ପାଟକୁରା ନିର୍ବାଚନ ପ୍ରସଙ୍ଗ ନେଇ ବିଜେପି ନେତା ଦାମ ରାଉତ ନିଜ ପ୍ରତିକ୍ରିୟା ଦେଇଛନ୍ତି । ପାଟକୁରାରେ ପୋଲିସ ସାଧାପୋଷାକରେ ଆସି ପ୍ରଚାର କରୁଛନ୍ତି । ଏବଂ ପାଟକୁରାରେ ଟଙ୍କା ବାଣ୍ଟି ବିଜେଡ଼ି ଲୋକଙ୍କୁ ପ୍ରଲୋଭନ ଦେଖାଇ ଭୋଟ କିଣିବାକୁ ଚାହୁଁଛି ବୋଲି ବିଜେପି ନେତା ଦାମ ରାଉତ କଟାକ୍ଷ କରି କହିଛନ୍ତି । ଲୋକେ କହୁଛନ୍ତି ପାଟକୁରାରେ ସ୍ୱାଭିମାନ ବନାମ ବେଇମାନର ଲଢେଇ ହେଉଛି ବୋଲି ବରିଷ୍ଠ ନେତା ଦାମ ରାଉତ ପ୍ରତିକ୍ରିୟା ଦେଇଛନ୍ତି । ସରକାରୀ ଅଧିକାରୀ ବି ଏଠାରେ ପ୍ରଚାରରେ ସାମିଲ୍ ବୋଲି ବିଜେଡ଼ି ନେତା କହୁଛନ୍ତି ବୋଲି ଦାମ କହିଛନ୍ତି । ବିଜୟଙ୍କ ସହ ନବୀନ ବେଇମାନୀ କରିଛନ୍ତି, ଲୋକେ ଏହାର ଜବାବ ଦେବେ ବୋଲି କହିଛନ୍ତି ଦାମ ରାଉତ । ପାଟକୁରା ବିଧାନସଭା ପାଇଁ ପୂର୍ବରୁ ହେବାକୁ ଥିବା ନିର୍ବାଚନ ସ୍ଥଗିତ ହେବାପରେ ଆସନ୍ତା ୨୦ରେ ମତଦାନ ହୋଇ ଫଳାଫଳ ଜୁଲାଇ ୨୪ରେ ଆସିବ । ବିଜେପିରୁ ବିଜୟ ମହାପାତ୍ରଙ୍କ ସମ୍ମୁଖରେ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ମଇଦାନରେ ରହିଛନ୍ତି ।
Tags: