Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ଣ୍ଣାଟକ ପରେ ଏବେ ଗୋଆରେ କଂଗ୍ରେସକୁ ଝଟକା : ୧୦ ବିଧାୟକ ବିଜେପିରେ ମିଶିବେ, ଆଜି ଅମିତ ଶାହାଙ୍କୁ କରିବେ ସାକ୍ଷାତ
ଆଜିର ଖବର

କର୍ଣ୍ଣାଟକ ପରେ ଏବେ ଗୋଆରେ କଂଗ୍ରେସକୁ ଝଟକା : ୧୦ ବିଧାୟକ ବିଜେପିରେ ମିଶିବେ, ଆଜି ଅମିତ ଶାହାଙ୍କୁ କରିବେ ସାକ୍ଷାତ

July 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କର୍ଣ୍ଣାଟକ ପରେ ଏବେ ଗୋଆ ରେ କଂଗ୍ରେସକୁ ଝଟକା ଲାଗିଛି।  ଗୋଆରେ ଦଳର ୧୦ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ଗୋଆ ବିଧାନସଭାରେ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକର ଅଛନ୍ତି। ଚନ୍ଦ୍ରକାନ୍ତଙ୍କ ନେତୃତ୍ୱରେ କଂଗ୍ରେସର ୧୦ ଜଣ ଯାକ ବିଧାୟକ ବାଚସ୍ପତି ରାଜେଶ ପାଟନେକରଙ୍କୁ ଭେଟି ନିଜର ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ ସେମାନେ ସ୍ୱତନ୍ତ୍ର ସଂଗଠନ କରିବେ ବୋଲି ମଧ୍ୟ କହିଛନ୍ତି। ଗୋଆ ବିଧାନସଭାରେ କଂଗ୍ରେସର ୧୫ ଜଣ ବିଧାୟକ ରହିଛନ୍ତି। ତେଣୁ ୧୦ ଜଣ ବିଧାୟକ ଇସ୍ତଫା ନିଷ୍ପତ୍ତି ନେଇଥିବାରୁ ଏମାନଙ୍କ ବିରୋଧରେ ଦଳ ବଦଳ ଆଇନ୍‌ ଲାଗୁ ହେବ ନାହିଁ। କାରଣ ସମୁଦାୟ ବିଧାୟକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ବିଧାୟକ ସମାନ ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ବିଧାୟକ ବିଜେପିରେ ମିଶିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଜି ସମସ୍ତ ବାଗୀ ବିଧାୟକ ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡଡାଙ୍କ ସହ ସାକ୍ଷାତ କରିବେ।। ଗୋଆର ମୋଟ ବିଧାନସଭା ଆସନ ସଂଖ୍ୟା ୪୦ ରହିଥିବା ବେଳେ ଏବେ ଏହି ବିଧାୟକ ମାନଙ୍କ ମିଶ୍ରଣ ଫଳରେ  ବିଜେପି ର ବିଧାୟକ ସଂଖ୍ୟା ୨୭ ହୋଇଯିବ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026

ବଢିବ ଲୋକସଭା ଆସନ ସଂଖ୍ୟା!: ୫୪୩ ରୁ ହେବ ୮୫୦

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026
Latest News

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026

ଉତ୍ତରାଖଣ୍ଡରେ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କାହିଁକି?

April 14, 2026

ବଢିବ ଲୋକସଭା ଆସନ ସଂଖ୍ୟା!: ୫୪୩ ରୁ ହେବ ୮୫୦

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.