Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାତ୍ମା ଲୁଇସ୍‌ ବ୍ରେଲିଙ୍କ ୨୧୬ତମ ଜୟନ୍ତୀ ଏବଂ ଉତ୍କଳ ଦୃଷ୍ଟିହୀନ ସଂଘ ୫୦ତମ ବାର୍ଷିକ ଉତ୍ସବ
ଆଜିର ଖବର

ମହାତ୍ମା ଲୁଇସ୍‌ ବ୍ରେଲିଙ୍କ ୨୧୬ତମ ଜୟନ୍ତୀ ଏବଂ ଉତ୍କଳ ଦୃଷ୍ଟିହୀନ ସଂଘ ୫୦ତମ ବାର୍ଷିକ ଉତ୍ସବ

January 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମହାତ୍ମା ଲୁଇସ୍‌ ବ୍ରେଲିଙ୍କ ୨୧୬ତମ ଜୟନ୍ତୀ ଏବଂ ଉତ୍କଳ ଦୃଷ୍ଟିହୀନ ସଂଘ ୫୦ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଉତ୍କଳ ଦୃଷ୍ଟିହୀନ ସଂଘ, ଭୁବନେଶ୍ୱର ଆନୁକୂଲ୍ୟରେ ଆଜି ମହାତ୍ମା ଲୁଇସ୍‌ ବ୍ରେଲିଙ୍କ ୨୧୬ତମ ଜୟନ୍ତୀ ଏବଂ ଉତ୍କଳ ଦୃଷ୍ଟିହୀନ ସଂଘର ୫୦ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଲେ ଦୃଷ୍ଟିବାଧିତ ଟିଚର୍ସ ମାନଙ୍କୁ ପେନସନ ପ୍ରଦାନ ନିମନ୍ତେ ଯେଉଁ ଦାବି କରିଥିଲେ ତାହା ଯୋଗାଇବା ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ ବୋଲି କହିଥିଲେ।

ଆୟୁଷମାନ୍ ଭାରତ ଯୋଜନା ମାଧ୍ୟମରେ ଆପଣ ମାନଙ୍କ ସ୍ବାସ୍ଥ୍ୟ ସେବା ହୋଇପାରିବ ଏବଂ sheltered work shop ଖୋଲିବା ପାଇଁ ଯେଉଁ ଦାବି ଥିଲା ତାହା ନିଶ୍ଚୟ ଖୋଲିବ ବୋଲି ମଧ୍ୟ କହିଥିଲେ, ଏବଂ ତାଙ୍କ ଚାମ୍ୱର ରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ସେ ସଂଘର ସମସ୍ୟା ଗୁଡ଼ିକ ସମାଧାନ କରିବେ ବୋଲି କହିଥିଲେ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଦୃଷ୍ଟିବାଧିତଙ୍କ ପାଇଁ ଆମେ ସମସ୍ତେ ସଚେତନ ଅଛୁ ଏବଂ ଆହୁରୀ ଅଧିକ ସଚେତନ ହେବାସହ ଲୁଇଶ ବ୍ରେଲ ଦୃଷ୍ଟି ବାଧିତଙ୍କ ପାଇଁ ଯେଉଁ ଲିପି ବ୍ୟବହାର କରିଛନ୍ତି ସେଥି ପାଇଁ ଆମେ କୃତଜ୍ଞ ଏବଂ ଦୃଷ୍ଟି ବାଧିତଙ୍କ ପାଇଁ ଯେଉଁ ସମ୍ମାନ ରହିଛି ତାହା ପ୍ରଦାନ କରିବା ଏହି ପର୍ବର ଉଦ୍ଦେଶ୍ୟ ବୋଲି କହିଥିଲେ। ଏତଦ୍ ବ୍ୟତୀତ ଉଭୟ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ୮୦ ବର୍ଷ କିମ୍ବା ତଦୁର୍ଦ୍ଧ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡା ୮୦ କିମ୍ବା ତଦୁର୍ଦ୍ଧ ଭିନ୍ନକ୍ଷମତା ଥିବା ଭତ୍ତା ହିତାଧିକାରୀମାନଙ୍କ ଭତ୍ତା ରାଶିକୁ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା କଥା ମଧ୍ୟ କହିଥିଲେ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଉପଶାସନ ସଚିବ ଶ୍ରୀ ସନ୍ନ୍ୟାସୀ କୁମାର ବେହେରା, ରାଜ୍ୟ ଦୃଷ୍ଟିବାଧିତ ସଂଘର ଦାବି ଓ ସମସ୍ୟା ବିଷୟରେ ମନ୍ତ୍ରୀ ମହୋଦୟଙ୍କୁ ଅବଗତ କରାଇଥିଲେ । ଏହି ଉତ୍କଳ ଦୃଷ୍ଟିହୀନ ସଂଘ ୫୦ତମ ବାର୍ଷିକ ଉତ୍ସବ ଅବସରରେ ସଂଘ ପକ୍ଷରୁ ମାନ୍ୟବର ମନ୍ତ୍ରୀ, ଶ୍ରୀ ଗଣ୍ଡଙ୍କୁ ଜଗନ୍ନାଥଙ୍କ ଫଳକ ଓ ବିଶ୍ଵ ବ୍ରେଲି ଦିବସ -୨୦୨୫ ସମ୍ମାନ ପ୍ରଦାନ କରାଯାଇଥିଲା।

ଶ୍ରୀମତୀ ମୁକ୍ତା ମଞ୍ଜରି ରାଉତ ଉତ୍କଳ ଦୃଷ୍ଟିହୀନ ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉତ୍କଳ ଦୃଷ୍ଟିହୀନ ସଂଘ ୫୦ତମ ବାର୍ଷିକ ଉତ୍ସବ ଅବସରରେ ରୋଟାରୀ କ୍ଲବ ଭୁବନେଶ୍ୱର ମିଡୋଜ ପକ୍ଷରୁ ଦୃଷ୍ଟି ବାଧିତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା। ଉପ ମୁଖ୍ୟମନ୍ତ୍ରୀ, ଶ୍ରୀମତୀ ପ୍ରଭାତୀ ପରିଡ଼ା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ କଟକ ଜେ.କେ.ବି.କେ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଧୀରେନ୍ଦ୍ର କୁମାର ଷଡଙ୍ଗୀ, ଅବସରପ୍ରାପ୍ତ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ମହେନ୍ଦ୍ର କୁମାର ମଲ୍ଲିକ ତଥା ଅନ୍ୟାନ୍ୟ ଅଧିକାରୀ କର୍ମକର୍ତ୍ତା ପ୍ରମୁଖ ଅତିଥି ଉପସ୍ଥିତଥିଲେ। ଉତ୍କଳ ଦୃଷ୍ଟିହୀନ ସଂଘର ନବ ନିର୍ବାଚିତ ସଭାପତି ଶ୍ରୀ ମହେଶ୍ୱର ରାଉତ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀ ଅଜିତ କୁମାର ବେହେରା, ଉତ୍କଳ ଦୃଷ୍ଟିହୀନ ସଂଘର କାର୍ଯ୍ୟାଳୟ ସମ୍ପାଦକ ଅଜିତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି CWDS ର ଅଧ୍ୟକ୍ଷ, ମେଜର ଡ. କଳ୍ପନା ଦାସ ମଧ୍ୟ ଏହିକାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖବର: ଆଗୁଆ ଦରମା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

September 24, 2025

ଟ୍ରମ୍ପଙ୍କୁ ଝଟକା!: ଆମେରିକାର ଅଣଦେଖା ପରେ ଭାରତୀୟଙ୍କ ପ୍ରେମରେ ଜର୍ମାନୀ, ଦେଲା ଚାକିରି ପ୍ରତିଶୃତି

September 24, 2025

ନବରାତ୍ରୀର ତୃତୀୟ ଦିନରେ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 24, 2025

ନବରାତ୍ରିରେ ଲଗାତାର ତୃତୀୟ ଦିନ ପାଇଁ ଚମକୁଛି ସୁନା: ଜାଣନ୍ତୁ ଆଜିର ମୂଲ୍ୟ

September 24, 2025
Latest News

ଏହି ଦିନ ଜମ୍ମୁ କାଶ୍ମୀର ଏବଂ ପଞ୍ଜାବରେ ରାଜ୍ୟସଭା ନିର୍ବାଚନ: ପଢନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

September 24, 2025

ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ପୋଲିସ ସହ ସଂଘର୍ଷ, CRPF ଗାଡି ପୋଡ଼ିଲେ GEN-Z ଛାତ୍ର

September 24, 2025

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖବର: ଆଗୁଆ ଦରମା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

September 24, 2025

ଟ୍ରମ୍ପଙ୍କୁ ଝଟକା!: ଆମେରିକାର ଅଣଦେଖା ପରେ ଭାରତୀୟଙ୍କ ପ୍ରେମରେ ଜର୍ମାନୀ, ଦେଲା ଚାକିରି ପ୍ରତିଶୃତି

September 24, 2025

ନବରାତ୍ରୀର ତୃତୀୟ ଦିନରେ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.