Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମର ଚାରୋଟି ଗ୍ରାମକୁ ଆଇଓସି-ୟୁନେସ୍କୋ ‘ସୁନାମି ପ୍ରସ୍ତୁତ ଗ୍ରାମ’ର ମାନ୍ୟତା
ଆଜିର ଖବର

ଗଞ୍ଜାମର ଚାରୋଟି ଗ୍ରାମକୁ ଆଇଓସି-ୟୁନେସ୍କୋ ‘ସୁନାମି ପ୍ରସ୍ତୁତ ଗ୍ରାମ’ର ମାନ୍ୟତା

January 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସୁନାମୀ ପ୍ରବଣ ଗ୍ରାମର ଗୋଷ୍ଠୀକୁ ଆଇଓସି-ୟୁନେସ୍କୋ ଦ୍ବାରା ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଛି। ଇଣ୍ଡୋନେସିଆ ଠାରେ ଅନୁଷ୍ଠିତ ଦ୍ବିତୀୟ ବିଶ୍ବ ସୁନାମି ସିମ୍ପୋଜିୟମ୍ ଅବସରରେ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏହା ସହ ଆଇଓସି-ୟୁନେସ୍କୋ ଦ୍ବାରା ୨୦୨୦ ମସିହାରେ ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପାଇଥିବା ଗଞ୍ଜାମ ଜିଲ୍ଲାର ଭେଙ୍କଟ ରାଇପୁରର ସୁନାମି ପ୍ରସ୍ତୁତ ମାନ୍ୟତା ପ୍ରମାଣ ପତ୍ରର ନବୀକରଣ କରାଯାଇଛି। ଆଇଓସି-ୟୁନେସ୍କୋର ସୁନାମି ପ୍ରସ୍ତୁତି ମାନ୍ୟତା କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାର ଛତ୍ରପୁରର ଉପୁଲାପୁଟି, ଗଞ୍ଜାମର ପ୍ରୟାଗି ଓ କଣ୍ଟିଆଗଡ, ରଙ୍ଗେଇଲୁଣ୍ଡାର ମାର୍କଣ୍ଡି ଏବଂ ଭେଙ୍କଟ ରାଇପୁରରେ କାର୍ଯ୍ୟକାରୀ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୨୨ ଓ ୨୩ ତାରିଖରେ ଜାତୀୟ ସୁନାମି ପରିଷଦର ସଦସ୍ୟ ମାନେ ଗଞ୍ଜାମ ଜିଲ୍ଲାର ଏହି ପାଞ୍ଚଟି ଗ୍ରାମକୁ ପରିଦର୍ଶନ କରି ୧୨ ଟି ସୂଚକାଙ୍କ ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା- ଗୋଷ୍ଠୀ ସ୍ତରୀୟ ସୁନାମୀ ସଚେତନତା କାର୍ଯ୍ୟକ୍ରମ, ବିଭିନ୍ନ ଅଂଶୀଦାର ମାନଙ୍କର ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ସୁନାମି ସଚେତନତା ଲିଫଲେଟ୍ ଓ ପୋଷ୍ଟର ବିତରଣ , ସୁନାମି ପରିଚାଳନା ଯୋଜନାର ପ୍ରସ୍ତୁତି, ସୁନାମି ମକ୍ ଡ୍ରିଲ ର ଆୟୋଜନ, ସୁନାମି ସ୍ଥାନାନ୍ତରଣ ରାସ୍ତାର ଚିହ୍ନଟ, ସୁନାମି ସଚେତନତା ହେର୍ଡିଂ ଏବଂ ସ୍ଥାନାନ୍ତରଣ ସାଇନେଜ୍ ର ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟକ୍ରମ କରିଥିଲେ । ଏହା ସହ ଏହି ଗ୍ରାମ ଗୁଡିକୁ ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପ୍ରଦାନ କରିବା ପାଇଁ ଆଇଓସି-ୟୁନେସ୍କୋକୁ ସୁପାରିଶ୍ କରିଥିଲେ । ଜିଲ୍ଲାର ଏହି ପାଞ୍ଚଟି ଗ୍ରାମକୁ ୨୦ ତମ ବାର୍ଷିକ ଭାରତ ମହାସାଗର ସୁନାମି କନକ୍ଲେଭର ରେ ଇନକଇସ୍ ( INCOIS) ହାଇଦ୍ରାବାଦ୍ ଠାରେ ଆଇଓସି-ୟୁନେସ୍କୋ ଦ୍ବାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଓସଡମା ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ଯୋଗ ଦେଇଥିଲେ । ଗତକାଲି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ପାଞ୍ଚଟି ଗ୍ରାମର କମ୍ୟୁନିଟି ଲିଡର୍ ମାନେ ସାକ୍ଷାତ କରିବା ସହ ଜିଲ୍ଲାପାଳଙ୍କ ଠାରୁ ପ୍ରମାଣ ପତ୍ର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଜିଲ୍ଲା ଜରୁରୀ କାଳୀନ ବିଭାଗର ଡେପୁଟି କଲେକ୍ଟର ଆୟୁଷି ପତି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

ଇଣ୍ଡୋନେସିଆ ଗଞ୍ଜାମ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପି ସଂଗଠନରେ ବଡ଼ ଧରଣର ଅଦଳବଦଳ: ନିଯୁକ୍ତ ହେଲେ ଚାରୋଟି ରାଜ୍ୟରେ ରାଜ୍ୟ ସଭାପତି

May 28, 2026

BSNL ର ବଡ଼ ଘୋଷଣା: ମାତ୍ର ୫୧ ଟଙ୍କାରେ ମିଳିବ ୨୮ ଦିନ ପାଇଁ ୨ ଜିବି ଡାଟା ଏବଂ ମାଗଣା କଲିଂ

May 28, 2026

କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

May 28, 2026

କୋଲକାତାଠାରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ

May 28, 2026
Latest News

ବିଜେପି ସଂଗଠନରେ ବଡ଼ ଧରଣର ଅଦଳବଦଳ: ନିଯୁକ୍ତ ହେଲେ ଚାରୋଟି ରାଜ୍ୟରେ ରାଜ୍ୟ ସଭାପତି

May 28, 2026

BSNL ର ବଡ଼ ଘୋଷଣା: ମାତ୍ର ୫୧ ଟଙ୍କାରେ ମିଳିବ ୨୮ ଦିନ ପାଇଁ ୨ ଜିବି ଡାଟା ଏବଂ ମାଗଣା କଲିଂ

May 28, 2026

ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

May 28, 2026

କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

May 28, 2026

କୋଲକାତାଠାରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.