ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ଆଉଟ୍ ଡୋରରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ (ପିଏମଏସଏମଏ) କକ୍ଷ ଉଦଘାଟିତ ହୋଇଛି। ଡିନ୍ ତଥା ଅଧ୍ୟକ୍ଷା ଡା. ସୁଚିତ୍ରା ଦାସ, ରେଜିଷ୍ଟ୍ରାର ସଂଗ୍ରାମ ପଣ୍ଡା, ପ୍ରସୂତି ବିଭାଗ ମୁଖ୍ୟ ପ୍ରଫେସର ଡା. ସଂଘମିତ୍ରା ମହାପାତ୍ର, ଏନ୍ଏଚ୍ଏମର ବିଭାଗ ସରୋଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ମାତୃ ଓ ଶିଶୁ ମୃତ୍ୟୁହାର କମ କରିବା ଲକ୍ଷ୍ୟରେ ପ୍ରତ୍ୟେକ ମାସ ୯ ତାରିଖରେ ଗର୍ଭବତୀଙ୍କୁ ମାଗଣା ଓ ଗୁଣଯୁକ୍ତ ଚିକିତ୍ସା ସେବା ଯୋଗାଇବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ।