ଆଜି ନବମୀ ସନ୍ଧ୍ୟା ଦର୍ଶନ, ଆସନ୍ତା କାଲି ବାହୁଡ଼ା ଯାତ୍ରା

Published: Jul 11, 2019, 2:01 pm IST
ରଥଯାତ୍ରାକୁ ନେଇ କେତୋଟି ଅନାଲୋଚିତ ଓ ଅଜଣା ତଥ୍ୟ

ଆଜି ମହାପ୍ରଭୁଙ୍କର ଶ୍ରୀନବମୀ ସନ୍ଧ୍ୟା ଦର୍ଶନ। ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପହଞ୍ଚିଛନ୍ତି ତିନିରଥ। ମଙ୍ଗଳବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ଅଣାଯାଇଥିଲା। ତେବେ ସନ୍ଧ୍ୟା ହୋଇଯିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ ହୋଇପାରିନଥିଲା। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ନନ୍ଦିଘୋଷ ରଥକୁ ବୁଧବାର ପୂର୍ବାହ୍ନ ୮ଟା ୪୦ରେ ଟଣାଯାଇ ବଡ଼ଶଙ୍ଖଠାରେ ଦକ୍ଷିଣ ମୋଡ଼ କରାଯାଇଥିଲା। ପୂର୍ବାହ୍ନ ୯ଟା ୫୦ରେ ଏହି ରଥ ନାକଚଣା ଦ୍ୱାରରେ ଲାଗିଥିଲା।  ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇ ଚତୁର୍ଦ୍ଧାବିଗ୍ରହ ଶୁକ୍ରବାର ବାହୁଡ଼ାରେ ରଥରେ ବସି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ଗୁରୁବାର ସନ୍ଧ୍ୟା ୭ଟାରୁ ଠାକୁରଙ୍କ ଦର୍ଶନ ବନ୍ଦ ରହିବ। ଏହାପରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ କରାଯାଇ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ।

Related posts