Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୋନାସିକା ମହୋତ୍ସବର ଉଦଯାପନୀରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ବିଶେଷ ଖବର

ଗୋନାସିକା ମହୋତ୍ସବର ଉଦଯାପନୀରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

December 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୋନାସିକା ମହୋତ୍ସବରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ଆଜି କେନ୍ଦୁଝର ପ୍ରସିଦ୍ଧ ଉତ୍ସବ ‘ଗୋନାସିକା ମହୋତ୍ସବ-୨୦୨୪’ର ଉଦଯାପନୀ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇଥିଲେ। କେନ୍ଦୁଝରର କଳା,ସଂସ୍କୃତି,ପରମ୍ପରା,ଲୋକନୃତ୍ୟ, ଗ୍ରାମୀଣ ଶିଳ୍ପକଳା, ଶିଳ୍ପୀ ଏବଂ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ‘ଗୋନାସିକା ମହୋତ୍ସବ’ ଏକ ଉତ୍କୃଷ୍ଟ ମଞ୍ଚ। ସମଗ୍ର ରାଜ୍ୟରେ ଗୋନାସିକା ମହୋତ୍ସବ ଏବେ ଆଲୋଡନ ସୃଷ୍ଟି କରିଛି ଏବଂ ସ୍ଥାନୀୟ କଳାକାରଙ୍କୁ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଗୋନାସିକା ମହୋତ୍ସବରେ ମିଶନ ଶକ୍ତି ମାନଙ୍କୁ ନିଜ ହାତ ତିଆରି ଦ୍ରବ୍ୟ ବିକ୍ରି କରିବା ପାଇଁ ବଜାର ସୁବିଧା ମିଳିଛି । ବର୍ତ୍ତମାନ ପର‌୍ୟ୍ୟନ୍ତ ମିଶନ ଶକ୍ତି ମା ‘ମାନେ ୭୫ଲକ୍ଷ ଟଙ୍କାର ବ୍ୟବସାୟ କରିସାରିଥିବା ବେଳେ ୨୭ ତାରିଖ ମଧ୍ୟରେ ୩କୋଟି ଟଙ୍କାର ବ୍ୟବସାୟ ହେବାର ଆକଳନ ଅଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ମହିଳା ସଶକ୍ତିକରଣ ଏବଂ ମହିଳାଙ୍କ ବିକାଶକୁ ପ୍ରୋତ୍ସାହିତ କରୁଛି ଗୋନାସିକା ମହୋତ୍ସବ।

ଆମ ସରକାର ଲୋକଙ୍କ ସରକାର ଏବଂ ଯାହା କହିଛୁ ତାହା କରିବୁ। ଶେଷ ହିତାଧିକାରୀ ପାଖରେ ପହଞ୍ଚିବା ଯାଏଁ ସୁଭଦ୍ରା ସହାୟତା ପ୍ରଦାନ କରାଯିବ। ତେଣୁ ବ୍ୟସ୍ତ ନହୋଇ ଧର‌୍ୟ୍ୟ ଧରିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ମହିଳା ସଶକ୍ତିକରଣ, ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଆମର ପ୍ରତିବଦ୍ଧତା।

କେନ୍ଦୁଝର ଜିଲ୍ଲାରେ ୪ ଲକ୍ଷ ୪୪ ହଜାର ୩୭୫ ସୁଭଦ୍ରା ଆବେଦନରୁ ୩ଲକ୍ଷ ୩୬ହଜାର ୨୮୬ ଜଣଙ୍କୁ ସୁଭଦ୍ରା ସହାୟତା ମିଳିସାରିଛି ଏବଂ ୬୫ ହଜାରଙ୍କର ଫିଲଡ ଭେରିଫିକେସନ ମଧ୍ୟ ସରିଛି । ଜାନୁଆରୀ ମାସରେ ଚତୁର୍ଥ ପର‌୍ୟ୍ୟାୟ ସୁଭଦ୍ରା ଦିଆଯିବ ବେଳେ କେନ୍ଦୁଝରରେ ୭୮ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ସୁଭଦ୍ରା ମିଳିବ । ମହିଳାଙ୍କ ନେତୃତ୍ୱରେ ହିଁ ବିକଶିତ ଓଡିଶା ଗଠନର ସ୍ବପ୍ନ ସାକାର ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମୋହନ ମାଝୀଙ୍କ ସରକାରରେ ୨୦୨୭ ସୁଦ୍ଧା ୩୦ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଆମେ ସଂକଳ୍ପବଦ୍ଧ ବର୍ତ୍ତମାନ ୬୯ହଜାର ଅଧିକ ମହିଳାଙ୍କୁ ଲକ୍ଷପତି ଦିଦି କରିବା ପାଇଁ ଚିହ୍ନଟ କରାଯାଇଛି।  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିକାଶର ସୂର‌୍ୟ୍ୟୋଦୟ ହୋଇଛି।

ମା’ ତାରିଣୀଙ୍କ ପବିତ୍ର ମାଟି, ସ୍ୱାଧୀନତା ସଂଗ୍ରାମୀ ଧରଣୀଧର ଭୂୟାଁଙ୍କ ଭୂମି ଖଣି, ଖାଦାନ, ଜଙ୍ଗଲ, ନଦୀ, ଝରଣାରେ ପରିପୁର୍ଣ୍ଣ କେନ୍ଦୁଝରରେ ରହିଛି ପର‌୍ୟ୍ୟଟନର ଅପାର ସମ୍ଭାବନା। ଆଗାମୀ ଦିନରେ କେନ୍ଦୁଝରରେ ପର‌୍ୟ୍ୟଟନର ବିକାଶ ହେବା ସହ ଶିଳ୍ପ ସମୃଦ୍ଧ ଜିଲ୍ଲାରେ ପରିଗଣିତ ହେବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଗୋନାସିକା ମହୋତ୍ସବ ପ୍ରଭାତୀ ପରିଡା
Share. Facebook Twitter LinkedIn Email WhatsApp Copy Link

Related Posts

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026

ସରକାରଙ୍କ ବିଭିନ୍ନ ସଫଳତାର ଗାଥାକୁ ନେଇ ପ୍ରକାଶିତ ଦୁଇଟି ବିଶେଷ ପୁସ୍ତକ ବାଣ୍ଟିଲେ ଉପ ମୁଖ୍ୟମନ୍ତ୍ରୀ

July 12, 2026
Latest News

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.