ରେଳ ଷ୍ଟେସନ୍ ଓ ଟ୍ରେନ୍ରେ ନକଲି ବ୍ରାଣ୍ଡ୍ର ପାଣି ବିକାଳିଙ୍କ ବିରୋଧରେ ରେଳ ମନ୍ତ୍ରାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରେଳମନ୍ତ୍ରୀ ପୀୟୂଷ ଗୋଏଲ୍ କହିଛନ୍ତି ଯେ, ୩୦୦ରୁ ଅଧିକ ସ୍ଥାନ ଉପରେ ଚଢାଉ କରାଯାଇଛି । ଏହି ସମୟରେ ୪ଟି ପ୍ୟାଣ୍ଟ୍ରିକାର୍ର ପ୍ରବନ୍ଧକଙ୍କ ସମେତ ୮୦୦ଜଣଙ୍କୁ ଗିରଫ କରାଯାଇଛି । ୪୮,୮୬୦ଟି ବୋତଲ ମଧ୍ୟ ଜବତ କରାଯାଇଛି । ନକଲି ବ୍ରାଣ୍ଡର୍ ପାଣି ନେଇ ଲଗାତାର ଭାବରେ ଯାତ୍ରୀଙ୍କ ଅଭିଯୋଗ ରହିଥିଲା । ବିହାରର ଭାଗଲପୁରଠାରୁ ନକଲି ବ୍ରାଣ୍ଡର୍ ୧୪୧ଟି ଓ୍ବାର୍ଡରଙ୍କୁ ମଧ୍ୟ ଗିରଫ କରାଯାଇଛି । ସେହିପରି ସେଠାରୁ ୪୨୯୨ଟି ନକଲି ପାଣି ବୋତଲ ଜବତ କରାଯାଇଛି । ଇଷ୍ଟର୍ଣ୍ଣ ରେଲ୍ଓ୍ବେ ‘ଥର୍ଷ୍ଟ ଅଭିଯାନ’ ଜରିଆରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାଗଲପୁର ଛଡ଼ା ହାଓ୍ବାଡା, ସିଆଲଦହ, ଆସନସୋଲ୍ ଓ ମାଲଦା ଷ୍ଟେସନଠାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବଂ ରେଲ୍ଓ୍ବେ କାନୁନ୍ ଧାରା ୧୪୪/୧୪୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସମସ୍ତ ଅପରାଧୀଙ୍କୁ ନ୍ୟାୟିକ ବିଚରାଳାୟକୁ ନିଆଯାଇଛି ।
ନକଲି ବ୍ରାଣ୍ଡର ପାଣି ବିକାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ : ୮୦୦ ଲୋକ ଗିରଫ
Published:
Jul 10, 2019, 4:58 pm IST
Tags: