Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶା ସାମ୍ବାଦିକ ୟୁନିୟନର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଜାତୀୟ ଖବର

ଓଡ଼ିଶା ସାମ୍ବାଦିକ ୟୁନିୟନର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

December 22, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ସାମ୍ବାଦିକ ୟୁନିୟନର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଓଡ଼ିଶାରେ ସାମ୍ବାଦିକ ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି । ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କର ବି ଦାୟିତ୍ୱ ଅଛି। ଏହି ସାମ୍ବାଦିକ ବନ୍ଧୁମାନଙ୍କର ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା ସହ ସେମାନଙ୍କୁ ବିଧିବିଦ୍ଧ ଭାବରେ ମାନ୍ୟତା ପ୍ରଦାନ କରିବା ତଥା ପେନସନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶା ସାମ୍ବାଦିକ ୟୁନିୟନ(ଓଜେୟୁ)ର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମ୍ବାଦିକମାନଙ୍କ ସ୍ୱାର୍ଥ, ସୁରକ୍ଷା ଓ ସଂଘର୍ଷକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିବା ଓଡ଼ିଶା ସାମ୍ବାଦିକ ୟୁନିୟନର କାର୍ଯ୍ୟ ପ୍ରଶଂସନୀୟ। ଆମ ଦେଶର ସମ୍ବିଧାନର ଗୌରବମୟ ୭୫ ବର୍ଷ ପୂର୍ତ୍ତି ହୋଇଛି । ତେବେ ସମ୍ବିଧାନ ପ୍ରଣୟନ ହେବା ପରେ ଦେଶରେ ପ୍ରଥମ କରି ଯେଉଁ ନିର୍ବାଚନ ହୋଇଥିଲା, ତାହା ପୂର୍ବରୁ ସମ୍ବିଧାନ ସଂଶୋଧନ କରାଗଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ସମ୍ବିଧାନର ସଂଶୋଧନ କରାଇଥିଲେ, ଯାହାର ବଡ ଶିକାର ହୋଇଥିଲେ ସାମ୍ବାଦିକ । ବାକ୍ ସ୍ୱାଧୀନତାକୁ ସଂଶୋଧନ କରାଗଲା, ଯେଉଁ ସଂଶୋଧନ ଥିଲା ସମାଲୋଚନାରୁ ବଞ୍ଚିବା ପାଇଁ ।

ଶ୍ରୀ ପ୍ରଧାନ ଆହରି କହିଛନ୍ତି ଯେ ଆମ ଦେଶ ହେଉଛି ଗଣତାନ୍ତ୍ରିକ ରାଷ୍ଟ୍ର। ଏହି ଗଣତନ୍ତ୍ରର କିଛି ସର୍ତ୍ତ ଅଛି। ସର୍ତ୍ତ ହେଉଛି ୫ ବର୍ଷରେ ଥରେ ଜନପ୍ରତିନିଧିଙ୍କ ପାଇଁ ପରୀକ୍ଷା ସଦୃଶ ନିର୍ବାଚନ ହେବ। ସମସ୍ତ ଜନପ୍ରତିନିଧିମାନେ ଗଣତନ୍ତ୍ରର ପୂଜାରୀ। ଅନେକ କଳ୍ପନା ଓ ଯୋଜନାକୁ ନେଇ ସେମାନେ ସମାଜ ପାଖକୁ ଯାଆନ୍ତି। ତେବେ ତାହା ଠିକ୍ ନା ଭୁଲ ତାହାକୁ ଦେଖାଇବାର ଦାୟିତ୍ୱ ସାମ୍ବାଦିକମାନଙ୍କର। ଜନପ୍ରତିନିଧିଙ୍କ କଥାର  ନିର୍ଣ୍ଣୟ ସମାଜ କରିବ। ମାତ୍ର ଆଜି ଦଳେ ଲୋକ ସତ୍ୟକୁ ସାମ୍ନା କରିବାର ସାହସ ରଖୁନାହାନ୍ତି। ହାରିଲେ ଇଭିଏମକୁ ଦୋଷ ଦେଉଛନ୍ତି।

ପ୍ରଜାତନ୍ତ୍ରକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ। ଏହିପରି ଭାବରେ ଗତ ନିର୍ବାଚନରେ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଲୋକଙ୍କ ସୁରକ୍ଷା ପାଇଁ ନିର୍ବାଚନ ଥିଲା। ଓଡ଼ିଆ ଲୋକ ଜିତିବ ନା ହାରିବ, ତାହା ହିଁ ଥିଲା ମୂଳ ପ୍ରସଙ୍ଗ, ଯେଉଁଥିରେ ସାମ୍ବାଦିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ତେବେ ଗଣତନ୍ତ୍ରରେ କୌଣସି ବିଜୟ ସ୍ଥାୟୀ ନୁହେଁ। ସ୍ଥାୟୀ ବିଜୟ ଦୀର୍ଘକାଳୀନ ହେଲେ ସ୍ୱେଚ୍ଛାଚାରିତା ବଢିଯିବ। ଓଡ଼ିଶାରେ ଶାସନ କ୍ଷମତା ପରିବର୍ତ୍ତନ କରାଇବାରେ ସାମ୍ବାଦିକମାନଙ୍କର ଭୂମିକା ରହିଥିଲା। ସାମ୍ବାଦିକମାନଙ୍କୁ ସତ କହିବା ସହ ସମାଲୋଚନା କରିବା ଏବଂ ଜଣେ ଜଣେ ସାହସୀ ହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ଓଡ଼ିଶା ଏକ ସମୃଦ୍ଧ, ବୌଦ୍ଧିକସମ୍ପନ୍ନ ଏବଂ ବଳଶାଳୀ ରାଜ୍ୟ। ଆମେ କଳିଙ୍ଗ ଯୁଦ୍ଧ ଲଢିଥିଲୁ। କଳିଙ୍ଗ ଯୁଦ୍ଧରେ ଓଡ଼ିଆଙ୍କ ସାମୂହିକ ଏକତା ଓ ଇଚ୍ଛାଶକ୍ତି ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାଞ୍ଚି ବିଜୟ କରିଥିଲେ। ରାଜା କପିଳେନ୍ଦ୍ର ଦେବଙ୍କ ବିଶାଳ ସାମ୍ରାଜ୍ୟ ଗୋଦାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପିଥିଲା। ବିଶ୍ୱ ମହାରଣାଙ୍କ ଦ୍ୱାରା କୋଣାର୍କ ମନ୍ଦିର ନିର୍ମାଣ ହୋଇଥିଲା। କୋଣାର୍କ ମନ୍ଦିରରେ ମୁଣ୍ଡି ମାରି ଧର୍ମପଦ ବାରଶହ ବଢେଇଙ୍କ ଜୀବନ ରକ୍ଷା କରିଥିଲେ। ଓଡ଼ିଶାର ବୀରତ୍ୱ ଏବଂ ଓଡ଼ିଆ ଜାତିର ସମ୍ପନ୍ନତା ଏବଂ ବୁଦ୍ଧିକୁ ପ୍ରତିଫଳିତ କରୁଛି।

ଓଡ଼ିଶାର ପ୍ରଗତି ଆଗାମୀ ଦିନରେ କଣ ହେବ ?  ଓଡ଼ିଶାର ପୁଞ୍ଜି ହେଲା ବୌଦ୍ଧିକ କ୍ଷମତା। ଓଡ଼ିଆ ଲୋକମାନଙ୍କ ପରିଶ୍ରମର ପାରାକାଷ୍ଠାର ଅନେକ ଉଦାହରଣ ରହିଛି। ସାରଳା ଦାସଙ୍କ ଓଡ଼ିଆ ମହାଭାରତ, ବଳରାମ ଦାସଙ୍କ ଲକ୍ଷ୍ମୀପୂରାଣ, ପଠାଣୀ ସାମନ୍ତଙ୍କ ଅଗାଧ ପାଣ୍ଡିତ୍ୟ, ଓଡ଼ିଶାର ଉତ୍କୃଷ୍ଟ କଳା, ପୋଥି, ଭାସ୍କର୍ଯ୍ୟ ଆମର ଅନନ୍ୟ ବିଭବ। ଏହି ସବୁର ପ୍ରଚାର ପ୍ରସାର ପ୍ରସାର ସହ ବିଶ୍ୱବିଦିତ କରାଇବା ଦାୟିତ୍ୱ ହେଉଛି ସାମ୍ବାଦିକମାନଙ୍କର।

ଆଗାମୀ ଦିନରେ ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବରୁ ଓଡ଼ିଶାରେ ନୌସେନା ଦିବସ ପାଳନ ହୋଇଛି। ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ମଧ୍ୟ ଏଠାରେ ଆୟୋଜନ ହେବାକୁ ଯାଉଛି। ଓଡ଼ିଶାର ସୁଦୀର୍ଘ ବେଳାଭୂମିରେ ଥିବା ସମ୍ଭାବନାକୁ ଉପଯୋଗ କରିବା ସହ ବଣମଲ୍ଲିଙ୍କୁ ଲୋକଲୋଚନକୁ ଆଣିବା ସାମ୍ବାଦିକମାନଙ୍କର ଦାୟିତ୍ୱ ହେଉ। କଳାହାଣ୍ଡି ଜିଲ୍ଲାରେ ଦୁଇ ପୁଅ ଝିଅ ଇଞ୍ଜିନିୟରିଂ ପଢ଼ି ସାରିବା ପରେ ଛେଳି ଫାର୍ମ କରିଛନ୍ତି ଏହି ବିଷୟକୁ ନେଇ ଆମେ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଦରକାର।

ସାମ୍ବାଦିକତା ମାଧ୍ୟମରେ ଓଡ଼ିଶାର ବଣମଲ୍ଲିମାନଙ୍କୁ ଆଗକୁ ଆଣିବାର ଆବଶ୍ୟକତା ଅଛି ଯାହା ଫଳରେ ଓଡିଶା ବୈଭବଶାଳୀ ଓ ବିକଶିତ ଓଡ଼ିଶା ଗଠନ ହୋଇପାରିବ। ଆମର ବୈଭବକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସାମ୍ବାଦିକ ବନ୍ଧୁମାନେ ଆଗାମୀ ଦିନରେ ନିରନ୍ତର ପ୍ରୟାସ ଜାରି ରଖିବେ। ୨୦୩୬ ଓ ୨୦୪୭ ସମୟ ଅବଧି ମଧ୍ୟରେ ଓଡ଼ିଶାକୁ ଅଗ୍ରଣୀ ଅଞ୍ଚଳ ତିଆରି କରିବାରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ବଡ ଭୂମିକା ରହିବ। ଅଧିକାର ସେତେବେଳେ ପୂରା ହେବ, ଯେତେବେଳେ ଜଣେ ଦାୟିତ୍ୱ ନେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରତିଭାବାନ ଯୁବ ସାମ୍ବାଦିକମାନଙ୍କୁ ସାମ୍ବାଦିକ ପୁରସ୍କାରରେ ସମ୍ମାନିତ  କରିଥିଲେ।

ଓଡିଶା ସାମ୍ବାଦିକ ୟୁନିୟନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026

ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲାଇସେନ୍ସ ରଦ୍ଦ

April 24, 2026

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026
Latest News

ଏପ୍ରିଲ ୨୭ରୁ ଖରା ଛୁଟି : ଘରେ ରହି ପିଲାଏ କରିବେ ଆସାଇନମେଣ୍ଟ

April 25, 2026

ବିଶ୍ୱର ଶ୍ରେଷ୍ଠ ୧୦୦ଟି ଚିକେନ୍ ଖାଦ୍ୟରେ ଭାରତୀୟ ଚିକେନ ଡିଶର କମାଲ

April 25, 2026

ଫ୍ରିଜରେ ରଖାଯାଇଥିବା ଖାଦ୍ୟ କେତେ ସମୟ ଯାଏଁ ତାଜା ରହେ, ଜାଣନ୍ତୁ ?

April 25, 2026

ମାଉଥୱାସର ଅତ୍ୟଧିକ ବ୍ୟବହାର ରକ୍ତଚାପ ବୃଦ୍ଧି କରିପାରେ!

April 25, 2026

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସ ବାତିଲ୍, ଏହା ଆପଣଙ୍କୁ କିପରି ପ୍ରଭାବିତ କରିବ?

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.