Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚଳିତ ବର୍ଷର ଓଡ଼ିଆ ପଦ୍ମ ବିଜେତାଙ୍କ ଉଲ୍ଲେଖନୀୟ ଅବଦାନ ଏବଂ କୃତିତ୍ୱ
ବିଶେଷ ଖବର

ଚଳିତ ବର୍ଷର ଓଡ଼ିଆ ପଦ୍ମ ବିଜେତାଙ୍କ ଉଲ୍ଲେଖନୀୟ ଅବଦାନ ଏବଂ କୃତିତ୍ୱ

January 31, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
padmashree

ଭୁବନେଶ୍ବର: ଚଳିତ ବର୍ଷ ୪ ଓଡ଼ିଆ ପଦ୍ମ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି। ପ୍ରଖ୍ୟାତ ମୂର୍ତ୍ତିକାର ଅଦ୍ୱୈତ ଚରଣ ଗଡ଼ନାୟକ, ଜଣାଶୁଣା ସ୍ନାୟୁଶଲ୍ୟ ଚିକିତ୍ସକ ଡାକ୍ତର ଅଶୋକ କୁମାର ମହାପାତ୍ର, ଖ୍ୟାତନାମା ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗା ଚରଣ ରଣବୀର ଏବଂ ବିଶିଷ୍ଟ ସାହିତ୍ୟିକା ପ୍ରତିଭା ଶତପଥୀ ପଦ୍ମଶ୍ରୀ ପୁରସ୍କାର ପାଇବେ। ସେମାନେ ନିଜ ନିଜ କ୍ଷେତ୍ରରେ ଶୀର୍ଷସ୍ତରର ସଫଳତା ହାସଲ କରିବା ସହିତ ସମାଜ, ରାଜ୍ୟ ଏବଂ ଦେଶ ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି।

ମୂର୍ତ୍ତିକାର ଅଦ୍ୱୈତ ଚରଣ ଗଡ଼ନାୟକ

ପ୍ରଖ୍ୟାତ ମୂର୍ତ୍ତିକାର ଅଦ୍ୱୈତ ଚରଣ ଗଡ଼ନାୟକ ପଥର ଦେହରେ ପ୍ରାଣ ସଞ୍ଚାର କରିବାରେ ସିଦ୍ଧହସ୍ତ। କଳା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ। ଶ୍ରୀ ଗଡ଼ନାୟକ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଜାତୀୟ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି। ତାଙ୍କର ପ୍ରସ୍ଥର କୃତୀ ଦେଶବିଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁଶୋଭିତ ହୋଇଛି। ଜଣେ ପ୍ରସ୍ଥର ମୂର୍ତ୍ତିକାର ଭାବେ ଦେଶବିଦେଶରୁ ଅନେକ ସମ୍ମାନ ଓ ମାନ୍ୟତା ହାସଲ କରିଛନ୍ତି।

ଡାକ୍ତର ଅଶୋକ କୁମାର ମହାପାତ୍ର

ଜଣାଶୁଣା ଚିକିତ୍ସକ ତଥା ପ୍ରଖ୍ୟାତ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ମହାପାତ୍ର ଚଳିତ ବର୍ଷ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇବା ଲାଗି ମନୋନିତ ହୋଇଛନ୍ତି। ସେ ଏମ୍ସ ଭଳି ପ୍ରତିଷ୍ଠିତ ଜାତୀୟ ଗୁରୁତ୍ୱ ବହନ କରୁଥିବା ଡାକ୍ତରୀ ଶିକ୍ଷାନୁଷ୍ଠାନରେ ନିର୍ଦ୍ଦେଶକ ଦାୟିତ୍ୱ ନିର୍ବାହ କରିସାରିଛନ୍ତି। ଭାରତରେ ପ୍ରଥମ ଥର ପାଇଁ ସେ ମୁଣ୍ଡଯୋଡ଼ା ଦୁଇ ଶିଶୁଙ୍କର ସଫଳ ଅସ୍ତ୍ରୋପଚାର କରି ସେମାନଙ୍କୁ ଅଲଗା କରିଥିଲେ। ଡାକ୍ତରୀ ବୃତ୍ତି ବ୍ୟତୀତ ସମାଜସେବାରେ ମଧ୍ୟ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି।

ଦୁର୍ଗା ଚରଣ ରଣବୀର

ଚଳିତ ବର୍ଷ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଓଡ଼ିଶାର ଆଉ ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ହେଲେ ଖ୍ୟାତନାମା ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗା ଚରଣ ରଣବୀର। ଦୀର୍ଘ ଛଅ ଦଶନ୍ଧି ଧରି ସେ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ନିଜକୁ ସମର୍ପି ଦେଇଛନ୍ତି। ଦେଶ ଓ ବିଦେଶରେ ତାଙ୍କର ଅନେକ ଶିଷ୍ୟ ରହିଛନ୍ତି। କଳା କ୍ଷେତ୍ରକୁ ଯୋଗଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି। ପୂର୍ବରୁ ଓଡ଼ିଶୀ ନୃତ୍ୟକଳାର ପ୍ରସାର ପାଇଁ ତାଙ୍କୁ ଅନେକ ପୁରସ୍କାର, ସମ୍ମାନ ଓ ସ୍ୱୀକୃତି ମିଳିସାରିଛି।

ପ୍ରତିଭା ଶତପଥୀ

ବିଶିଷ୍ଟ ସାହିତ୍ୟିକା ପ୍ରତିଭା ଶତପଥୀ ଓଡ଼ିଆ ସାହିତ୍ୟର ଜଣେ ଅନନ୍ୟ ସୃଜନଶୀଳ ସ୍ରଷ୍ଟା। ଜଣେ ଓଡ଼ିଆ କବୟିତ୍ରୀ ଭାବେ ତାଙ୍କର କବିତା ସର୍ଜନା ୧୧ରୁ ଅଧିକ ଭାଷାରେ ଅନୁବାଦ ହୋଇଛି। ଦୀର୍ଘ ୫୦ ବର୍ଷ ଧରି ସେ ସାହିତ୍ୟ ସାଧନା କରିଆସୁଛନ୍ତି । ତାଙ୍କର କୃତୀ ମଧ୍ୟରେ ଅନେକ କବିତା ସଂକଳନ, ପ୍ରବନ୍ଧ ଓ ଅନୁବାଦ ସାମିଲ ରହିଛି। ସାହିତ୍ୟ କ୍ଷେତ୍ରକୁ ଯୋଗଦାନ ପାଇଁ ତାଙ୍କୁ ରାଜ୍ୟ ତଥା ଦେଶରୁ ବହୁ ସମ୍ମାନ ଓ ସ୍ୱୀକୃତି ମିଳିଛି। ଚଳିତ ଥର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରି ଭାରତ ସରକାର ଉପଯୁକ୍ତ ପ୍ରତିଭାଙ୍କୁ ସମ୍ମାନ ଦେଇଛନ୍ତି।

ଦୁର୍ଗା ଚରଣ ରଣବୀର ପଦ୍ମ ପୁରସ୍କାର ପଦ୍ମ ବିଜେତା ପଦ୍ମଶ୍ରୀ ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦିଲ୍ଲୀରେ ପଞ୍ଚମ ଜାତୀୟ ମୁଖ୍ୟ ସଚିବ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

December 27, 2025

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର

December 27, 2025

ବାହାର ରାଜ୍ୟର ଧାନ ଗାଡି ଉପରେ ନଜର ରଖିବା ପାଇଁ ବିଭିନ୍ନ ଜିଲ୍ଲାରେ ଏନଫୋର୍ସମେଣ୍ଟ ଟିମ ନିଯୁକ୍ତ

December 27, 2025

ଖାରବେଳ ଭବନଠାରେ ସୃଜନ କ୍ୟାଣ୍ଟିନର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

December 27, 2025
Latest News

ନୂଆବର୍ଷରେ ଏହି ସବୁ ଜିନିଷକୁ ଘରୁ କର ବାହାର, ଧନ ପ୍ରାପ୍ତି ସହ ମିଳିବ ଉନ୍ନତି

December 27, 2025

ଆଜି ଦିଲ୍ଲୀରେ ପଞ୍ଚମ ଜାତୀୟ ମୁଖ୍ୟ ସଚିବ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

December 27, 2025

‘ୱାନ୍ ନେସନ୍-ୱାନ୍ ଗ୍ୟାସ୍ ଗ୍ରିଡ୍’: ୨୫,୪୦୦ କିମିରୁ ଅଧିକ ଗ୍ୟାସ୍ ପାଇପଲାଇନ୍ ନେଟୱାର୍କ କାର୍ଯ୍ୟକାରୀ

December 27, 2025

ସାନ୍ତାଳୀ ଭାଷାରେ ଭାରତୀୟ ସମ୍ବିଧାନ ପରି ଐତିହାସିକ ପଦକ୍ଷେପକୁ ଅମିତ ଶାହଙ୍କ ପ୍ରଶଂସା

December 27, 2025

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର

December 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.