Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କମ୍ପ୍ୟୁଟିଂ ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶ ପ୍ରମୁଖ ଆଧାର: ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କମ୍ପ୍ୟୁଟିଂ ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶ ପ୍ରମୁଖ ଆଧାର: ଅଶ୍ୱିନୀ ବୈଷ୍ଣବ

January 12, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ପୁଣେର ସି-ଡ୍ୟାକ୍ କ୍ୟାମ୍ପସରେ ସି-ଡ୍ୟାକ୍ ଦ୍ୱାରା ଡିଜାଇନ ଏବଂ ବିକଶିତ ହୋଇଥିବା ଗୋଟିଏ ଭିଇଜିଏ ଆଧାରିତ ଏସ.ଓ.ସି ଏ.ଏସ୍.ଆଇ.ସି. ଏବଂ ଦୁଇଟି ଡି.ଆଇ.ଆର୍. ଭି.ଭି.ଇ.ଜି.ଏ. ପ୍ରୋସେସର ଆଧାରିତ ଡେଭଲପମେଣ୍ଟ ବୋର୍ଡର ଶୁଭାରମ୍ଭ କରିଛନ୍ତି। ଏରିଜ୍ ଇକୋ ଏବଂ ଏରିଜ୍ ନୋଭା ବିକାଶ ବୋର୍ଡ ଏବଂ ସ୍ୱଦେଶୀ 64-ବିଟ ଏସସି ତେଜସ64କୁ ଆଜି ଉନ୍ମୋଚନ କରାଯାଇଛି। ଏରିଜ୍ ଇକୋ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୋଗୀ, ଯାହା ସେନ୍ସର୍ ଫ୍ୟୁଜନ୍, ସ୍ମାର୍ଟ ମିଟର ଏବଂ ପରିଧାନଯୋଗ୍ୟ ଉପକରଣ ଭଳି ପ୍ରୟୋଗଗୁଡ଼ିକ ସହିତ ପରୀକ୍ଷା କରିବା ପାଇଁ ଏକ ହ୍ୟାଣ୍ଡ୍-ଅନ୍ ପ୍ଲାଟଫର୍ମ ପ୍ରଦାନ କରିଥାଏ। ଏରିଜ୍ ନୋଭା ଶିକ୍ଷା, ଗବେଷଣା ଏବଂ ବିକାଶ ପାଇଁ ଦ୍ରୁତ ଗତିରେ ବିକଶିତ ହେଉଥିବା ସମନ୍ୱିତ ବ୍ୟବସ୍ଥା କ୍ଷେତ୍ରରେ ଏକ ସହଜରେ ଉପଲବ୍ଧ ପ୍ଲାଟଫର୍ମ ପ୍ରଦାନ କରିଥାଏ। ତେଜସ୍64 ହେଉଛି ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ 64-ବିଟ୍ ଭିଇଜିଏ ଆଧାରିତ ସିଷ୍ଟମ୍-ଅନ୍-ଚିପ୍ (ଏସ୍ଓସି) ଯାହା ଶକ୍ତିଶାଳୀ ଏବଂ ସୁରକ୍ଷିତ ଏମବେଡେଡ୍ ଆପ୍ଲିକେସନ୍ ପାଇଁ ଡିଜାଇନ୍ ହୋଇଛି।

ଭାରତ ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ ଆର୍.ଆଇ.ଏସ୍.ସି.-ଭି. (ଡି.ଆଇ.ଆର୍.-ଭି.) କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ, ସି-ଡାକ୍ ସଫଳତାର ସହ ମାଇକ୍ରୋ ପ୍ରୋସେସର ଗୁଡ଼ିକର ଭିଇଜିଏ ଶୃଙ୍ଖଳାର ଡିଜାଇନ୍ ଏବଂ ବିକାଶକୁ ସମ୍ପୂର୍ଣ୍ଣ କରିଛି, ଯେଉଁଥିରେ ଭାରତର ପ୍ରଥମ ସ୍ୱଦେଶୀ 64-ବିଟ୍ ମଲ୍ଟି-କୋର୍ ଆର୍.ଆଇ.ଏସ୍.ସି.-ଭି. ଆଧାରିତ ସୁପରସ୍କେଲାର୍ ଆଉଟ-ଅଫ୍-ଅର୍ଡର ପ୍ରୋସେସର ସାମିଲ ରହିଛି। ଭିଇଜିଏ ଶୃଙ୍ଖଳାରେ ଆର୍.ଆଇ.ଏସ୍.ସି.-ଭି. ଇନଷ୍ଟ୍ରକ୍ସନ୍ ସେଟ୍ ଆର୍କିଟେକଚର୍ ଉପରେ ଆଧାରିତ 32/64-ବିଟ ସିଙ୍ଗଲ୍/ଡୁଆଲ୍/କ୍ୱାଡ୍ କୋର୍ ସୁପରସ୍କେଲାର୍ ଆଉଟ-ଅଫ୍-ଅର୍ଡର ହାଇ ପରଫର୍ମାନ୍ସ ପ୍ରୋସେସର କୋର ରହିଛି। ଓପନ ସୋର୍ସ ଆର୍.ଆଇ.ଏସ୍.ସି.-ଭି. ଢାଞ୍ଚା ନମନୀୟତା ଏବଂ ନବସୃଜନକୁ ସକ୍ଷମ କରିଥାଏ ଏବଂ ଅନ୍ତର୍ନିର୍ମିତ ପ୍ରଣାଳୀରେ ଶିକ୍ଷଣ ଏବଂ ବିକାଶକୁ ପ୍ରୋତ୍ସାହିତ କରିଥାଏ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ସି-ଡ୍ୟାକ୍ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ଏହା ପରେ ସି-ଡ୍ୟାକ୍ ବୈଜ୍ଞାନିକ ଓ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ ହେବା ଲାଗି କମ୍ପ୍ୟୁଟିଂ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ହେଉଛି ଏକ ପ୍ରମୁଖ ଆଧାର ଏବଂ ଏଥିରେ ସି-ଡ୍ୟାକ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଶ୍ରୀ ବୈଷ୍ଣବ କହିଥିଲେ ଯେ ଆଇଆଇଟି ମାଡ୍ରାସ, ଆଇଆଇଏସସି ବେଙ୍ଗାଲୁରୁ, ଆଇଆଇଟି ଗାନ୍ଧୀନଗର ଭଳି ଶିକ୍ଷାନୁଷ୍ଠାନଗୁଡ଼ିକରେ ସେମି-କଣ୍ଡକ୍ଟର ଏବଂ କମ୍ପ୍ୟୁଟିଂ କ୍ଷେତ୍ରରେ ଅନେକ ଗବେଷଣା କାର୍ଯ୍ୟ କରାଯାଉଛି। ଆଗକୁ ବଢ଼ିବା ପାଇଁ ଏକ ସମନ୍ୱିତ ଉପାୟ ସୃଷ୍ଟି କରିବା ପାଇଁ ସମସ୍ତ ଗବେଷଣା କାର୍ଯ୍ୟକୁ କିପରି ଏକାଠି କରାଯିବ ସେ ନେଇ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା । ଶ୍ରୀ ବୈଷ୍ଣବ କହିଥିଲେ ଯେ ଆଜି ସାରା ଦେଶରେ ପାଖାପାଖି ୨୪୦ଟି ଅନୁଷ୍ଠାନ ପାଖରେ ଅତି ଉନ୍ନତ ଉପକରଣ ରହିଛି, ଯାହାକୁ ସେମି କଣ୍ଡକ୍ଟର ଚିପ୍ ଡିଜାଇନ କରିବାରେ ଉପଯୋଗ କରାଯାଇଥାଏ। ସି-ଡ୍ୟାକ ଏହି ଗବେଷଣା ଉପକରଣଗୁଡ଼ିକର ତଦାରଖ, ସେଗୁଡ଼ିକୁ ସକ୍ଷମ କରିବା ଏବଂ ଲାଇସେନ୍ସ କ୍ରୟ କରି ଏହି ସମଗ୍ର କାର୍ଯ୍ୟକ୍ରମର ଆଧାର ଭାବରେ କାର୍ଯ୍ୟ କରେ।

ଫଳସ୍ୱରୂପ, ଗବେଷଣା କାର୍ଯ୍ୟକ୍ରମ ସହିତ ଜଡିତ ଛାତ୍ରମାନେ, ଯେଉଁମାନେ ପୂର୍ବରୁ କେବଳ ପାଠ୍ୟପୁସ୍ତକରୁ ସେମି-କଣ୍ଡକ୍ଟର ବିଷୟରେ ଶିଖୁଥିଲେ, ବର୍ତ୍ତମାନ ଉନ୍ନତ ଉପକରଣଗୁଡ଼ିକୁ ପାଇପାରୁଛନ୍ତି। ଏହାଦ୍ବାରା ସେମାନଙ୍କର ଚିନ୍ତାଧାରାକୁ ନେଇ ପ୍ରୟୋଗ କରୁଛନ୍ତି ଏବଂ ଉତ୍ପାଦ ଧାରଣା ବିକଶିତ କରୁଛନ୍ତି। ଶ୍ରୀ ବୈଷ୍ଣବ ଆହୁରି କହିଥିଲେ ଯେ ସେମି କଣ୍ଡକ୍ଟର ଡିଜାଇନ୍ ଉପକରଣ ସହିତ କାର୍ଯ୍ୟ କରୁଥିବା ଏହି ଛାତ୍ରଛାତ୍ରୀମାନେ ସେମି କଣ୍ଡକ୍ଟର ଉଦ୍ୟୋଗରେ ସାମିଲ ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଷ୍ଟାର୍ଟଅପ୍ ଏବଂ ବାସ୍ତବରେ କମ୍ପ୍ୟୁଟର ଚିପ୍ ଡିଜାଇନ୍ କରିବାର କ୍ଷମତା ବିକଶିତ କରିବା ପାଇଁ ଆଭ୍ୟନ୍ତରୀଣ ଶକ୍ତି ମଧ୍ୟ ସଂଗ୍ରହ କରୁଛନ୍ତି।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ସେମି-କଣ୍ଡକ୍ଟର ଡିଜାଇନ୍ ଉପକରଣ ବ୍ୟବହାର କରିବା ଶିଖିଥିବା ଛାତ୍ରମାନଙ୍କ ମଧ୍ୟରେ ସି-ଡ୍ୟାକ୍ ଏକ ଚ୍ୟାଲେଞ୍ଜ ପ୍ରତିଯୋଗିତା ଆୟୋଜନ କରିବ, ଯାହା ପରେ ସେମାନଙ୍କୁ ଶିଳ୍ପ କ୍ଷେତ୍ରରେ ସର୍ବୋତ୍ତମ ସୁଯୋଗ ଦେବ। ସି-ଡ୍ୟାକ ଏହି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସାର୍ଟିଫିକେଟ୍ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରିବ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଶ୍ରୀ ଏସ୍. କ୍ରିଷ୍ଣନ, ମନ୍ତ୍ରଣାଳୟର ଗ୍ରୁପ୍ ସଂଯୋଜକ (ଗବେଷଣା ଏବଂ ବିକାଶ), ଶ୍ରୀମତୀ ସୁନୀତା ବର୍ମା, ସି-ଡ୍ୟାକର ମହାନିର୍ଦ୍ଦେଶକ ଶ୍ରୀ ଇ. ମଗେଶ ଏବଂ ସି-ଡ୍ୟାକ ପୁଣେର କେନ୍ଦ୍ର ମୁଖ୍ୟ ଶ୍ରୀ ସଞ୍ଜୟ ୱାନ୍ଧେକର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସି-ଡ୍ୟାକ୍ ହେଉଛି ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ପ୍ରମୁଖ ଗବେଷଣା ଓ ବିକାଶ ସଙ୍ଗଠନ, ଯାହା ଆଇ.ଟି., ଇଲେକ୍ଟ୍ରୋନିକ୍ସ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଗବେଷଣା ଓ ବିକାଶ କାର୍ଯ୍ୟ ସମ୍ପାଦନ କରିଥାଏ।

ଅଶ୍ୱିନୀ ବୈଷ୍ଣ କମ୍ପ୍ୟୁଟିଂ ପ୍ରଯୁକ୍ତିବିଦ୍ୟାର ବିକାଶ ବିକଶିତ ଭାରତ ସି-ଡ୍ୟାକ୍
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବଡ଼ ନିଷ୍ପତ୍ତି: ୨୦୨୫ ଏସିଆ କପ୍ ପାଇଁ ୧.୩୦ ରେ ଘୋଷଣା ହେବ ଟିମ ଇଣ୍ଡିଆ

August 19, 2025

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନ ଭୋଜି ବେଶ ଅନୁଷ୍ଠିତ

August 19, 2025

ଇଗ୍ନୋର ଡିଇସିଇ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକର ଉନ୍ମୋଚନ

August 19, 2025

ପରବର୍ତ୍ତୀ ପିଢ଼ିର ସଂସ୍କାର ଉପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

August 19, 2025
Latest News

ଆଜି ବଡ଼ ନିଷ୍ପତ୍ତି: ୨୦୨୫ ଏସିଆ କପ୍ ପାଇଁ ୧.୩୦ ରେ ଘୋଷଣା ହେବ ଟିମ ଇଣ୍ଡିଆ

August 19, 2025

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନ ଭୋଜି ବେଶ ଅନୁଷ୍ଠିତ

August 19, 2025

ଇଗ୍ନୋର ଡିଇସିଇ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକର ଉନ୍ମୋଚନ

August 19, 2025

ପରବର୍ତ୍ତୀ ପିଢ଼ିର ସଂସ୍କାର ଉପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

August 19, 2025

ଲାଇଭ୍ ହେଲା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲ୍

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.