Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର» ଭାରତ ପର୍ବରେ ଆକର୍ଷଣ ସାଜିଛି ଓଡ଼ିଶାର ପଟ୍ଟଚିତ୍ର ଓ ତାରକସି କାମ
ଆଜିର ଖବର

 ଭାରତ ପର୍ବରେ ଆକର୍ଷଣ ସାଜିଛି ଓଡ଼ିଶାର ପଟ୍ଟଚିତ୍ର ଓ ତାରକସି କାମ

November 4, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Under the Shadow of Unity: Odisha Creators Weave the Digital Tapestry of ‘Ek Bharat Shreshtha Bharat’ at Ekta Nagar
Under the Shadow of Unity: Odisha Creators Weave the Digital Tapestry of ‘Ek Bharat Shreshtha Bharat’ at Ekta Nagar

ଭୁବନେଶ୍ୱର: ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଉପଲକ୍ଷେ ଗୁଜରାଟ ଏକତା ନଗରରେ ଆୟୋଜିତ ହେଉଛି ‘ଭାରତ ପର୍ବ’ । ଏହି ୧୫ ଦିନିଆ କାର୍ଯ୍ୟକ୍ରମରେ ଦେଶର ଶହ ଶହ ବର୍ଷ ପୁରୁଣା ଐତିହ୍ୟ, କଳା, ସଂସ୍କୃତି ଓ ପରମ୍ପରାର ସଙ୍ଗମ ଦେଖିବାକୁ ମିଳିଛି । ନଭଶ୍ଚୁମ୍ବୀ ଷ୍ଟାଚ୍ୟୁ ଅଫ୍‌ ୟୁନିଟୀ ବା ୧୮୨ ମିଟର୍‌ ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ପଟେଲଙ୍କ ଏକତାର ପ୍ରତିମୂର୍ତ୍ତି ପାଦଦେଶରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଓଡ଼ିଶାର ଡିଜିଟାଲ କଥାକାର (ଷ୍ଟୋରୀ ଟେଲର୍‌) ଏବଂ ପ୍ରଭାବଶାଳୀ ସାମାଜିକ ଗଣମାଧ୍ୟମ ପ୍ରଚାରକ (ସୋସିଆଲ୍‌ ମିଡିଆ ଇନଫ୍ଲୁଏନ୍ସର୍‌)ମାନଙ୍କର ଏକ ପ୍ରତିନିଧି ଦଳ । ଏମାନେ ଏକତା ନଗରରୁ ଏକ ଭାରତ ଶ୍ରେଷ୍ଠ ଭାରତର ବାର୍ତ୍ତା ବାଣ୍ଟୁଛନ୍ତି । ଏମାନଙ୍କ ଦ୍ୱାରା ପ୍ରସ୍ତୁତ ଡିଜିଟାଲ କାହାଣୀ ଏବଂ କାର୍ଯ୍ୟକ୍ରମ ଜରିଆରେ ଦେଶର ପ୍ରାଚୀନ ଐତିହ୍ୟ ସହିତ ‘ବିବିଧତା ମଧ୍ୟରେ ଏକତାର ବାର୍ତ୍ତା’ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିବ ।

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ଆନୁକୂଲ୍ୟରେ ଓଡ଼ିଶାର ଦଶ ଜଣ ଡିଜିଟାଲ କଥାକାର ଗୁଜରାଟ ଏକତା ନଗର ଯାତ୍ରା କରିଛନ୍ତି । ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାକୁ ଜାତୀୟ ସ୍ତରରେ ଅଧିକ ପ୍ରଚାରପ୍ରସାର କରିବା ଏବଂ ଆଞ୍ଚଳିକ କଳାତ୍ମକ ନିପୁଣତାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଏହି ଗସ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ, ଗୁଜରାଟ ପର୍ଯ୍ୟଟନ ବିଭାଗ ଏବଂ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗରେ ଆୟୋଜିତ ୧୫ ଦିନିଆ ଭାରତ ପର୍ବ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ, ୩୧ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିଥିଲେ। ଏହି ମହୋତ୍ସବ ଦେଶଭକ୍ତିର ଭାବନା ଜାଗ୍ରତ କରିବା ସହିତ ଭାରତର ସମୃଦ୍ଧ ବିବିଧତାକୁ ପ୍ରଦର୍ଶନ କରିଛି । ଏହା ମଧ୍ୟ ଦେଖୋ ଅପନା ଦେଶ୍‌ ବା ନିଜ ଦେଶକୁ ଦେଖିବା ଓ ଜାଣିବାର ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବାର ଏକ ମଞ୍ଚ ପାଲଟିଛି । ସାରା ଦେଶରୁ ନାଗରିକମାନେ ମହୋତ୍ସବରେ ଭାଗ ନେଇଛନ୍ତି ଏବଂ ଦେଶର ଜୀବନ୍ତ ପରମ୍ପରାକୁ ଗୋଟିଏ ସ୍ଥାନରେ ଅନୁଭବ କରିବାର ସୁଯୋଗ ହାସଲ କରିଛନ୍ତି । ଭାରତ ପର୍ବ ଜାତୀୟ ସଂହତି ଏବଂ ସାଂସ୍କୃତିକ ସମନ୍ୱୟର ମୂଳଦୁଆକୁ ଆହୁରି ମଜବୁତ କରୁଛି ।

ଏହି ମହୋତ୍ସବ ଡିଜିଟାଲ କଥାକାରମାନଙ୍କୁ ଏକ ବ୍ୟାପକ ପୃଷ୍ଠଭୂମି ପ୍ରଦାନ କରିଛି । ଏମାନେ ନିଜର ଡିଜିଟାଲ କାହାଣୀ ମାଧ୍ୟମରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି, ରେନ ଫରେଷ୍ଟ ଏବଂ ଭାରତର ପ୍ରାଚୀନ ଆୟୁର୍ବେଦିକ ପରମ୍ପରା ସହ ଦୀର୍ଘସ୍ଥାୟୀ ପରିବେଶ-ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଉଥିବା ୧୭ ଏକର ପରିମିତ ଆରୋଗ୍ୟ ବନ ଭଳି ମନୋରମ ପର୍ଯ୍ୟଟନ ସ୍ଥଳୀର ଦୃଶ୍ୟ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ।

ଭାରତ ପର୍ବର ସ୍ୱତନ୍ତ୍ର ବିଷୟବସ୍ତୁ ଆଧାରିତ ପାଭିଲିୟନରେ ଥିବା ଏକ ଜିଲ୍ଲା ଏକ ଉତ୍ପାଦ (ଓଡିଓପି) ମଣ୍ଡପରେ ଓଡ଼ିଶାର ପ୍ରତିଷ୍ଠିତ ଶିଳ୍ପୀମାନେ ନିଜର ଉତ୍ପାଦ ପ୍ରଦର୍ଶନ କରିଛନ୍ତି ଯାହା ଜାତୀୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି । ଓଡ଼ିଶାର ସାମାଜିକ ଗଣମାଧ୍ୟମ କଥାକାରମାନେ ସେଠାରେ ପାରମ୍ପରିକ ପଟ୍ଟଚିତ୍ର ପେଣ୍ଟିଂ ଏବଂ କଟକର ସୂକ୍ଷ୍ମ ରୂପା ତାରକସି କାମର ଜୀବନ୍ତ ପ୍ରଦର୍ଶନକୁ ନିଜ କ୍ୟାମେରାରେ ତୋଳି ଧରିଛନ୍ତି । ଏହାସହିତ ଗୁଜରାଟର ରୋଗନ୍ କଳା, କାଶ୍ମୀରର ସୋଜ୍‌ନି ସୂଚୀକାର୍ଯ୍ୟ ଏବଂ ଆନ୍ଧ୍ରପ୍ରଦେଶର କଲମକାରୀ ଭଳି ଅନନ୍ୟ ପରମ୍ପରା ସହିତ ଏହି ପ୍ରଦର୍ଶନୀ ‘ଭୋକାଲ୍ ଫର ଲୋକାଲ୍’ ଅଭିଯାନର କେନ୍ଦ୍ର ପାଲଟିଛି । ଓଡ଼ିଶାର ଡିଜିଟାଲ କଥାକାରମାନେ ଗ୍ରାମୀଣ ସ୍ତରର ହସ୍ତଶିଳ୍ପକୁ ଆକର୍ଷଣୀୟ ଡିଜିଟାଲ୍ କାହାଣୀରେ ରୂପାନ୍ତରିତ କରି ଶିଳ୍ପୀ ଓ କାରୀଗରମାନଙ୍କର କଳାକୌଶଳକୁ ବିସ୍ତୀର୍ଣ୍ଣ ଦର୍ଶକଙ୍କ ପାଖରେ ପହଞ୍ଚାଇଛନ୍ତି ।

ପ୍ରତିନିଧି ଦଳ ‘ଏକତା ପ୍ରକାଶ ପର୍ବ’ ମଧ୍ୟ ପରିଦର୍ଶନ କରିଛନ୍ତି । ଏହା ଆଲୋକସଜ୍ଜା ମାଧ୍ୟମରେ ନର୍ମଦା ନଦୀ ଉପତ୍ୟକାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛି । ଆଲୋକସଜ୍ଜା ଓ ନବସୃଜନର ଏହି ମହୋତ୍ସବ ପରିଦର୍ଶକଙ୍କ ଅନୁଭୂତିକୁ ଆହୁରି ସ୍ମରଣୀୟ କରିଛି । ଅତ୍ୟାଧୁନିକ ଆଲୋକୀକରଣ ଏବଂ ଲେଜର-ଲାଇଟ୍ ଶୋ’ ମାଧ୍ୟମରେ ସର୍ଦ୍ଦାର ପଟେଲଙ୍କ ଏକତା ଏବଂ ଜାତୀୟ ସଂହତିର ଚିରନ୍ତନ ସ୍ମୃତି ତଥା ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତିକୁ କିଭଳି ଆଧୁନିକ ଦୃଶ୍ୟ କଳା ଏବଂ ପ୍ରଯୁକ୍ତି ସହ ଯୋଡ଼ାଯାଇଛି ତାହାକୁ ଓଡ଼ିଆ କ୍ରିଏଟରମାନେ ରେକର୍ଡ କରିଛନ୍ତି ।

ସନ୍ଧ୍ୟାରେ ନର୍ମଦା ଉପତ୍ୟକାରେ ମୁକ୍ତାକାଶ ରଙ୍ଗମଞ୍ଚ ଏବଂ ସ୍ୱତନ୍ତ୍ର ଖାଦ୍ୟର ପସରା ମଧ୍ୟ ଆୟୋଜନ କରାଯାଉଛି । ଏଥିରେ ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆଞ୍ଚଳିକ ସ୍ୱାଦିଷ୍ଟ ଖାଦ୍ୟ ସହିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ଜୁଗଳବନ୍ଦୀ ଦେଖିବାକୁ ମିଳିଛି । ଶାସ୍ତ୍ରୀୟ କୁଚିପୁଡ଼ି, ଆସାମୀ ବିହୁ, ପୁରୁଲିଆ ଛଉ ଏବଂ ଗୁଜରାଟୀ ଗରବା ସହିତ ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ ନୃତ୍ୟର ମଞ୍ଚରେ ପରିବେଷଣ କରାଯାଉଛି ଯାହା ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରିଛି ।

ଭାରତର କଳାତ୍ମକ ଅଭିବ୍ୟକ୍ତି ଭିନ୍ନ ହୋଇପାରେ, କିନ୍ତୁ ଏହା ‘ବିବିଧତା ମଧ୍ୟରେ ଏକତା’ର ବାର୍ତ୍ତା ନେଇ ଜାତୀୟ ପରିଚୟରେ ବିଲୀନ ହୋଇଯାଏ । ଏହି ବାର୍ତ୍ତାକୁ ଓଡ଼ିଶାର ସାମାଜିକ ଗଣମାଧ୍ୟମ ପ୍ରଚାରକମାନେ ନିଜର ଆକର୍ଷଣୀୟ ରିଲ୍ସ, ଭ୍ଲଗ୍‌ ଏବଂ ଫଟୋ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କ ପାଖରେ ପହଞ୍ଚାଉଛନ୍ତି ।

ଭାରତ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ଲାଞ୍ଚ ନେଇ ପୋଖରୀକୁ ଡେଇଁଲେ ଏସ୍‌ଆଇ: ପିଛା କରି କାବୁ କଲା ଭିଜିଲାନ୍ସ

November 4, 2026

ଶକ୍ତି ସଂରକ୍ଷଣ ପ୍ରକଳ୍ପ ପାଇଁ ୧୪,୫୦୦ କୋଟି ଟଙ୍କାର ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

November 4, 2026

ମନରେଗା କାର୍ଯ୍ୟରେ ଲାଞ୍ଚ: ପୂର୍ବତନ GRSଙ୍କୁ ୩ ବର୍ଷ ଜେଲ୍

November 4, 2026

ଭାରତ ସରକାରଙ୍କ ପକ୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ-ସ୍କିଲ୍ସ’ ମାନ୍ୟତା

November 4, 2026
Latest News

ଲାଞ୍ଚ ନେଇ ପୋଖରୀକୁ ଡେଇଁଲେ ଏସ୍‌ଆଇ: ପିଛା କରି କାବୁ କଲା ଭିଜିଲାନ୍ସ

November 4, 2026

ଶକ୍ତି ସଂରକ୍ଷଣ ପ୍ରକଳ୍ପ ପାଇଁ ୧୪,୫୦୦ କୋଟି ଟଙ୍କାର ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

November 4, 2026

 ଭାରତ ପର୍ବରେ ଆକର୍ଷଣ ସାଜିଛି ଓଡ଼ିଶାର ପଟ୍ଟଚିତ୍ର ଓ ତାରକସି କାମ

November 4, 2026

ମନରେଗା କାର୍ଯ୍ୟରେ ଲାଞ୍ଚ: ପୂର୍ବତନ GRSଙ୍କୁ ୩ ବର୍ଷ ଜେଲ୍

November 4, 2026

ଭାରତ ସରକାରଙ୍କ ପକ୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ-ସ୍କିଲ୍ସ’ ମାନ୍ୟତା

November 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.