Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ପ୍ୟାରିସ୍ ଅଲମ୍ପିକସ ହକି ତାରକା: ଛାତ୍ରଛାତ୍ରୀଙ୍କ ସହ କଲେ ଭାବ ବିନିମୟ
ଆଜିର ଖବର

ସୋଆରେ ପ୍ୟାରିସ୍ ଅଲମ୍ପିକସ ହକି ତାରକା: ଛାତ୍ରଛାତ୍ରୀଙ୍କ ସହ କଲେ ଭାବ ବିନିମୟ

December 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଖେଳ ଆରମ୍ଭ ହେବାର ମାତ୍ର କେତୋଟି ମିନିଟ୍ ପରେ ନିର୍ଭରଶୀଳ ରକ୍ଷଣ ଭାଗ ଖେଳାଳୀ ଅମିତ ରୋହିଦାସଙ୍କୁ ରେଡକାର୍ଡ ମିଳିଲା। ସେତେବେଳକୁ ଖେଳର ପ୍ରାୟ ଦୁଇ – ତୃତୀୟାଂଶ ବାକୀ ଅଛି। ମାତ୍ର ୧୦ ଜଣ ଖେଳାଳୀଙ୍କୁ ନେଇ ଭାରତ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡାର ପୁରୁଷ ହକି ପ୍ରତିଯୋଗିତାରେ କିପରି ଗ୍ରେଟ ବ୍ରିଟେନ୍‌କୁ ପରାଜିତ କରି ପାରିଲା?

ଏହି ପ୍ରଶ୍ନ ଶୁକ୍ରବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାରତୀୟ ହକି ଦଳର ୪ଜଣ ସ୍ୱନାମଧନ୍ୟ ଖେଳାଳୀଙ୍କୁ ଏକ ଆଲୋଚନା କାର୍ଯ୍ୟକ୍ରମରେ ପଚାରିଥିଲେ।

ମଧ୍ୟଭାଗ ଖେଳାଳୀ ଶାମ୍‌ଶେର ସିଂହ କହିଥିଲେ ଯେ ଅମିତଙ୍କୁ ଖେଳରୁ ବାହାର କରିଦେବା ଭାରତୀୟ ଦଳ ପାଇଁ ଏକ ବଡ ଧକ୍କା ଥିଲା। କାରଣ କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନ୍ କୁ ହରାଇବା କଷ୍ଟକର ବୋଲି ସମସ୍ତେ ଭାବୁଥିଲେ ବୋଲି ଶାମ୍‌ଶେର କହିଥିଲେ। “ଆମ ମଧ୍ୟରେ ଏକତା ଥିଲା ଓ ଏହି ପରିସ୍ଥିତରେ ଆମେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ସୁଟ୍ ଆଉଟ୍‌ରେ ଏହି ମ୍ୟାଚ ୪-୨ ରେ ଜିତି ପାରିଲୁ”, ବୋଲି ସେ କହିଥିଲେ।

ଏହି ଆଲୋଚନାରେ ଶାମ୍‌ଶେରଙ୍କ ବ୍ୟତୀତ ଜରମନ୍‌ପ୍ରୀତ ସିଂହ, ରାଜକୁମାର ପାଲ ଓ ବରୁଣ କୁମାର ଯୋଗ ଦେଇଥିଲେ । ଏହି ୪ଜଣ ଖେଳାଳୀ ଦିଲ୍ଲୀ ଏସଜି ପାଇପର୍ସ ଦଳ ପକ୍ଷରୁ ରାଉକେଲାଠାରେ ଡିସେମ୍ବର ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ହକି ଇଣ୍ଡିଆ ଲିଗରେ ଭାଗ ନେବା ପୂର୍ବରୁ ଭୁବନେଶ୍ୱରରେ ଅଭ୍ୟାସ କରୁଛନ୍ତି । ସେମାନଙ୍କ ସହିତ ବିଶିଷ୍ଟ କ୍ରୀଡା ସାମ୍ବାଦିକ ତଥା ଏସଜି ସ୍ପୋର୍ଟସ୍ ଆଣ୍ଡ ଏଂଟରଟେନ୍‌ମେଂଟର ଉପସଭାପତି ଶ୍ରୀ ଦିଗ୍‌ବିଜୟ ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ ।

ପ୍ୟାରିସ୍‌ରେ ଅନୁଷ୍ଠିତ ଏହି କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ଉପସ୍ଥିତ ଥିବା ଶ୍ରୀ ସିଂହଦେଓ କହିଥିଲେ ଯେ ଅମିତଙ୍କୁ ରେଡକାର୍ଡ ମିଳିବା ପରେ ଏହି ମ୍ୟାଚରେ ଭାରତ ଜିତିବ ବୋଲି କେହି ଚିନ୍ତା କରି ନ ଥିଲେ । ମାତ୍ର ଭାରତୀୟ ଦଳ ଅଭୂତପୂର୍ବ ପ୍ରଦର୍ଶନ କରି ଏହି ମ୍ୟାଚରେ ବିଜୟୀ ହୋଇପାରିଥିଲା ।

ମଧ୍ୟଭାଗ ଖେଳାଳୀ ରାଜକୁମାର ପାଲ କହିଲେ ଭାରତୀୟ ଦଳରେ ସବୁ ଖେଳାଳୀ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରିଥାନ୍ତି ।

ନିଜ କ୍ରୀଡା ଜୀବନର ଆରମ୍ଭରୁ ତାଙ୍କ ବିରୁଦ୍ଧରେ ହୋଇଥିବା ଏକ ଅଭିଯୋଗ ତାଙ୍କ କ୍ୟାରିୟରକୁ ନଷ୍ଟ କରିଦେବାକୁ ଯାଉଥିଲା ବୋଲି ଜରମନ୍‌ପ୍ରୀତ ସିଂହ ଏକ ପ୍ରଶ୍ନର ଉତରରେ କହିଥିଲେ । ଏହି ଅଭିଯୋଗ ମୋତେ ନିରାଶ କରିଥିଲା । ମାତ୍ର ମୋର ପରିବାରବର୍ଗ ମୋତେ ସଂପୂର୍ଣ୍ଣ ସମର୍ଥନ କରିଥିଲେ । ମୁଁ ମଧ୍ୟ ଭାରତୀୟ ଦଳକୁ ପ୍ରତ୍ୟାବର୍ତନ କରିବା ପାଇଁ ସମସ୍ତ ଉଦ୍ୟମ କରି ନିଜକୁ ଉତ୍ସାହିତ କରିଥିଲି ବୋଲି ସେ କହିଥିଲେ ।

ଏକ ପ୍ରଶ୍ନର ଉତରରେ ବରୁଣ କୁମାର କହିଥିଲେ ଯେ ଯଦିଓ ଦେଶରେ କ୍ରିକେଟ ପ୍ରତି ଅଧିକ ସମର୍ଥନ ଥିବା ଜଣାପଡେ, ଭାରତୀୟ ହକି ଦଳ କ୍ରମାଗତ ଦୁଇଥର ଟୋକିଓ ଏବଂ ପ୍ୟାରିସ୍ ଅଲମ୍ପିକସ କ୍ରୀଡାରେ କ୍ରମାଗତ ଭାବେ ବ୍ରୋଞ୍ଜ ପଦକ ଲାଭ କରିବା ପରେ ହକି ପ୍ରତି ଆଗ୍ରହ ବୃଦ୍ଧି ପାଉଛି ।

ଆପଣମାନେ ହକିକୁ ସମର୍ଥନ ଜଣାଇ ଏହାର ଉନ୍ନତି ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଖେଳାଳୀମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କୁ ଭାରତର ଗୌରବ ବୋଲି କହିଥିଲେ ।
ଜରମନ୍‌ପ୍ରୀତ ସିଂହ ଛାତ୍ରଛାତ୍ରୀମାନଙ୍କୁ ହକି ଇଣ୍ଡିଆ ଲିଗ୍‌ରେ ଦିଲ୍ଲୀ ଏସଜି ପାଇପର୍ସ ଦଳକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ ।

କାର୍ଯ୍ୟକ୍ରମକୁ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ପରିଚାଳନା କରିଥିଲେ ।

ସୋଆରେ ଖେଳାଳୀମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରମାନେ ଖେଳାଳୀମାନଙ୍କୁ ନିଜ ଗହଣରେ ପାଇ ବେଶ୍ ଉତ୍ସାହିତ ହୋଇଥିଲେ ।

ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.