Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୨୦୨୪: ଭାରତୀୟ କୂଟନୀତି ପାଇଁ ଉଲ୍ଲେଖନୀୟ ସଫଳତାର ବର୍ଷ
ଜାତୀୟ ଖବର

୨୦୨୪: ଭାରତୀୟ କୂଟନୀତି ପାଇଁ ଉଲ୍ଲେଖନୀୟ ସଫଳତାର ବର୍ଷ

December 31, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ କୂଟନୀତି ପାଇଁ ବର୍ଷ ୨୦୨୪ ବେଶ ଉଲ୍ଲେଖନୀୟ ଥିଲା, ଯାହାକି ବିଶ୍ବର ଏକ ପ୍ରମୁଖ ଶକ୍ତିଭାବେ ଭାରତର ସ୍ଥିତିକୁ ମଝବୁତ କରିଥିଲା । ଏହିବର୍ଷ ବିଭିନ୍ନ ଅନ୍ତର୍ଜାତୀୟ ନେତାଙ୍କୁ ଆତିଥେୟତା ପ୍ରଦାନ କରିବାଠାରୁ ଆରମ୍ଭ କରି ବିଶ୍ବରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ ପର୍ଯ୍ୟନ୍ତ ଭାରତ ବିଶ୍ବ ମଞ୍ଚରେ ନିଜର ପ୍ରଭାବ ବୃଦ୍ଧି କରିଚାଲିଛି ।

ତେବେ ୨୦୨୪ରେ ଭାରତ ହାସଲ କରିଥିବା ଉଲ୍ଲେଖନୀୟ କୂଟନୈତିକ ସଫଳତାମାନ ଗତ ୧୦ ବର୍ଷର ନିରବଚ୍ଛିନ୍ନ ଉଦ୍ୟମର ଫଳ। ୨୦୧୬ର ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ର ବାଲାକୋଟ ଏୟାରଷ୍ଟ୍ରାଇକ ପରି କଠୋର ପଦକ୍ଷେପ ହେଉ ଅଥବା କୋଭିଡ ମହାମାରୀ ସମୟରେ ଭାକ୍ସିନ ମୈତ୍ରୀ ପରି ସହାୟତାର ହାତ ହେଉ, ଭାରତ ପ୍ରମାଣିତ କରିଛି ଯେ ଏହା ସଂକଳ୍ପ ଓ ସହାନୁଭୂତିର ସହ ନେତୃତ୍ବ ନେବାକୁ ପ୍ରସ୍ତୁତ ।

କୂଟନୈତିକ ଦୃଷ୍ଟିକୋଣରୁ ବର୍ଷ ୨୦୨୪କୁ ଭାରତ ପାଇଁ ଏକ ସଫଳ ବର୍ଷ ବୋଲି କୁହାଯାଇପାରିବ । ଏହି ବର୍ଷ ଭାରତ କୂଟନୈତିକ କ୍ଷେତ୍ରରେ ବିଭିନ୍ନ ମାଇଲଖୁଣ୍ଟ ଅତିକ୍ରମ କରିବା ସହ କେତେକ ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲା ।

ବିଶ୍ବର ପ୍ରମୁଖ ଶକ୍ତିମାନଙ୍କ ସହ ଭାରତ ନିଜର ସଂପର୍କ ସୁଦୃଢ କରିଚାଲିଛି । ୨୦୨୪ ଜାନୁଆରି ୨୬ ଗଣତନ୍ତ୍ର ଦିବସ ପରେଡରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକାରନ ମୁଖ୍ୟ ଅତିଥି ହୋଇଥିଲେ । ତାପୂର୍ବରୁ ୨୦୨୩ ଜୁଲାଇରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ବାସ୍ତାଇଲ୍ ଦିବସ ସମାରୋହରେ ମୁଖ୍ୟ ଅତିଥି ହୋଇଥିଲେ ।

କତରରୁ ମୁକ୍ତ ହେଲେ ୮ ପୂର୍ବତନ ନୌସେନାଧିକାରୀ

୨୦୨୪ରେ ଭାରତ ଏକ ବଡ଼ କୂଟନୈତିକ ବିଜୟ ହାସଲ କରିଥିଲା ଯେତେବେଳେ କତର ସରକାର ସେଠାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୁକ୍ତ କରିବାରେ ସକ୍ଷମ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ପରେ ଏହା ସମ୍ଭବ ହୋଇଥିଲା । ଏସବୁ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ କତରର ଏମିର ଶେଖ ତମିମ ବିନ ହମଦ ଅଲ-ଥାନିଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ ।

ଭାରତର ଜଳ କୂଟନୀତି

ଐତିହାସିକଭାବେ ଭାବେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ନେଇ ଏକ ନିଷ୍କ୍ରିୟ ଆଭିମୁଖ୍ୟ ଗ୍ରହଣ କରିଚାଲିଥିଲା । ଏସବୁ ଜଳ ସଂପଦ ଉପରେ ନିଜର ଯଥେଷ୍ଟ ଅଧିକାର ଥିବା ସତ୍ତ୍ବେ ଭାରତ ନିଜର ସଂପୂର୍ଣ୍ଣ ଅଧିକାରର ଉପଯୋଗ କରୁନଥିଲା । ତେବେ ରାବି ନଦୀ ଉପରେ ଶାହପୁର କାଣ୍ଡି ବ୍ୟାରେଜ ନିର୍ମାଣ ହେବା ପରେ ଭାରତ ବଳକା ଜଳକୁ ପାକିସ୍ତାନକୁ ପଠାଇବା ବନ୍ଦ କରିଦେଇଛି ଓ ତାହାକୁ ଜମ୍ମୁ ଓ କଶ୍ମୀରରେ ଜଳସେଚନ କାମ ପାଇଁ ବ୍ୟବହାର କରାଯାଉଛି । ଏହି ପଦକ୍ଷେପ ମାଧ୍ୟମରେ ଭାରତ ଜଳକୁ କୂଟନୈତିରେ ଏକ ଅସ୍ତ୍ରଭାବେ ବ୍ୟବହାର କରିଛି । ଏହା ଭାରତର ଦୃଢ କୂଟନୀତିକୁ ଦର୍ଶାଉଛି ଯାହାକି ଆତଙ୍କବାଦୀ ସହ ସଂପର୍କିତ ଜାତୀୟ ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ।

ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ–ଚୀନ ବୁଝାମଣା

୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃ୍ତ୍ବରେ ଭାରତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ନିଜର ସାମରିକ ସ୍ଥିତିକୁ ସୁଦୃଢ କରିବା ସହ ସାମରିକ ଭିତ୍ତିଭୂମି ନିର୍ମାଣକୁ ବି ତ୍ବରାନ୍ବିତ କରିଚାଲିଛି । ୨୦୨୦ରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ ଭାରତ ଓ ଚୀନ ସଂପର୍କ ଖରାପ ହୋଇଥିଲା ଓ ତାହାକୁ ଦୃଷ୍ଟିରେ ରଖି ଭାରତ ନିଜର ସେନା ମୁତୟନ ବଢାଇଥିଲା ଓ ଭିତ୍ତିଭୂମିକୁ ଉନ୍ନତ କରିବାକୁ ବିଭିନ୍ନ ପ୍ରକଳ୍ପ ହାତକୁ ନେଇଥିଲା । ତେବେ ୨୦୨୪ରେ ଭାରତ ଓ  ଚୀନ ମଧ୍ୟରେ ଏକ ଗୁରୁ୍ତ୍ବପୂର୍ଣ୍ଣ ବୁଝାମଣା ହୋଇଥିଲା, ଯାହା ପରଠାରୁ ଉଭୟ ପକ୍ଷ ଏଲଏସିରୁ ନିଜର ସେନା ପ୍ରତ୍ୟାହାର କରିବା ସହ ଦେପସାଙ୍ଗ ଓ ଡେମଚୋକରେ ପାଟ୍ରୋଲିଂ ଆରମ୍ଭ କରିଥିଲେ ଓ ସ୍ଥିତିକୁ ୨୦୨୦ ମେ ପୂର୍ବ ସ୍ଥିତିକୁ ନେଇଯାଇଥିଲେ ।

ଭାରତ : ୟୁକ୍ରେନ ଯୁଦ୍ଧରେ ଶାନ୍ତି ପାଇଁ ଉଦ୍ୟମ

ଏହା ଯୁଦ୍ଧର ସମୟ ନୁହେଁ ବୋଲି ଜାତିସଂଘରେ ଭାରତର ଆଭିମୁଖ୍ୟକୁ ସମଗ୍ର ବିଶ୍ବ ଗ୍ରହଣ କରିଥିଲା । ଏହି ଆଭିମୁଖ୍ୟକୁ ପାଳନ କରି ଭାରତ ବିଗତ କିଛି ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧର ଅବସାନ କରି ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଉଦ୍ୟମ କରିଥିଲା । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ ୟୁକ୍ରେନ ଯୁଦ୍ଧ ପାଇଁ ଭାରତ ଏକ ମଧ୍ୟସ୍ଥି ହୋଇପାରିବ। ଶାନ୍ତି ପାଇଁ ଉଦ୍ୟମ ଜାରି ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ମଧ୍ୟଭାଗରେ ରୁଷ ଗସ୍ତ କରି ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ କରିଥିଲେ ଓ ଏହାର କିଛି ଦିନ ପରେ ୟୁକ୍ରେନ ଗସ୍ତ କରିଥିଲେ । ସମଗ୍ର ବିଶ୍ବରେ ଭାରତକୁ ବିଶ୍ବଗୁରୁଭାବେ ଦେଖାଯାଉଛି ଯାହାକି ଦୁଇ ପକ୍ଷର ଦେଶଙ୍କ ସହ ସମାନ ସଂପର୍କ ରକ୍ଷା କରିପାରୁଛି ।

ଜୁନ ୯, ୨୦୨୪ରେ ନୂଆ ସରକାର ଗଠନ କରିବା ପରେ ଭାରତ ୩ୟ ଭଏସ ଅଫ ଗ୍ଲୋବାଲ ସାଉଥ୍ ସମ୍ମିଳନୀ ଆୟୋଜନ କରିଥିଲା । ଚଳିତ ବର୍ଷ ଇଟାଲିର ଆପୁଲିଆଠାରେ ଅନୁଷ୍ଠିତ ୫୦ତମ ଜି-୭ ସମ୍ମିଳନୀରେ ବି ଭାରତ ଯୋଗ ଦେଇଥିଲା । ୩ୟ ଥରର ପାଇଁ ସରକାର ଗଠନ ପରେ ଏହା ଥିଲା ଶ୍ରୀ ମୋଦୀଙ୍କ ପ୍ରଥମ ବିଦେଶ ଗସ୍ତ ଥିଲା ।

ମାନବୀୟ ସହାୟତା କାର୍ଯ୍ୟ

୨୦୨୪ରେ ଭାରତ କେତେକ ମାନବୀୟ ସହାୟତାମୂଳକ ଓ ଉଦ୍ଧାର କାର୍ଯ୍ୟ ସଫଳତାର ସହ କରିଥିଲା । ଅପରେସନ ଇନ୍ଦ୍ରାବତୀ ମାଧ୍ୟମରେ ହାଇତି ଓ ଡୋମିନିକାନ ରିପବ୍ଲିକରୁ ଭାରତୀୟ ନାଗରୀକଙ୍କୁ ଉଦ୍ଧାର କରାଯାଇଥିଲା । ଅପରେସନ ସଦାଶିବ ଅଧିନରେ ଲାଓସ, ମିଆଁମାର ଓ ଭିଏତନାମରେ ବିପର୍ଯ୍ୟୟ ପୀଡିତଙ୍କୁ ଉଦ୍ଧାର ଓ ମାନବୀୟ ସହାୟତା ଯୋଗାଇ ଦିଆଯାଇଥିଲା । ଡିସେମ୍ବର ୧୦, ୨୦୨୪ରେ ଭାରତ ସିରିଆରୁ ନିଜର ୭୫ ନାଗରିକଙ୍କୁ ଉଦ୍ଧାର କରିଥିଲା ।

ଭାରତ ଦ୍ବାରା ଇରାନର ଚାବାହାର ବନ୍ଦରର ବିକାଶକୁ ଚୀନ ପ୍ରଭାବର ମୁକାବିଲା ରୂପେ ଦେଖାଯାଉଛି । ଏହି ବନ୍ଦରର ସାହଦ ବେହେସ୍ତି ଟର୍ମିନାଲର ବିକାଶ ଓ ପରିଚାଳନା ପାଇଁ ମେ ୧୩, ୨୦୨୪ରେ ଇଣ୍ଡିଆ ପୋର୍ଟସ ଗ୍ଲୋବାଲ ଲିଃ ( ଆଇପିଜିଏଲ) ଇରାନର ପୋର୍ଟସ ଏଣ୍ଡ ମାରିଟାଇମ ଅର୍ଗାନାଇଜେସନ (ପିଏମଓ) ସହ ଏକ ଦୀର୍ଘମିଆଦୀ ଚୁକ୍ତି କରିଥିଲା । ଭାରତ ଦ୍ବାରା କୌଣସି ବିଦେଶୀ ବନ୍ଦର ସଂପୂର୍ଣ୍ଣ ପରିଚାଳନାର ଏହା ହେଉଛି ପ୍ରଥମ ଘଟଣା । ଏହା ଦ୍ବାରା ଇରାନ, ଆଫଗାନିସ୍ତାନ ଓ କେନ୍ଦ୍ର ଏସିଆ ସହ ଭାରତର ବାଣିଜ୍ୟ କାରବାର ବୃଦ୍ଧି ପାଇବ ।

ଭାରତ–ମାଳଦ୍ବୀପ ସଂପର୍କରେ ସୁଧାର

‘ଇଣ୍ଡିଆ ଆଉଟ୍’ ସ୍ଲୋଗାନ ଦେଇ ମହମ୍ମଦ ମୁଇଜୁ ମାଳଦ୍ବୀପରେ କ୍ଷମତାକୁ ଆସିବା ପରେ ଭାରତ ସହ ଏହି ଦେଶର ସଂପର୍କ ଖରାପ ହୋଇଥିଲା । ତେବେ ଅକ୍ଟୋବର ୬-୧୦, ୨୦୨୪ରେ ରାଷ୍ଟ୍ରପତି ମୁଇଜୁଙ୍କ ଭାରତ ଗସ୍ତ ପରେ ଦ୍ବିପାକ୍ଷିକ ସଂପର୍କ ପୁଣି ସ୍ବାଭାବିକ ହୋଇଛି ଓ ମାଳଦ୍ବୀପକୁ ଭାରତ ବିରୋଧୀ କାର୍ଯ୍ୟ ପାଇଁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହା ଭାରତର ଦୃଢ ଓ ସକ୍ରିୟ କୂଟନୀତି ଯୋଗୁଁ ସମ୍ଭବ ହୋଇଛି ।

ଚଳିତ ବର୍ଷ ଓ୍ବାସିଂଟନରେ ଅନୁଷ୍ଠିତ କ୍ବାଡ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ଏହି ଅବସରରେ ଭାରତ ଓ ଆମେରିକା ମଧ୍ୟରେ ସ୍ବଚ୍ଛ ଅର୍ଥନୀତି ପାଇଁ ବୁଝାମଣା ସ୍ବାକ୍ଷରିତ ହୋଇଥିଲା ।

୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେକ ଐତିହାସିକ ବିଦେଶ ଗସ୍ତ କରିଥିଲେ । ସେପ୍ଟେମ୍ବର ମାସରେ ସେ ବ୍ରୁନେଇ ଦାରୁସ୍ଲାମ ଗସ୍ତ କରିଥିଲେ ଯାହାକି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଥମ ଗସ୍ତ ଥିଲା । ସେହିପରି ୫୬ ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ ଗୁଏନା ଗସ୍ତ କରିଥିଲେ । ସେହିପରି ଶ୍ରୀ ମୋଦୀ ୪୧ ବର୍ଷ ପରେ ପୋଲାଣ୍ଡ ଓ ୪୫ ବର୍ଷ ପରେ ଅଷ୍ଟ୍ରିଆ ଗସ୍ତ କରିବାରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନ୍ତର୍ଜାତୀୟ ସମ୍ମାନ

୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଅନ୍ତର୍ଜାତୀୟ ସମ୍ମାନ ପଇଛନ୍ତି । ତାମଧ୍ୟରେ ରହିଛି ରୁଷର ସର୍ବୋଚ୍ଚ ବେସାମରିକ ସମ୍ମାନ ଅର୍ଡର ଅଫ ସେଣ୍ଟ ଆଣ୍ଡ୍ର୍ୟୁ ଦି ଆପଷ୍ଟଲ, ଯାହାକୁ ମୋଦୀ ଜୁଲାଇ ୨୦୨୪ରେ ଗ୍ରହଣ କରିଥିଲେ । ସେହିପରି ଶ୍ରୀ ମୋଦୀ ଡୋମିନିକା, ନାଇଜେରିଆ, ବାର୍ବାଡୋସ ଓ ଗୁଏନାର ସର୍ବୋଚ୍ଚ ସମ୍ମାନ ଗ୍ରହଣ କରିଥିଲେ ।

ଅନ୍ୟପକ୍ଷରେ ସାଂସ୍କୃତିକ କୂଟନୀତି ପାଇଁ ବି ବର୍ଷ ୨୦୨୪ ଉଲ୍ଲେଖନୀୟ ଥିଲା । ଏହି ବର୍ଷ ଦୁବାଇରେ ଏକ ଭବ୍ୟ ହିନ୍ଦୁ ମନ୍ଦିର ଉଦଘାଟନ ହୋଇଥିଲା । ସେହିପରି ନଭେମ୍ବର ୧୫ରେ ଆମେରିକା ଭାରତକୁ ପ୍ରାୟ ୧୪୦୦ ଟି ଅପହୃତ କଳାକୃତିକୁ ଫେରସ୍ତ କରିଥିଲା ।

ନରେନ୍ଦ୍ର ମୋଦୀ ଭାରତୀୟ କୂଟନୀତି ସଫଳତାର ବର୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆର ଶେଷ ହେଲା ଇଂଲଣ୍ଡ ଗସ୍ତ, ଏବେ କେବେ ଏବଂ କାହା ସହିତ ମ୍ୟାଚ୍ ହେବ? ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

August 5, 2025

ଏନଡିଏ ସଂସଦୀୟ ଦଳ ବୈଠକ: ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ, ପହଲଗାମରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

August 5, 2025

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025
Latest News

ଟିମ୍ ଇଣ୍ଡିଆର ଶେଷ ହେଲା ଇଂଲଣ୍ଡ ଗସ୍ତ, ଏବେ କେବେ ଏବଂ କାହା ସହିତ ମ୍ୟାଚ୍ ହେବ? ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

August 5, 2025

ଏନଡିଏ ସଂସଦୀୟ ଦଳ ବୈଠକ: ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ, ପହଲଗାମରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

August 5, 2025

VinFast India: ତାମିଲନାଡୁରେ ଇଲେଟ୍ରିକ ଭେଇକଲ ଆସେମ୍ବଲି ପ୍ରକଳ୍ପର ଉଦଘାଟନ କଲା ଭିନଫାଷ୍ଟ

August 5, 2025

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.