Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳ ପ୍ରକଳ୍ପ କାମ ସମୀକ୍ଷା: କେନ୍ଦୁଝରରୁ ପାରାଦୀପକୁ ସୁବିଧାରେ ହୋଇପାରିବ ଲୁହାପଥର ପରିବହନ
ଆଜିର ଖବର

ରେଳ ପ୍ରକଳ୍ପ କାମ ସମୀକ୍ଷା: କେନ୍ଦୁଝରରୁ ପାରାଦୀପକୁ ସୁବିଧାରେ ହୋଇପାରିବ ଲୁହାପଥର ପରିବହନ

December 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ନେଟୱର୍କ ପ୍ଲାନିଂ ଗ୍ରୁପ (ଏନପିଜି)ର ୮୫ତମ ବୈଠକରେ ପାଂଚଟି ପ୍ରକଳ୍ପ ଉପରେ ସମୀକ୍ଷା କରାଯାଇଛି। ଏହା ଭିତରୁ ଦୁଇଟି ରେଳବାଇ ଓ ତିନିଟି ରାଜପଥ ସମ୍ପର୍କିତ ପ୍ରକଳ୍ପ। ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ନିୟମାବଳୀ ଅନୁସାରେ ଏହି ପ୍ରକଳ୍ପ ସବୁକୁ ସମୀକ୍ଷା କରାଯାଇଛି। ବହୁମୁଖୀ ଭିତିଭୂମିର ପୂର୍ଣାଙ୍ଗ ବିକାଶ, ଅର୍ଥନୀତିକ ଓ ସାମାଜିକ ଯୋଗାଯୋଗ, ବିଭିନ୍ନ ପରିବହନ ମାଧ୍ୟମ, ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପରି ବିଭିନ୍ନ କ୍ଷେତ୍ର ଉପରେ ଏହି ବୈଠକରେ ବିଚାର ବିମର୍ଶ କରାଯାଇଛି। ଏହି ପ୍ରକଳ୍ପ ସବୁ ଦେଶର ଆର୍ଥିକ ବିକାଶରେ ସହାୟକ ହେବ।

ଏସବୁ ପ୍ରକଳ୍ପ ସରିଲେ ଦେଶର ଭିତ୍ତିଭୂମି ବିକଶିତ ହେବା ସହ ବିଭିନ୍ନ ଆଂଚଳିକ କ୍ଷେତ୍ର ସହ ଯୋଗାଯୋଗ ସ୍ଥାପିତ ହୋଇପାରିବ। ସରକାରଙ୍କ ଦୃଷ୍ଟିକୋଣ ସହ ଯୋଗସୂତ୍ର ରକ୍ଷା କରି ବହୁମୁଖୀ ପରିବହନ କ୍ଷେତ୍ର ବିକଶିତ ହୋଇପାରିବ ବୋଲି କୁହାଯାଇଛି। ଶିଳ୍ପ ବିକାଶ ତଥା ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ର ଯୁଗ୍ମ ସଚିବ ଡ. ସୁରେନ୍ଦ୍ର ଅହିବାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।

ରେଳ ମନ୍ତ୍ରଣାଳୟର ପ୍ରକଳ୍ପ

ଝାଡଖଣ୍ଡ ଓ ଓଡିଶାକୁ ଯୋଡୁଥିବା ଡାଙ୍ଗୋଆପୋଷି-ଜାରୋଲି ପ୍ରକଳ୍ପ କାମ ଚାଲିଛି। ବର୍ତ୍ତମାନ କରିଡର ସହ ସମାନ୍ତରାଳ ଭାବରେ ୮୫.୮୮ କିଲୋମିଟର ଲମ୍ବର ତୃତୀୟ ଓ ଚତୁର୍ଥ ରେଳ ଲାଇନ ବିକାଶ କରାଯାଉଛି। ଖଣି ଖାଦାନରେ ଭରପୁର କେନ୍ଦୁଝରରୁ ପାରାଦୀପକୁ ଲୁହାପଥର ପରିବହନ ସହ କୋଇଲା, ଜିପସମ ଓ ସାର ପରିବହନ କ୍ଷେତ୍ରରେ ବି ଏହି ରେଳଲାଇନ ଦ୍ୱାରା ବହୁତ ଉପକାର ସାଧିତ ହେବ। ପୂର୍ବ ଓ ଭାରତର ବିଭିନ୍ନ ଅଂଚଳକୁ ଲୁହାପଥର ପରିବହନ କରିବା କ୍ଷେତ୍ରରେ ବି ଏହି ରେଳଲାଇନ ସହାୟକ ହେବ।

ବୁରବାଲ-ଗୋଣ୍ଡା କାଚେରୀ ପ୍ରକଳ୍ପରେ ୫୫.୭୫ କିଲୋମିଟର ଲମ୍ବର ଚତୁର୍ଥ ରେଳଲାଇନ ବିକଶିତ କରାଯାଉଛି। ଏବେ ଏହି ରେଳପଥରେ ତୃତୀୟ ରେଳ ଲାଇନ କାମ ଚଲୁଅଛି। ଏହାଦ୍ୱାରା ଉତରପ୍ରଦେଶର ବାରାବାଙ୍କି, ବହରିଚ, ଗୋଣ୍ଡା ଜିଲ୍ଲାରେ ଯାତ୍ରୀ ତଥା ମାଲ ପରିବହନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବ।

ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ବାରାବାଙ୍କି- ବାହାରିଚ ପ୍ରକଳ୍ପ ଏନଏଚ-୯୨୭ କରିଡରର ୧୦୧.୫୪ କିଲୋମିଟର ବ୍ୟାପି ଚାରି ଥାକିଆ ଓ ଛଅ ଥାକିଆ କରାଯାଉଛି। ଲକ୍ଷନୌ, ଶ୍ରାବସ୍ତି ବିମାନବନ୍ଦର, ଏନଏଚ-୨୭, ଭାରତ-ନେପାଳ ବର୍ଡରକୁ ଏହା ସଂଯୋଗ କରିବ। ଏହା ଫଳରେ ଉତରପ୍ରଦେଶ ଓ ଉତର ଭାରତର ବିଭିନ୍ନ ଅଂଚଳକୁ ଯାତ୍ରୀମାନଙ୍କ ଗମନାଗମନ ସୁବିଧା ହୋଇପାରିବା ସହ ମାଲ ପରିବହନ କ୍ଷେତ୍ରରେ ବି ଅଭୂତପୂର୍ବ ପରିବର୍ତନ ଆସିବ।

କାନପୁର-କାବ୍ରାଇ ରାଜପଥର ଉନ୍ନତିକରଣ କରାଯାଇ ଚାରି ଲେନ ବିଶିଷ୍ଟ ୧୧୮. ୮ କିଲୋମିଟର ରାସ୍ତାକୁ ସମ୍ପ୍ରସାରିତ କରାଯାଉଛି। ଫଳରେ ଏନଏଚ-୩୫ରେ କାନପୁର ରିଂ ରୋଡ ସହ କାବ୍ରାଇକୁ ରାଜପଥ ସଂଯୋଗୀକରଣ ହେବ। ଏହାଛଡା ସାତଟି ରେଳ ଷ୍ଟେସନ, ତିନିଟି ବିମାନବନ୍ଦର ସହ କାନପୁର, ହାମିରପୁର, ମହୋବା ଜିଲ୍ଲାକୁ ଗମନାଗମନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ମିଳିବ।

ସିଙ୍ଘାନା-ଟିଟାନବାର ପ୍ରକଳ୍ପରେ ଚାରି ଲେନ ବିଶିଷ୍ଟ ୪୦.୭୨୫କିଲୋମିଟର ଲମ୍ବର ରାଜପଥକୁ ବିକଶିତ କରାଯାଉଛି। ଏହା ରାଜସ୍ଥାନର ଏନଏଚ-୩୧୧ ଜାତୀୟ ରାଜପଥ ଅଧୀନରେ ଆସୁଛି। ଶିକାର, ନାଗପୁର, ଯୋଧପୁର, ଦିଲ୍ଲୀ ପରି ଅଂଚଳକୁ ଯାତ୍ରୀମାନଙ୍କ ଗମନାଗମନ କ୍ଷେତ୍ରରେ ଏହା ସାହାଯ୍ୟ କରିବ। ରାଜସ୍ଥାନ, ହରିୟାଣା ଓ ଦିଲ୍ଲୀ ଅଂଚଳରେ ଯାତ୍ରୀ ତଥା ମାଲ ପରିବହନ କ୍ଷେତ୍ରରେ ଏହା ବିଶେଷ ସହାୟତ ହୋଇପାରିବ।

ଏନପିଜି କେନ୍ଦୁଝର ପାରାଦୀପ ପିଏମ ଗତିଶକ୍ତି ରେଳ ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

U19 World Cup: ଆଜି ଭାରତ-ଆମେରିକା ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ ସମୟ

January 15, 2026

ମାଲ ପରିବହନ କ୍ଷେତ୍ରରେ ରେଳବାଇର ନୂଆ ରେକର୍ଡ: ଗୋଟିଏ ଦିନରେ ୮୯୨ ଟ୍ରେନ୍ ଅଦଳବଦଳ

January 15, 2026

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର

January 15, 2026

ପିଏମ୍ ଜନ-ଧନ ଯୋଜନା: ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କଲେ ହିତାଧିକାରୀ

January 15, 2026
Latest News

U19 World Cup: ଆଜି ଭାରତ-ଆମେରିକା ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ ସମୟ

January 15, 2026

ମାଲ ପରିବହନ କ୍ଷେତ୍ରରେ ରେଳବାଇର ନୂଆ ରେକର୍ଡ: ଗୋଟିଏ ଦିନରେ ୮୯୨ ଟ୍ରେନ୍ ଅଦଳବଦଳ

January 15, 2026

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର

January 15, 2026

ପିଏମ୍ ଜନ-ଧନ ଯୋଜନା: ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କଲେ ହିତାଧିକାରୀ

January 15, 2026

ଏଆଇ-ଆଧାରିତ ଶିକ୍ଷା ସଂସ୍କାର ଉପରେ ଆଲୋଚନାଚକ୍ର

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.