ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତାକାଲିଠାରୁ ଓଡ଼ିଶା ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ୍ ଆରମ୍ଭ ହେବାକୁ ଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ବୈଠକ କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେଇଛନ୍ତି। ସାଧାରଣ ଜନତାଙ୍କ ନିକଟତର ହୋଇ ସେମାନଙ୍କ ସମସ୍ୟାକୁ ବୁଝି ବ୍ୟକ୍ତିଗତ ସ୍ତରରେ ସମାଧାନ କରିବା ପାଇଁ ଚେଷ୍ଟା କରିବାକୁ କହିଛନ୍ତି। ସେହିପରି ଅଚାନକ ଗ୍ରସ୍ତ କରି ବିଭାଗୀୟ କାର୍ଯ୍ୟର ତଦାରଖ କରିବା ତଥା ସରକାରୀ ଜନକଲ୍ୟାଣ ଯୋଜନା ତୃଣମୂଳସ୍ତରରେ ଲୋକମାନଙ୍କଠାରୁ ପଚାରି ବୁଝ। ନିଜ ବିଭାଗର ବିଭିନ୍ନ ଅଫିସକୁ ଅଚାନକ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ଉପରେ ସିଧାସଳଖ ନଜର ରଖ। ଏଥିସହିତ ମୁଖ୍ୟମନ୍ତ୍ରୀ ୫-ଟି (ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍ ଓ୍ବର୍କ, ଟ୍ରାନ୍ସଫର୍ମୋଶନ ଏବଂ ଟାଇମ୍) ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ବ୍ୟକ୍ତିଗତ ସ୍ତରରେ ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସ୍ବଚ୍ଛତା ଏବଂ ଦକ୍ଷତା ପାଇଁ କଠିନ ପରିଶ୍ରମ ଅତ୍ୟନ୍ତ ଜରୁରୀ। ନିଜ ବିଭାଗର କାମ କିପରି ସହଜ ଓ ସ୍ବଚ୍ଛତାର ସହ ହୋଇପାରିବ, ସେଥିପ୍ରତି ଧ୍ୟାନଦେବାକୁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।