Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଇକୋ-ରିଟ୍ରିଟ୍ ରେ ପର୍ଯ୍ୟଟକଙ୍କୁ କଣ ଖାଇବାକୁ ଦିଆଯାଉଛି, ଜାଣିଲେ ହେଲେ ଆଶ୍ଚର୍ଯ୍ୟ
ଜାତୀୟ ଖବର

ଇକୋ-ରିଟ୍ରିଟ୍ ରେ ପର୍ଯ୍ୟଟକଙ୍କୁ କଣ ଖାଇବାକୁ ଦିଆଯାଉଛି, ଜାଣିଲେ ହେଲେ ଆଶ୍ଚର୍ଯ୍ୟ

January 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ecoretrate
ଇକୋ-ରିଟ୍ରିଟ୍ ରେ ପର୍ଯ୍ୟଟକଙ୍କୁ କଣ ଖାଇବାକୁ ଦିଆଯାଉଛି, ଜାଣିଲେ ହେଲେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ ଡିସେମ୍ବର ୧ରୁ ଆରମ୍ବ ହୋଇଥିବା ଇକୋ-ରିଟ୍ରିଟ୍ ଆସନ୍ତା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ପର୍ଯ୍ୟଟକମାନେ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନ ସ୍ଥଳୀର ମଜା ନେବା ସହ ପର୍ଯ୍ୟଟନର ବିକାଶ ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି । ପର୍ଯ୍ୟଟକମାନେ ଆମୋଦପୂର୍ଣ୍ଣ ରହଣି, ଜଳ କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ମଜା ନେଉଛନ୍ତି । ରାଜ୍ୟର କୋଣାର୍କ, ପୁଟସିଲ, ସୋନାପୁର, ଦାରିଙ୍ଗବାଡି, ଭିତରକନିକା, ସାତକୋଶିଆ ଓ ହୀରାକୁଦ ୭ଟି ସ୍ଥାନରେ ଇକୋ ରିଟ୍ରିଟର ଆୟୋଜନ କରାଯାଇଛି ।

ଶ୍ରୀ ଅନ୍ନ ଅଭିଯାନ, ଓଡ଼ିଶା ସରକାର ଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ର ସ୍ବତନ୍ତ୍ର କାର୍ଯକ୍ରମ । ଶ୍ରୀ ଅନ୍ନ ଅଭିଯାନ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ କୋଣାର୍କ, ଦାରିଙ୍ଗବାଡି, ସୋନାପୁର ଓ ପୁଟସିଲରେ ଆୟୋଜିତ ଇକୋ-ରିଟ୍ରିଟ୍ ରେ ଶ୍ରୀ ଅନ୍ନ (ପୁଷ୍ଟିଶସ୍ୟ) ଓ ଏଥିରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ପ୍ରଚାର ଓ ପ୍ରସାର କରାଯାଉଛି । ବର୍ତ୍ତମାନ ପର୍ଯ୍ୟଟକମାନେ ଏହି ସ୍ଥାନ ମାନଙ୍କ ରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ଵାରା ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ମଜା ନେଇପାରିବେ । ଏହି ସ୍ଥାନ ମାନଙ୍କ ରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପୋଡ ପିଠା, ମାଣ୍ଡିଆ ଲଡୁ, କାକରା ପିଠା, ମଣ୍ଡା ପିଠା ଓ ମାଲପୁଆ ସାଙ୍ଗକୁ ମାଣ୍ଡିଆରୁ ପ୍ରସ୍ତୁତ ଚାଓମିନ୍, ସ୍ୟାଣ୍ଡୱିଚ, ମିଲେଟ୍ ନନ୍ ଭେଜ ଫ୍ରିଟରସ୍ ଓ ଦହିବାର ଆଦି ଉପଲବ୍ଧ ହେଉଛି । ଏହାସହିତ ଶୁଖିଲା ଖାଦ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟ, ନିମକି, ଜହ୍ନା ସେଉ, ମାଣ୍ଡିଆ ମିକ୍ସଚର ଓ ମୁଡକି ବିକ୍ରି କରାଯାଉଛି ।

ଏହି ପଦକ୍ଷେପ ସବୁ ବର୍ଗର ପର୍ଯ୍ୟଟକଙ୍କ ମଧ୍ୟରେ ଶ୍ରୀ ଅନ୍ନ କୁ ନେଇ ଆଗ୍ରହ ସୃଷ୍ଟି କରିଛି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଦାରିଙ୍ଗବାଡି ଓ ପୁଟ୍‌ସିଲ୍‌ ରେ ପର୍ଯ୍ୟଟକଙ୍କ ପାଇଁ ଆୟୋଜନ କରାଯାଇଥିବା ଆମୋଦପୂର୍ଣ୍ଣ ରହଣିସ୍ଥଳୀର ଖାଦ୍ୟ ତାଲିକାରେ ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି । ସେଥିରେ ମାଣ୍ଡିଆରୁ ପ୍ରସ୍ତୁତ ଇଡ଼ଲି, ସୁଆଁ ଖିରୀ, ମାଣ୍ଡିଆ ଉପମା ଆଦି ରହିଛି। ପର୍ଯ୍ୟଟକମାନେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟର ମଜା ନେବା ସହ କ୍ଷୁଦ୍ରଶସ୍ୟ ଓ ଏହାର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହାବ୍ୟତିତ ପର୍ଯ୍ୟଟକ ମାନଙ୍କ ପାଇଁ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ପୁଷ୍ଟିଶସ୍ୟ ଓ ସେଥିରୁ ପ୍ରସ୍ତୁତ ଖାଦ୍ୟକୁ କିଣି ନେବା ପାଇଁ ମଧ୍ୟ ଉପଲବ୍ଧ ହେଉଛି ।

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ପର୍ଯ୍ୟଟକମାନଙ୍କୁ ଅତ୍ୟନ୍ତ ଆଦରର ସହ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ସ୍ଵାଦିଷ୍ଟ ଖାଦ୍ୟକୁ ପରଷି ପର୍ଯ୍ୟଟକଙ୍କ ହୃଦୟ ଜିଣିପାରିଛନ୍ତି ।

ଇକୋ-ରିଟ୍ରିଟ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025

ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ସମୟ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

August 27, 2025

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025

ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ସମୟ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

August 27, 2025

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.