କର୍ଣ୍ଣାଟକରେ ରାଜନୈତିକ ଡ୍ରାମା : ପୋଷ୍ଟାଲ୍‌ ସର୍ଭିସ୍‌ ଦ୍ବାରା ପଠାଯାଇଥିବା ଇସ୍ତଫା ପତ୍ରକୁ ସ୍ବୀକୃତି ଦିଆଯିବ ନାହିଁ ବୋଲି କହିଲେ ବାଚସ୍ପତି

Published: Jul 9, 2019, 4:36 pm IST

କର୍ଣ୍ଣାଟକରେ ରାଜନୀତି ସଂକଟ ଏବେ ପୂରା ସଙ୍ଗୀନ ଅବସ୍ଥାରେ ରହିଛି । ରାଜ୍ୟରେ ବିଜେପି ସରକାର ଗଠନ କରିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ବିଏସ୍ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରିଛନ୍ତି । ଏହି ମଧ୍ୟରେ ବିଧାନସଭା ଅଧ୍ୟକ୍ଷ କେଆର ରମେଶ କୁମାର ଇସ୍ତଫା ପତ୍ର ପଠାଇଥିବା ବିଧାୟକଙ୍କୁ ତାଗିଦ୍ କରି କହିଛନ୍ତି କି, ଯଦି ସେମାନେ ଇସ୍ତଫା ଦେବାକୁ ଚାହୁଁଛନ୍ତି ତେବେ ବ୍ୟକ୍ତିଗତ ଭାବରେ ଆସି ସାକ୍ଷାତ କରନ୍ତୁ । ପୋଷ୍ଟାଲ ସର୍ଭିସ୍ ଦ୍ୱାରା ପଠାଯାଇଥିବା ଇସ୍ତଫା ପତ୍ରକୁ ସ୍ୱୀକୃତି ଦିଆଯିବ ନାହିଁ । ଜଣେ ବାଚସ୍ପତି ହୋଇଥିବା କାରଣରୁ ସେ ସମ୍ବିଧାନର ନିୟମ ରକ୍ଷା କରିବେ । କର୍ଣ୍ଣାଟକରେ ଏବେ ଇସ୍ତଫା ପତ୍ର ପଠାଇଥିବା ବିଧାୟକଙ୍କ ସଂଖ୍ୟା ୧୩ରୁ ୧୫ରେ ପହଁଚିଲାଣି । ଏହା ପୂର୍ବରୁ ଗତକାଲି ନିର୍ଦ୍ଦଳୀୟ ବିଧାୟକ ଏଚ ନାଗେଶ ମଧ୍ୟ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ସେପେଟ ବିଜେପି ପାଖରେ ୧୦୭ ଜଣ ବିଧାୟକ ଅଛନ୍ତି ବୋଲି ୟେଦୁରପ୍ପା ଦାବି କରିଛନ୍ତି ।

Related posts