Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ କେନ୍ଦ୍ର ଉଦ୍‌ଘାଟିତ
ଆଜିର ଖବର

ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ କେନ୍ଦ୍ର ଉଦ୍‌ଘାଟିତ

January 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜି ଯାଜପୁର ଜିଲ୍ଲା ତେନ୍ତୁଳିଖୁଣ୍ଟା ଠାରେ ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ) କେନ୍ଦ୍ରର ଉଦ୍‌ଘାଟନ ହୋଇଯାଇଛି। ଏହି ନୂତନ ଏସଟିପିଆଇ କେନ୍ଦ୍ରକୁ କେନ୍ଦ୍ର ରେଳବାଇ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନା ବୈଷ୍ଣବ ଉଦ୍ଘାଟନ କରିଛନ୍ତି। “ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍‌ ଓଡ଼ିଶା କନ୍‌କ୍ଲେଇ ୨୦୨୫”, ଜନତା ମୈଦାନ ଭୁବନେଶ୍ଵରରେ ଆୟୋଜିତ ଏକ ସ୍ୱତନ୍ତ୍ର କାଯକ୍ରମ ରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନି ବୈଷ୍ଣବ ଉପସ୍ଥିତ ରହି ଅଭାଷୀ ମାଧ୍ୟମରେ ଏହି କେନ୍ଦ୍ର ର ଶୁଭ ଉଦ୍ଘାଟନ କରିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ସହ ମଞ୍ଚରେ ଓଡ଼ିଶା ସରକାରର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ମନ୍ତ୍ରୀ ଡ. ପୁକେଶ ମହାଲିଙ୍ଗ ମଧ୍ୟ ଉପସ୍ଥିତି ଥିଲେ।

ତେନ୍ତୁଳିଖୁଣ୍ଟା ଠାରେ ଆୟୋଜିତ ଭବ୍ୟ ଉଦ୍ଘାଟନ ସମାବେଶରେ ଓଡ଼ିଶାରୁ ଉଦ୍ୟୋଗ ଓ ଆଇଟି ଉସ୍ତାଟିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କୋରେଇ ବିଧାୟକ ଆକାଶ ଦାସନାୟକ, ଯାଜପୁର ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଓ ଏସଟିପିଆଇର ନିର୍ଦ୍ଦେଶକ ସୂର୍ଯ୍ୟ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି , ଏସଟିପିଆଇ-ଯାଜପୁର ର ତଳ ଏବଂ ଉପର ମହଲାରେ ପ୍ରାୟ 20,000 ବର୍ଗଫୁଟ ର ଅତ୍ୟାଧୁନିକ ଇନ୍‌କ୍ୟୁବେସନ୍‌ ଭତିଭୂମି ପ୍ରସ୍ତୁତ କରାଯାଇଛି।

ଏହାବ୍ୟତୀତ ଏସ୍ଟିପିପିଆଇ ଯାଜପୁରରେ ପ୍ଳଗ ଆଣ୍ଡ ପ୍ଲେ ଇନକ୍ୟୁବେସନ୍, ସମ୍ମିଳନୀ କକ୍ଷ, ମିଟିଂ ରୁମ ,ନେଟୱାର୍କ ଅପରେସନ୍ ସେଣ୍ଟର ଓ କ୍ୟାଫେଟେରିଆ ଆଦି ସୁବିଧା ରହିଛି। ଏସଟିପିଆଇ ଭବନ ନିର୍ମାଣ ପାଇଁ ଓଡ଼ିଶା ସରକାର 3 ଏକର ଜମି ଆବଣ୍ଟନ କରିବା ସହ ସରକାରୀ ଅନୁଦାନ ପ୍ରଦାନ କରିଛନ୍ତି। ଡିଜିଟାଲ ଇଣ୍ଡିଆର ପରିକଳ୍ପନାକୁ ଆଗକୁ ବଢ଼ାଇବା ଏବଂ ବିକଶିତ ଭାରତ ସାକାର ଦିଗରେ ଏସଟିପିଆଇ-ଯାଜପୁର ଯୋଗଦାନ ରହିବ।

ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ପ୍ରମୁଖ ବିଜ୍ଞାନ ଏବଂ ପ୍ରଯୁକିବିଦ୍ୟା ସଂସ୍ଥା ଯାଜପୁରରେ ଆଇଟି ଶିଳ୍ପର ଆବଶ୍ୟକତା ପୁରଣ କରିବା ଏବଂ ଓଡ଼ିଶା ରାଜ୍ୟରୁ ଭଦ୍ଭାବନ ଲିଭିକ ଉଦ୍ୟୋଗ ଓ ଆଇଟି ଉତ୍ପାଟିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ନୂତନ ଏସଟିପିଆଇ କେନ୍ଦ୍ର ସ୍ଥାପନ କରିଛି। ଓଡ଼ିଶାର ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ ବାଲେଶ୍ବର ସମେତ ଏସଟିପିଆଇ ସମଗ୍ର ଦେଶରେ ୬୫ଟି କେନ୍ଦ୍ରକୁ ବୃଦ୍ଧି ପାଇଛି।

ଏସ୍ ଟିପିଆଇ ସ୍ଥାପନର ମୁଖ୍ୟ ଉଦ୍ଦେଶ୍ୟ ଏହି ଅଞ୍ଚଳର ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଏହି ଅଞ୍ଚଳରୁ ଆଇଟି ସଫ୍ଟୱେୟାର ଏବଂ ସେବାର ରପ୍ତାନିକୁ ପ୍ରୋତ୍ସାହିତ କରିବା ବୋଲି କୋରେଇ ବିଧାୟକ ଆକାଶ ଦାସ ନାୟକ କହିଛନ୍ତି। ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଆଇପିଆର ସୃଷ୍ଟି ଏବଂ ଉତ୍ପାଦ ବିକାଶ ଓ ଯୁବ ଟେକ୍ନୋ-ଉଦ୍ୟୋଗୀ ଏବଂ ଷ୍ଟାର୍ଟ-ଅପ୍ ମାନଙ୍କ ମଧ୍ୟରେ ଏକ ଏକ ଜୀବନ୍ତ ଇକୋସିଷ୍ଟମ ପ୍ରଦାନ ପାଇଁ ଏସ୍ ଟିପିଆଇ ସହଯୋଗ କରିବ ବୋଲି ଯାଜପୁର ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ କହିଛନ୍ତି।

ଯାଜପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.