶ ଏବଂ ସଦସ୍ୟ ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର ମାନବ ଅଧିକାର ପାଇଁ ନିର୍ଭୟ ହୋଇ ସ୍ବର ଉଠାନ୍ତୁ ଏବଂ ସମାଜକୁ ନ୍ୟାୟବନ୍ତ କରାଇବା ସହିତ ଲୋକମାନଙ୍କର ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଅଧିକାର ହାସଲ କରିବାକୁ କାୟମନୋବାକ୍ଯରେ ସମସ୍ତ ମାନବାଧିକାର କର୍ମୀ ଆଗେଇ ଆସିବା ଉଚିତ ବୋଲି ମତବ୍ଯକ୍ତ କରିଥିଲେ । ଓଡିଶା ମାନବ ଅଧିକାର ଆୟୋଗର ରେଜିଷ୍ଟ୍ରାର ତଥା ଭାରପ୍ରାପ୍ତ ସଚିବ ଶ୍ରୀମତି ସ୍ବିଟି ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆଜିର ସମାବେଶର ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା।

ଡା. ନୀଳମାଧବ ରଥ ଓ ଆଶାକର୍ମୀ ଶ୍ରୀମତୀ ଶିବାନୀ ମଣ୍ଡଳ ଙ୍କୁ ଏହି ଅବସରରେ ମାନବ ଜାତି ପ୍ରତି ସେମାନଙ୍କ ମୂଲ୍ୟବାନ ସେବା ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବର୍ତ୍ତମାନ ଓ ପୂର୍ବତନ ବିଚାରପତି, ଆଇନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଓଡିଶା ସରକାରଙ୍କ ସମସ୍ତ ବିଭାଗୀୟ ମୁଖ୍ୟ, ନ୍ୟାୟିକ ଅଧିକାରୀ, ଆୟୋଗର ସମସ୍ତ ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ବିଶିଷ୍ଟ ସାମ୍ବାଦିକ, ସମସ୍ତ ମାନବାଧିକାର କର୍ମୀ ଯୋଗ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ମୁଖ୍ୟମନ୍ତ୍ରୀ

August 22, 2025

ଭଞ୍ଜନଗର ପୋଲିସ୍ ଦ୍ଵାରା ବ୍ରାଉନ ସୁଗାର୍ ଜବତ: ୩ ଗିରଫ

August 22, 2025

‘ଯଦି ଛୋଟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇପାରିବ, ତେବେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ନୁହେଁ’: ପିଏମ ମୋଦୀ

August 22, 2025

ICC ODI ବିଶ୍ୱକପର ନୂଆ ସୂଚୀ ଜାରି, ଜାଣନ୍ତୁ ଭାରତର ମ୍ୟାଚ୍ କେବେ ଏବଂ କେଉଁଠି ଖେଳାଯିବ

August 22, 2025
Latest News

ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ଉତ୍ସବ “ଆଗମନ୍- ୨୦୨୫”

August 22, 2025

ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ମୁଖ୍ୟମନ୍ତ୍ରୀ

August 22, 2025

ଭଞ୍ଜନଗର ପୋଲିସ୍ ଦ୍ଵାରା ବ୍ରାଉନ ସୁଗାର୍ ଜବତ: ୩ ଗିରଫ

August 22, 2025

‘ଯଦି ଛୋଟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇପାରିବ, ତେବେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ନୁହେଁ’: ପିଏମ ମୋଦୀ

August 22, 2025

ICC ODI ବିଶ୍ୱକପର ନୂଆ ସୂଚୀ ଜାରି, ଜାଣନ୍ତୁ ଭାରତର ମ୍ୟାଚ୍ କେବେ ଏବଂ କେଉଁଠି ଖେଳାଯିବ

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.