Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବ କପ୍ ପାଇଁ ବିଷ, ଭାରତ ହାରିବା ପରେ ମ୍ରିୟମାଣ ହୋଇ ଓଡିଶାର ଜଣେ ପ୍ରଶଂସକ ପିଇଲେ ବିଷ, କିଏ ସେହି ବ୍ୟକ୍ତି
ଆଜିର ଖବର

ବିଶ୍ବ କପ୍ ପାଇଁ ବିଷ, ଭାରତ ହାରିବା ପରେ ମ୍ରିୟମାଣ ହୋଇ ଓଡିଶାର ଜଣେ ପ୍ରଶଂସକ ପିଇଲେ ବିଷ, କିଏ ସେହି ବ୍ୟକ୍ତି

July 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଶ୍ବ କପ୍ ପାଇଁ ବିଷ, ଭାରତ ହାରିବା ପରେ ମ୍ରିୟମାଣ ହୋଇ ଓଡିଶାର ଜଣେ ପ୍ରଶଂସକ ପିଇଲେ ବିଷ, କିଏ ସେହି ପ୍ରଂଶସକ
MANCHESTER, JULY 10 (UNI):- Indian cricket fans cheering during a Semi Final Match between India and New Zealand at ICC Cricket World Cup 2019, in Manchester on Wednesday. UNI PHOTO BY Seshadri SUKUMAR-20C

ସମୀକ୍ଷା ବ୍ୟୁରୋ

ଭାରତ ସେମିଫାନାଲରେ ହାରିଯିବା ଏବଂ ବିଶ୍ବକପରୁ ବିଦାୟ ନେବା ପରେ ସାରା ଭାରତର ପ୍ରଶଂସକମାନେ ମ୍ରିୟମାଣ ହୋଇପଡିଛନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ପ୍ରଶଂସକ ଭାରତ ହାରିବା ଖବରକୁ ହଜମ କରିପାରି ନ ଥିଲେ।ସେ ଏତେ ମ୍ରିୟମାଣ ହୋଇପଡିଲେ ଯେ ବିଷ ପିଇ ଆତ୍ମହତ୍ୟା କରିବାକୁ ମଧ୍ୟ ପଛେଇଲେ ନାହିଁ। ଏହି ଘଟଣାଟି ଆଉ କେଉଁଠି ନୁହେଁ ଘଟିଛି ଆମ ଓଡିଶାରେ। ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନୂଆ ଗାଁ ପଞ୍ଚାୟତ ଶିଙ୍ଗଭାଡି ଗ୍ରାମର ସମ୍ଭାର ଭୋଇ। ଘଟଣାଟି ହେଉଛି ଭାରତ ଜିତିବା ହାରିବା ନେଇ ବାଜି ଖେଳ। ସମ୍ଭାର କୁଆଡେ ସାଙ୍ଗମାନଙ୍କ ମଧ୍ୟରେ ବାଜି ଲଗାଇଥିଲେ। କହିଥିଲେ ଭାରତ ଯଦି ହାରିଯାଏ ତେବେ ସେ ଆତ୍ମହତ୍ୟା କରିବେ। ସମସ୍ତେ ଭାବିଥିଲେ ଯେ ସେ ଏମିତି ମଜାରେ କହୁଛି। ହେଲେ ଭାରତ ହାରିବା ପରେ ସତରେ ସେ ବିଷ ପିଇଦେଲେ। ସକାଳେ ସମ୍ଭାର ବିଲକୁ ଯାଇ ସେଠାରେ ବିଷ ପିଇ ଦେଇଥିଲେ। ପରେ ଘର ଲୋକେ ତାଙ୍କୁ ଖୋଜି ବିଲମଧ୍ୟରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କଲେ। ସଙ୍ଗେ ସଙ୍ଗେ ତାଙ୍କୁ ଧର୍ମଗଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କଲେ। ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବର୍ତ୍ତମାନ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

cricket worldcup
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026

ଆମ ଆଦମୀ ପାର୍ଟିର ଆଶାକୁ ଝଟକା!: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ସ୍ଥଳରେ ପହଞ୍ଚିଲେ ଅଖିଳେଶ ଯାଦବ

July 21, 2026

“ଲଢ଼େଇ ଏକପାଖିଆ ହେବ ନାହିଁ”: ଭାରତକୁ ଚେତାବନୀ ଦେଲେ  ଜିମ୍ବାୱେ ଅଧିନାୟକ

July 21, 2026
Latest News

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.