Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ରେଳ ବଜେଟରେ ଓଡିଶାକୁ ମିଳିଲା ମାତ୍ର 5 ହଜାର 8 ଶହ କୋଟି ଟଙ୍କା,ଯାତ୍ରୀଙ୍କ ସୁବିଧା ପାଇଁ 180 କୋଟି ଟଙ୍କା
ବ୍ୟବସାୟ

ରେଳ ବଜେଟରେ ଓଡିଶାକୁ ମିଳିଲା ମାତ୍ର 5 ହଜାର 8 ଶହ କୋଟି ଟଙ୍କା,ଯାତ୍ରୀଙ୍କ ସୁବିଧା ପାଇଁ 180 କୋଟି ଟଙ୍କା

July 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ରେଳ ବଜେଟରେ ଓଡିଶା ପାଇଁ ମୋଟ ୫୮୦୦ ରୁ ୬୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ବିଭିନ୍ନ ନୂତନ ପ୍ରକଳ୍ପ ସହ ଓଭରବ୍ରିଜ୍‌ ନିର୍ମାଣ, ରେଲ୍‌ଓ୍ବେ ଟ୍ରାକ୍‌ର ପୁନର୍ନିମାଣ, ଇଲେକ୍ଟ୍ରିକରଣ ତଥା କର୍ମଚାରୀଙ୍କ ସୁବିଧା ଉପରେ ପ୍ରାଧାନ୍ୟ ଦିଆଯାଇଛି । ବଜେଟ୍‌ରେ ରେଳ ଧାରଣା ଲାଗି ମୋଟ ୧୪ଶହ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ସେଥିମଧ୍ୟରୁ

ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍‌ ପାଇଁ ୩୫୦କୋଟି

ଅନୁଗୋଳ-ସୁକିନ୍ଦା ଲାଇନ ପାଇଁ ୨୫୦ କୋଟ

ହରିଦାସପୁର-ପାରାଦୀପ ଲାଇନ ପାଇଁ ୪୦୦ କୋଟି

ତାଳଚେର-ବିମଳାଗଡ଼ ପାଇଁ ୧୫୦ କୋଟି

ଜୟପୁର-ମାଲକାନଗିରି ପାଇଁ ୭୦ କୋଟି

ଜୟପୁର-ନବରଙ୍ଗପୁର ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ସେହିଭଳି ରେଳଯାତ୍ରୀଙ୍କ ସୁବିଧା ପାଇଁ ୧୮୦ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି। ତନ୍ମଧ୍ୟରୁ ଭୁବନେଶ୍ୱର କୋଚ୍‌ ଡିପୋରେ ୨ଟି ଅଟୋମେଟିକ୍‌ ଓ୍ବାଶିଂ ପ୍ଲାଣ୍ଟ, ବାଘୁଆପାଳ ଷ୍ଟେଶନରେ ଫ୍ଲାଇଓଭର ଏବଂ ଅନ୍ୟ ୧୦ଟି ଫ୍ଲାଇ ଓଭର ପାଇଁ ସର୍ଭେ କରାଯିବାକୁ ଘୋଷଣା ହୋଇଛି। ଏହାବ୍ୟତୀତ ସମ୍ବଲପୁର-ତାଳଚେର ଡବଲ ଲାଇନ ପାଇଁ ୨୪୯ କୋଟି, ସମ୍ବଲପୁର-ଟିଟଲାଗଡ଼ ପାଇଁ ୧୭୦ କୋଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୮୬ କୋଟି, ବିଜୟନଗରମ-ସମ୍ବଲପୁର ପାଇଁ ୩୫୦ କୋଟି, କୋରାପୁଟ-ସିଙ୍ଗାପୁର ରୋଡ ପାଇଁ ୨୦୫ କୋଟି ଏବଂ କଳାହାଣ୍ଡି ଇଲେକ୍ଟ୍ରି ଇଞ୍ଜିନ୍‌ ଓ୍ବାକ୍‌ଶପ୍‌ ପାଇଁ ୧ କୋଟି ଅନୁଦାନ ଦିଆଯାଇଛି। ବାଂଶପାଣି-ଦୈତାରୀ-ଟମକା-ଜଖପୁରା ଲାଗି  ୮୫ କୋଟି ଓ ଭଦ୍ରକ-ନିର୍ଗୁଣ୍ଡି ଟ୍ରାକ୍‌ ଦୋହରୀକରଣ ଲାଗି  ୮୬ କୋଟି ବ୍ୟୟବରାଦ ହୋଇଛି। ସେହିପରି ଝାରପଡ଼ା-ବୁଢ଼ାପଙ୍କ  ଟ୍ରାକ୍‌ର ତୃତୀୟ ଓ ଚତୁର୍ଥ ଲାଇନ୍ ନିର୍ମାଣ ଲାଗି ୧୧୯ କୋଟି ୮୭ ଲକ୍ଷ ମଂଜୁର କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକା-ଚୀନ୍-କେନ୍ଦ୍ରିକ “G2” ବ୍ୟବସ୍ଥାକୁ କଡ଼ା ବିରୋଧ କଲେ ଜନ୍ ବୋଲ୍ଟନ୍: ଟ୍ରମ୍ଫଙ୍କୁ ଦେଲେ ଚେତାବନୀ

June 19, 2026

ଟେଲିଗ୍ରାମର ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ: ଜୁନ୍ ୨୨ ଯାଏଁ ଜାରି ରହିବ ବ୍ୟାନ୍

June 19, 2026

ଐତିହାସିକ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଉତ୍ସବ ପାଇଁ ପ୍ରସ୍ତୁତ କୋଲକାତା

June 19, 2026

ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

June 19, 2026
Latest News

ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆଡ଼କୁ NDA: ଜାଣନ୍ତୁ ବିରୋଧୀ ଦଳର ସଂଖ୍ୟା

June 19, 2026

ଆମେରିକା-ଚୀନ୍-କେନ୍ଦ୍ରିକ “G2” ବ୍ୟବସ୍ଥାକୁ କଡ଼ା ବିରୋଧ କଲେ ଜନ୍ ବୋଲ୍ଟନ୍: ଟ୍ରମ୍ଫଙ୍କୁ ଦେଲେ ଚେତାବନୀ

June 19, 2026

NEET ପରୀକ୍ଷା ପାଇଁ ଡ୍ରେସ୍ କୋଡ୍ ଲାଗୁ: ମାର୍ଗଦର୍ଶିକା ଜାରି କଲା NTA

June 19, 2026

କେଏଲ ରାହୁଲଙ୍କ ଭୂମିକା ଉପରେ ଚିନ୍ତା: ଗମ୍ଭୀର ପ୍ରଶ୍ନ ଉଠାଇଲେ ପୂର୍ବତନ ଚୟନକର୍ତ୍ତା

June 19, 2026

୫୬ ବର୍ଷର ହେଲେ ରାହୁଲ ଗାନ୍ଧୀ: ଜନ୍ମଦିନର ବିଶେଷ ଶୁଭେଚ୍ଛା ପ୍ରଧାନମନ୍ତ୍ରୀ ମୋଦୀ 

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.