Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ ଓଡିଶା ଓ ଝାଡ଼ଖଣ୍ଡର ମୁଖ୍ୟ ବିଚାରପତିଙ୍କର ଭୁବନେଶ୍ବର ନୂଆ କୋର୍ଟ ପରିଦର୍ଶନ
ଆଜିର ଖବର

ପୂର୍ବତନ ଓଡିଶା ଓ ଝାଡ଼ଖଣ୍ଡର ମୁଖ୍ୟ ବିଚାରପତିଙ୍କର ଭୁବନେଶ୍ବର ନୂଆ କୋର୍ଟ ପରିଦର୍ଶନ

December 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୂର୍ବତନ ଓଡିଶା ଓ ଝାଡ଼ଖଣ୍ଡର ମୁଖ୍ୟ ବିଚାରପତିଙ୍କର ଭୁବନେଶ୍ବର ନୂଆ କୋର୍ଟ ପରିଦର୍ଶନ

ଭୁବନେଶ୍ବର: ଭୁବନେଶ୍ଵର ନୂତନ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସକୁ ଏକ ସୌଜନ୍ୟ ମୂଳକ ପରିଦର୍ଶନର କରିଥିଲେ ଓଡିଶାର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ଏସ. ମୁରଲିଧରନ ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ସହ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀ ଗୌରୀ ଶଙ୍କର ଶତପଥୀ ପ୍ରମୁଖ।

ଏହି ଅବସରରେ ଭୁବନେଶ୍ଵର ଓକିଲ ସଂଘ ତରଫରୁ ପୂର୍ବତନ ମୁଖ୍ୟ ବିଚାରପତି ଦ୍ୱୟ ଏହି ଜୁଡିସିଆଲ କମ୍ପ୍ଲେକ୍ସ ନିର୍ମାଣରେ ତାଙ୍କର ବିଶେଷ ସହଯୋଗିତା ପାଇଁ ସମ୍ବନ୍ଧିତ କରାଯାଇଥିଲାଏବଂ ବିଚାରପତି ଶ୍ରୀ ଗୌରୀଶଙ୍କର ଶତପଥୀ ଙ୍କୁ ବିଶେଷ ଭାବେ ସମ୍ଵର୍ଦ୍ଧିତ କରାଯାଇ ଥିଲା।

ସମସ୍ତ ବିଚାରପତି ବୃନ୍ଦ ଙ୍କୁ ଭୁବନେଶ୍ବର ଓକିଲ ସଂଘ ସଭାପତି ଶ୍ରୀ କୁନ୍ଦନ ରଥ, ସମ୍ପାଦକ ଶ୍ରୀ ଦୀପକ ଦାସ, ଉପସଭାପତି ଶ୍ରୀ ଦୁର୍ଗାପ୍ରସାଦ ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀ ଅନ୍ତର୍ଯ୍ୟାମୀ ବିଶ୍ଵାଳ, ଭୁବନେଶ୍ବର ପୂର୍ବତନ ଓକିଲ ସଂଘ ସଭାପତି ଶ୍ରୀ ନିର୍ମଳ କିଶୋର ରଥ, ଶ୍ରୀ ପ୍ରମୋଦ ପଟ୍ଟନାୟକ, ପୂର୍ବତନ ଭୁବନେଶ୍ବର ଓକିଲ ସଂଘର ଉପସଭାପତି ଶ୍ରୀ ଶୀଳଭଦ୍ର ଶାସ୍ତ୍ରୀ , ଏବଂ କୋଷାଧ୍ୟକ୍ଷ ଶ୍ରୀ ଜଗଦୀଶ ବେହେରା, ଆଇନଜୀବୀ ଶ୍ରୀ ଅଞ୍ଜନ କୁମାର ସାମନ୍ତରାୟ, ଅଶୋକ ଚନ୍ଦ୍ର ବଡପଣ୍ଡା, ଦୀପ୍ତିମୟୀ ପଣ୍ଡା, ଅନେକ ଆଇନଜୀବୀ ସ୍ବାଗତ କରିଥିଲେ।

ଏଥିସହ ଖୋର୍ଦ୍ଧା ଜିଲ୍ଲା ଜଜ ଶ୍ରୀ ନିଶିଥ ନିଶାଙ୍କ ଅଦାଲତ ପରିଦର୍ଶନ କରିବା ପାଇଁ ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ପାଛୋଟି ନେଇଥିଲେ। ପରିଦର୍ଶନ ପରେ ଶ୍ରୀ ମୁରଲିଧରନ କହିଥିଲେ ଯେ, ଏହା ଭାରତର ଏକ ଅନନ୍ୟ କୋର୍ଟ କମ୍ପ୍ଲେକ୍ସ। ଏହି ପରିସରକୁ ଛାତ୍ରଛାତ୍ରୀମାନଙ୍କୁ ଆଣି ବିଚାରାଳୟର ପରିବେଶ ଓ କାର୍ଯ୍ୟଧାରା କୁ ବୁଝାଇବା ସହ ପରିଦର୍ଶନ କରାଇଲେ ତାଙ୍କର ଆଇନ ବୃତ୍ତିକୁ ଆସିବା ପାଇଁ ଆକୃଷ୍ଟ କରିବ ବୋଲି ମନ୍ତବ୍ୟ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଦିବ୍ୟାଙ୍ଗଙ୍କ ସମ୍ମାନାର୍ଥେ ‘ଆମକୁ କରନା ଥଟ୍ଟା ମଜା’ କାର୍ଯ୍ୟକ୍ରମ ଆୟୋଜିତ

August 30, 2026

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଅସୁସ୍ଥ ମହିଳା

August 30, 2026

ସରକାର ଶିକ୍ଷାର କଣ୍ଠରୋଧ ନ କରି ସମସ୍ୟା ସମାଧାନରେ ସହାୟକ ହୁଅନ୍ତୁ: ସମନ୍ୱୟ ସମିତି

August 30, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ପ୍ରୟାସ’ ବୈଠକ

August 30, 2026
Latest News

ଦିବ୍ୟାଙ୍ଗଙ୍କ ସମ୍ମାନାର୍ଥେ ‘ଆମକୁ କରନା ଥଟ୍ଟା ମଜା’ କାର୍ଯ୍ୟକ୍ରମ ଆୟୋଜିତ

August 30, 2026

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଅସୁସ୍ଥ ମହିଳା

August 30, 2026

ସରକାର ଶିକ୍ଷାର କଣ୍ଠରୋଧ ନ କରି ସମସ୍ୟା ସମାଧାନରେ ସହାୟକ ହୁଅନ୍ତୁ: ସମନ୍ୱୟ ସମିତି

August 30, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ପ୍ରୟାସ’ ବୈଠକ

August 30, 2026

ଭାରତଠାରୁ ୧୦ ଲକ୍ଷ ବ୍ୟାରେଲ ତେଲ ଆମଦାନୀ କଲା ରୁଷ: ଜାଣନ୍ତୁ କାରଣ

August 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.